ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ

ଲେଖା: ଦେଵ ତ୍ରିପାଠୀ
ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଗଞ୍ଜାମରେ ଓଡ଼ିଆ ମାନଙ୍କ ଜାଗରଣ ତେଜିଉଠିଲା । ମାନ୍ଦ୍ରାଜ ସରକାର ଜନମତର ପ୍ରାବଲ୍ୟକୁ ସହ୍ୟ କରି ନପାରି ୧୮୮୩ ମସିହାରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ସ୍ଥାନ ଦେଲେ ଓଡ଼ିଆ ଭାଷାକୁ । ୧୮୯୦ ମସିହାରେ ସରକାରୀ ଅଫିସ ଓ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଦେଶ ଦିଆଗଲା । କିନ୍ତୁ ଓଡ଼ିଆମାନେ ସରକାରୀ ଅଫିସରେ ସ୍ଥାନ ପାଉ ନ ଥିବାରୁ ସରକାରଙ୍କ ଏ ଆଦେଶ ସର୍ବତ୍ର କାର୍ଯ୍ୟକାରୀ ହୋଇପାରି ନଥିଲା ।
୧୯୦୩ ଡିସେମ୍ବର ୩ ତାରିଖରେ ଭାରତ ସରକାରଙ୍କ ଘରୋଇ ସଚିବ ମିଃ ରିସଲେ ଆସାମ ଓ ଓଡ଼ିଶାକୁ ବଙ୍ଗପ୍ରଦେଶରୁ ଅଲଗା କରିବାକୁ ଦେଇଥିବା ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
ତେଣୁ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ କଟକର ଇଦଗା ପଡିଆଠାରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ୧୯୦୪ ଡିସେମ୍ବର ୨୮ -୨୯ ତାରିଖରେ ଉତ୍କଳ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଓଡିଶାକୁ ସ୍ବତନ୍ତ୍ର ଶାସନାଧୀନ କରିବା ପାଇଁ ଲର୍ଡ କର୍ଜନଙ୍କ ପ୍ରସ୍ତାବକୁ ସମର୍ଥନ କରାଯାଇଥିଲା ।
୧୯୦୬ ଏପ୍ରିଲ ୧୩ ଓ ୧୪ ତାରିଖରେ ବାଲେଶ୍ଵରଠାରେ ଉତ୍କଳ ସମ୍ମିଳନୀର ତୃତୀୟ ଅଧିବେଶନରେ ଓଡ଼ିଶା ସହିତ ସମ୍ବଲପୁର ଓ ଗଞ୍ଜାମର ମିଶ୍ରଣ ପରି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୦୮ ମସିହାରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ଉଦ୍ୟମରେ ଇଂଲଣ୍ଡରେ ଓଡ଼ିଆ ଆନ୍ଦୋଳନର ତରଙ୍ଗ ସୃଷ୍ଟି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଏକ ଅବିସ୍ମରଣୀୟ ଘଟଣା ।
ତଥ୍ୟ: “କୋଣାର୍କ”, ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago