ଲେଖା: ଶ୍ରୀକାନ୍ତ ସିଂହ

ଅତୁଳନୀୟ ପ୍ରାକୃତିକ ବିଭବରେ ଭରା ବୌଦ୍ଧ ଅଞ୍ଚଳ l ଘନ ଜଙ୍ଗଲର ସୁନ୍ଦର ସବୁଜିମା ସହ ଶାଳ, ପିଆଶାଳ ଓ ମହୁଲ ଫୁଲର ମହୁଲି ବାସ୍ନା, ମହାନଦୀର ସ୍ୱଚ୍ଛ ଜଳରାଶି, ଅନେକ ବୌଦ୍ଧ କୀର୍ତ୍ତିରାଜୀ, ପ୍ରାଚୀନ ମନ୍ଦିର, ମୂର୍ତ୍ତି ଓ ରାଜବାଟୀକୁ ନେଇ ସୁସମୃଦ୍ଧ ଏକ ଛୋଟିଆ ଐତିହାସିକ ସହର ବୌଦ୍ଧ l ଏଠାରୁ ଭଗବାନ ବୁଦ୍ଧଙ୍କର ଅନେକ ମୂର୍ତ୍ତି ଓ କୀର୍ତ୍ତିରାଜି ଆବିଷ୍କାର ହୋଇଥିବାରୁ ବୌଦ୍ଧ ସଂସୃତିର ଏହା ଏକ କେନ୍ଦ୍ରସ୍ଥଳ କହିଲେ ଅତ୍ୟୁକ୍ତି ହେବ ନାହିଁ l

ପ୍ରାଚୀନ ଇତିହାସକୁ ଦୃଷ୍ଟିପାତ କଲେ ଜଣାଯାଏ ଯେ, ଏହି ଅଞ୍ଚଳଟି ଅଷ୍ଟମ ଶତାବ୍ଦୀ ବେଳକୁ ଭଞ୍ଜ ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା ଏବଂ ଖିଞ୍ଜଳୀ ମଣ୍ଡଳର ଏକ ଅଂଶ ବିଶେଷ ଥିଲା l ଏହି ଭଞ୍ଜବଂଶୀମାନେ ଢେଙ୍କାନାଳ ଅଞ୍ଚଳରେ ଶାସନ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ବଂଶଧରମାନେ ବୌଦ୍ଧ ଓ ସୁବର୍ଣ୍ଣପୁର ଅଞ୍ଚଳରେ ରାଜ୍ୟ ସ୍ଥାପନ ପୂର୍ବକ ଶାସନ କରିଲେ l

ସୁବର୍ଣ୍ଣପୁରର ଶାସକ ଶତୃଭଞ୍ଜ ଦେବଙ୍କ ତାମ୍ରପତ୍ରରୁ ଜଣାଯାଏ ଯେ ତାଙ୍କ ପିତା ଶୈଳ ଭଞ୍ଜଦେବ ହିଁ ଭଞ୍ଜ କୁଳର ପ୍ରଥମ ଶାସକ ଯେ କି ଖିଞ୍ଜଳି ମଣ୍ଡଳ ରାଜ୍ୟ ସ୍ଥାପନ କରି ଧୃତିପୁର ଠାରେ ରାଜଧାନୀ ସ୍ଥାପନ କରି ରାଜ୍ୟ ଶାସନ କରୁଥିଲେ l ଏହି ଧୃତିପୁର ହିଁ ବର୍ତ୍ତମାନର ବୌଦ୍ଧ ସହର ବୋଲି ଅନୁମାନ କରାଯାଏ l

ପରବର୍ତ୍ତୀ ସମୟରେ ଶତୃ ଭଞ୍ଜଦେବ ଦ୍ୱିତୀୟଙ୍କୁ ଦକ୍ଷିଣ କୋଶଳର ସୋମବଂଶୀ ଶାସକ ଜନ୍ମେଜୟ ପ୍ରଥମ ପରାସ୍ତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଓଡ୍ରଦେଶର ଯଯାତିନଗର ବା ବର୍ତ୍ତମାନର ଚାରିଶମ୍ଭୁ ଅଞ୍ଚଳର ଜଗତି ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରି ଶାସନ କରିବା ଆରମ୍ଭ କଲେ l ଏହି ଜଗତି ବର୍ତ୍ତମାନ ବୌଦ୍ଧ ସହର ଠାରୁ ମାତ୍ର ଷୋହଳ କିଲୋମିଟର ଦୂରରେ ଅବସ୍ଥିତ l ଏହା ଥିଲା ବୌଦ୍ଧର ପ୍ରାଚୀନ ଇତିହାସ l

ପରବର୍ତ୍ତୀ ସମୟରେ ଏହି ଐତିହାସିକ ସହର ବୌଦ୍ଧ ଓ ସୋନପୁର ଅଞ୍ଚଳ ଗଙ୍ଗବଂଶୀ ଶାସକଙ୍କ ଦ୍ୱାରା ଶାସିତ ହୋଇଥିଲା l ବଂଶନୁକ୍ରମିକ ଶାସନ ପରେ ଶାସକ ଗନ୍ଧମର୍ଦନ ଦେବ ନିଃସନ୍ତାନ ହେବାରୁ ସେ କେନ୍ଦୁଝର ରାଜପରିବାରର ଅନଙ୍ଗ ଭଞ୍ଜଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରି ଶାସନ ଭାର ହସ୍ତାନ୍ତର କରିଥିଲେ l ଅତଏବ ଚଉଦଶହ ଶତାବ୍ଦୀରେ ଏହି ଅଞ୍ଚଳ ପୁନଶ୍ଚ ଭଞ୍ଜଙ୍କ ଶାସନଧୀନ ହୋଇଥିଲା l

