ମହାମନିଷୀଗଣ

ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ କାହ୍ନୁଚରଣ ମହାନ୍ତି (Kanhucharan Mohanty)

ଲେଖା: ଦେଵ ତ୍ରିପାଠୀ
ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ ତଥା ମହାନ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ।
ସାହିତ୍ୟ ସାଧନା ପ୍ରତି ମନ ବଳାଇଲା ସମୟରେ କାହ୍ନୁଚରଣଙ୍କ ଧାରଣା ଥିଲା ଯେ, ସଂସ୍କୃତରେ କବିତା ଲେଖି ହିଁ ସେ ଯଥାର୍ଥ କବି ହୋଇପାରିବେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦା କହୁଥିବା ଭାଷାରେ ମଧ୍ୟ ଗଳ୍ପ ଉପନ୍ୟାସ ଲେଖାଯାଇପାରିବ । ତା’ ପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।
ଶାସ୍ତି, କା, ଝଡ଼, ହା ଅନ୍ନ, ଚୋରାଚାହାଣି, ମାୟାବର୍ତ୍ତ, ଲଲାଟ ଲିଖନ, ଅଭିନେତ୍ରୀ, ମନ ଜାଣେ ପାପ, ପରୀ, ବାଲିରାଜା ପରି ଅସଂଖ୍ୟ କ୍ଲାସିକ ଉବନ୍ୟାସମାନ ରଚନା କରି ସେ ଓଡ଼ିଆ ସାହିତ୍ୟାକାଶରେ ଚିରଭାସ୍ୱର ହୋଇପାରିଛନ୍ତି I
କଟକ ଜିଲ୍ଲା ନାଗବାଲି ଗ୍ରାମରେ ୧୯୦୬ ମସିହା ଅଗଷ୍ଟ ୧୧ ତାରିଖରେ ଜନ୍ମିତ କାହ୍ନୁଚରଣ ବହୁ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇ ଓଡ଼ିଆ ସାହିତ୍ୟ ଓ ବିମୁଗ୍ଧ ପାଠକମାନଙ୍କୁ ମହିମାମଣ୍ଡିତ କରିପାରିଛନ୍ତି I ୧୯୬୦ ରୁ ୧୯୯୦ ମଧ୍ୟରେ ସେ ଥିଲେ ସବୁଠାରୁ ଲୋକପ୍ରିୟ ଔପନ୍ୟାସିକ । ଓଡ଼ିଶାର ଯୁବପାଠକେ ତାଙ୍କ ବହି ଥରେ ଆରମ୍ଭ କଲେ ଶେଷ ନ କରିବା ପର୍ଯ୍ୟନ୍ତ ଅଟକୁ ନଥିଲେ ।
କାହ୍ନୁଚରଣଙ୍କ ରଚିତ ବହୁ ଉପନ୍ୟାସ ଚଳଚ୍ଚିତ୍ରର ରୂପ ପାଇ ପୁରସ୍କୃତ ହେବା ସହ ଦେଶର ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ଓଡ଼ିଆ ଭାଷାସାହିତ୍ୟକୁ ଦେଇଛି ସ୍ୱତନ୍ତ୍ର ମର୍ଯ୍ୟାଦା I କେବଳ ସେତିକି ନୁହେଁ, ତାଙ୍କର ସାହିତ୍ୟ କୃତି, କୀର୍ତ୍ତି ଓ ସାଫଲ୍ୟ ଅନୁପ୍ରାଣିତ କରିଛି ଅନେକ ସାହିତ୍ୟିକଙ୍କୁ, ପରୋକ୍ଷ ପ୍ରରୋଚନା ଦେଇଛି ଉପନ୍ୟାସ ରଚନା କରିବାକୁ I
୧୯୯୪ ଏପ୍ରିଲ ୬ ତାରିଖରେ ପରଲୋକ ଗମନ କରିଥିଲେ ଏହି ମହାନ ସାଧକ । ଓଡ଼ିଆ ଭାଷା ସାହିତ୍ୟରେ କାହ୍ନୁଚରଣଙ୍କ ଅବଦାନ ଚିରଭାସ୍ୱର ଓ ଚିରସ୍ମରଣୀୟ I
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago