ମହାମନିଷୀଗଣ

ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (Mohan Sundar Deba Goswami)

ଲେଖା: ଦେଵ ତ୍ରିପାଠୀ

ମହାନ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (ଲୋକମୁଖରେ ମୋହନ ଗୋସାଇଁ ଭାବରେ ପରିଚିତ)ଙ୍କ ଜନ୍ମତିଥିରେ (୧୮୯୨ ମସିହା ଅଗଷ୍ଟ ୮/ପ୍ରକାରାନ୍ତରେ ଅଗଷ୍ଟ ୭) ଅନ୍ତରଙ୍ଗ କଳିଙ୍ଗ ତାଙ୍କର ସ୍ମୃତିଚାରଣ କରୁଛି I

ପୁରୀରେ ଜନ୍ମଗ୍ରହଣ କରିଥିବା ଏହି ମହାନ କଳାପ୍ରେମୀ ଥିଲେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତାବିବାହ“ର ନିର୍ଦ୍ଦେଶକ, ପ୍ରଯୋଜକ ତଥା ଅଭିନେତା । ବିଚିତ୍ର ରାମାୟଣର କଥାବସ୍ତୁକୁ ନେଇ ନାଟ୍ୟକାର କାମପାଳ ମିଶ୍ର କଳ୍ପନା କରିଥିଲେ ସୀତାବିବାହର ପୃଷ୍ଠଭୂମି । ମୋହନ ସୁନ୍ଦର ଏ ଚଳଚ୍ଚିତ୍ରରେ ବିଶ୍ଵାମିତ୍ରଙ୍କ ଭୂମିକା ନିର୍ବାହ ସହିତ ସଂଯୋଜନାର ଦାୟିତ୍ଵ ଗ୍ରହଣ କରିଥିଲେ । ବହୁ ପ୍ରତିକୂଳ ପରିସ୍ଥିତିରେ ୧୯୩୬ ମସିହାରେ ଓଡ଼ିଶାରେ ସିନେମା କରିବାର ସ୍ବପ୍ନ ଦେଖି ତାକୁ ଫଳବତୀ କରାଇଥିବା ଏହି କିମ୍ବଦନ୍ତୀ ପୁରୁଷ ଆମ ସାଂସ୍କୃତିକ ଜଗତର ଏକ ଚିରସ୍ମରଣୀୟ ବ୍ୟକ୍ତିତ୍ଵ ।


ଚଳଚ୍ଚିତ୍ର ବ୍ୟତୀତ ସେ ରାସ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ କଳା ସଂସ୍କୃତିକୁ ବହୁଳ ପ୍ରଚାର ପ୍ରସାର କରିଥିଲେ ।

ପିଲାବେଳୁ ସଙ୍ଗୀତ ଓ ନାଟକ ପ୍ରତି ଆକର୍ଷିତ ଥିବା ମୋହନ ଗୋସ୍ବାମୀ ହାରମୋନିୟମ୍, ପଖୌଜ, ଯୋଡ଼ିନାଗରା, ମୃଦଙ୍ଗ ଇତ୍ୟାଦି ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ବଜାଇବାରେ ସିଦ୍ଧହସ୍ତ ଥିଲେ, ବିଶ୍ୱାସ କରାଯାଏ ଯେ ୨୭ ପ୍ରକାରର ବଜାଇ ପାରୁଥିଲେ ସେ ।

ମୋହନ ଗୋସେଇଁ ଥିଲେ ବିଂଶ ଶତାବ୍ଦୀରେ ଓଡ଼ିଶାରେ ରାସର ପ୍ରଧାନ ପ୍ରବର୍ତ୍ତକ । ଅତ୍ୟନ୍ତ ଲୋକପ୍ରିୟ ମୋହନ ଗୋସ୍ୱାମୀଙ୍କ ରାସଦଳ ପ୍ରାଚୀନ କବିମାନଙ୍କ କୃତ ଚଉପଦୀ, ଛାନ୍ଦ, ଜଣାଣ ଇତ୍ୟାଦି ସଙ୍ଗେ ସଙ୍ଗେ ପାରମ୍ପରିକ ଢଙ୍ଗରେ ଲିଖିତ ଆଧୁନିକ ରଚନା ମଧ୍ୟ ପ୍ରୟୋଗ କରୁଥିଲେ । ମୋହନ ସୁନ୍ଦର ନିଜେ ମଧ୍ୟ ଅନେକ ଛୋଟ ଛୋଟ ଗୀତ ଲେଖି ଉପଯୁକ୍ତ ସ୍ଥାନଗୁଡ଼ିକରେ ଖଞ୍ଜି ପରିବେଷଣକୁ ଅଧିକ ରସାଳ କରିପାରୁଥିଲେ ।


ରାସ ଆରମ୍ଭ ପୂର୍ବରୁ ମଞ୍ଚ ଉପରେ ଗୋସାଇଁଙ୍କର ରାସତତ୍ତ୍ୱ ପର୍ଯ୍ୟାଲୋଚନା ଏବଂ ଆରମ୍ଭରେ ଅଭିନେତା ବାଳକ ବାଳିକାମାନଙ୍କର ବୃନ୍ଦାବତୀ ଗହଣରେ କୀର୍ତ୍ତନ । ସରଳ ଭାଷା, ସୁନ୍ଦର ଉପସ୍ଥାପନା ଶୈଳୀ ଏବଂ ନିଚ୍ଛକ ପାରମ୍ପରିକ ସଙ୍ଗୀତ ପ୍ରୟୋଗ ଯୋଗୁଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସ ଓଡ଼ିଶାବାସୀଙ୍କର ବେଶ ଆଦରର ପାତ୍ର ହୋଇପାରିଥିଲା ।

ଏତଦବ୍ୟତୀତ ମୋହନ ସୁନ୍ଦର ୨୫ଟି ନୃତ୍ୟ ନାଟିକା ରଚନା କରିଥିଲେ । ଏହି କୃତବିଦ୍ୟ ଯୋଗଜନ୍ମାଙ୍କ ମହାନ ଅବଦାନକୁ ସମ୍ମାନ ଜଣାଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ “ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର” ପ୍ରବର୍ତ୍ତନ କରାଯାଇଛି I

୧୯୪୮ ମସିହା ଜାନୁଆରୀ ୧୧ ତାରିଖରେ ଏହି ମହାନ କଳାସାଧକ ଇହଲୀଳା ସମ୍ବରଣ କରିଥିଲେ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago