| ଲେଖା: ଶିଶିର ସାହୁ ମନୋଜ ଅନେକଙ୍କ ଭ୍ରମ ଧାରଣା ଯେ କାଶ୍ମୀର ଏକ ଆରବୀ ପାର୍ସୀ ଶବ୍ଦ ତେଵେ ପ୍ରକୃତରେ ଏହା ଏକ ଭାରତୀୟ ଶବ୍ଦ ଅଟଇ । କାଶ୍ମୀର ଏକ ସଂସ୍କୃତ ନାମଵାଚକ ଶବ୍ଦ ଏଵଂ ଏହାର ନିରୁକ୍ତି କାଶ୍ ଧାତୁ + ମୀର = କାଶ୍ମୀର । କାଶ୍ ଧାତୁର ନିମ୍ନଲିଖିତ ଅର୍ଥ ରହିଛି ପ୍ରୋକ୍ତ ଅର୍ଥ ଆଧାରରେ ‘କାଶ୍’ ଧାତୁ ଶବ୍ଦରୁ କାଶ୍ମୀର ଛଡ଼ା କାଶ, କାଶୀ, କାଷ୍ଠ, ନିକାଶ, ପ୍ରକାଶ, ପ୍ରକାଶକ, ପ୍ରକାଶନ, ପ୍ରକାଶିତ, ଵିକାଶ, ସକାଶ ଆଦି ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ସେଇଭଳି ମୀର୍ ଶବ୍ଦର ଅର୍ଥ ହେଲା— ଏ ସମସ୍ତ ଅର୍ଥ ଆଧାରରେ ଏମନ୍ତ ଵ୍ଯାଖ୍ଯା କରାଯାଇପାରେ ଯେ ଯେଉଁ ଭୂମିରେ ଉଚ୍ଚ ଉଚ୍ଚ ପର୍ଵତ ଵିଦ୍ୟମାନ ଏଵଂ ପାନୀୟ ଵା ଜଳର ସମୁଦ୍ର ଯେଉଁଠି ବରଫାବୃତ ହୋଇ ଦୀପ୍ତି ପାଉଛି ସେହି ସୁନ୍ଦର ଶୋଭାରେ ସଜ୍ଜିତ ଋଷିଭୂମି ହେଉଛି କାଶ୍ମୀର । ଏଠାରେ ଉଚ୍ଚ ଉଚ୍ଚ ପର୍ଵତମାଳା ଭାରତର ସୀମାନିର୍ଦ୍ଧାରଣ କରି କେଉଁ ଆଵାହମାନକାଳରୁ ଛିଡ଼ା ହୋଇଅଛନ୍ତି । ତେଵେ ଏକ ଅଞ୍ଚଳ ଵିଶେଷର ନାମ ଭିନ୍ନ ଏ ଶବ୍ଦର ଆଉ କେତେକ ଅର୍ଥ ମଧ୍ୟ ରହିଛି, ଯଥା: ବହୁପ୍ରାଚୀନ କାଳରୁ ଏ ଅଞ୍ଚଳ ଭାରତର ଅଭିନ୍ନ ଅଙ୍ଗ ରହିଆସିଛି । ପୂର୍ଵେ ଏହା କାଶ୍ମୀରମଣ୍ଡଳ ନାମରେ ଭାରତର ଏକ ଜନପଦ ଭାଵେ ଲୋକପ୍ରିୟ ଥିଲା ପରେ ଏହା କାଶ୍ମୀରକ ନାମ ଧାରଣ କରି ଅନେକ ଶତ ଵର୍ଷ ପରିଚିତ ହୋଇଥିଲା । © ଶିଶିର ସାହୁ ମନୋଜ
| |
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…