ଯେହେତୁ ଅନଙ୍ଗ ଭଞ୍ଜ ପୋଷ୍ୟ ସନ୍ତାନ ହୋଇ ଆସିଥିଲେ ଏଣୁ ସେ ନିଜର ପୈତୃକ ସାଙ୍ଗିଆ ଭଞ୍ଜ ପରିବର୍ତ୍ତେ ଅନଙ୍ଗ ଦେବ ନାମରେ ପରିଚିତ ହେଲେ l ଏହିଠାରୁ ଅନଙ୍ଗ ଦେବଙ୍କ ବଂଶଧରମାନେ ବୌଦ୍ଧ ଅଞ୍ଚଳରେ ଶାସନ କରିଚାଲିଲେ l ପରବର୍ତ୍ତୀ ସମୟ ୧୯୪୮ରେ ଓଡ଼ିଶା ରାଜ୍ୟରେ ମିଶ୍ରଣ ପର୍ଯ୍ୟନ୍ତ ଅନଙ୍ଗ ଦେବଙ୍କ ବଂଶଧରମାନଙ୍କ ଶାସନ ଏବର ଆଠମଲ୍ଲିକ, ବୌଦ୍ଧ, ସୋନପୁର ଅଞ୍ଚଳରେ ପରିବ୍ୟାପ୍ତ ଥିଲା l ସୁବର୍ଣ୍ଣପୁର ବା ସୋନପୁର ଅଞ୍ଚଳରେ ମଧ୍ୟ କିଛି କାଳ ପାଇଁ ରାଜଧାନୀ ପ୍ରତିଷ୍ଠା ହୋଇଥିଲା l

ଏହି ବଂଶରେ ଅନେକ ରାଜା ଶାସନ କରିଥିଲେ l ରାଜା ବିଶ୍ୱମ୍ବର ଦେବ, ରାଜା ସିଦ୍ଧେଶ୍ୱର ଦେବ, ରାଜା ମଦନମୋହନ ଦେବ ଆଦି l ଇଂରେଜ ଶାସନାଧୀନ ସମୟରେ ରାଜା ପିତାମ୍ବର ଦେବଙ୍କ ଦେହାନ୍ତ ହୋଇଥିଲା l ତାଙ୍କ ପୁତ୍ର ରାଜା ଯୋଗୀନ୍ଦ୍ର ଦେବ ସିଂହାସନ ଆରୋହଣ କରିଥିଲେ l ସେ ଜଣେ ପ୍ରଜାବତ୍ସଳ ଶାସକ ଥିଲେ l ତାଙ୍କ ସମୟରେ ବହୁବିଧ ଉନ୍ନତି ହେବା ସହ ରାଜ୍ୟରେ ଇଂରାଜୀ ଶିକ୍ଷାର ପ୍ରଚଳନ ହୋଇଥିଲା l ତାଙ୍କ ସମୟରେ ହିଁ ଏହି ଯୋଗୀନ୍ଦ୍ର ଭିଲ୍ଲା ପ୍ୟାଲେସ ନିର୍ମାଣ ହୋଇଥିଲା l ସେ ସମୟରେ ଏହି ରାଜପ୍ରାସାଦଟି ଓଡ଼ିଶାର ଏକ ସୁନ୍ଦର ପ୍ରାସାଦ ରୂପେ ବିବେଚିତ ହେଉଥିଲା l ବର୍ତ୍ତମାନ କିନ୍ତୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହି ଅତୀତ ଗୌରବର ଏକ ମୁକସାକ୍ଷୀ ରୂପେ ଛିଡ଼ା ହୋଇଛି ଯାହା l

ବୌଦ୍ଧ ରାଜପ୍ରାସାଦ ନିକଟରେ ଦଣ୍ଡାୟମାନ ଜଗନ୍ନାଥ ମନ୍ଦିରଟି ଅତି ପ୍ରାଚୀନ ନ ହେଲେବି ଏକ ପୁରାତନ ସୁଦୃଶ୍ୟ ମନ୍ଦିର l ଗର୍ଭ ଗୃହରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହ ମନ୍ଦିର ପରିସରରେ ଶିବ ଓ ହନୁମାନଙ୍କ ମନ୍ଦିର ବି ରହିଛି l କେବେ ବୌଦ୍ଧ ଆସିଲେ ଅତୀତର ମୁକସାକ୍ଷୀ ବୌଦ୍ଧ ରାଜବାଟୀ, ଜଗନ୍ନାଥ ମନ୍ଦିର, ରାଜବାଟୀ ସମ୍ମୁଖରେ ଥିବା ବୁଦ୍ଧ ବାଟିକା ଓ ରାମେଶ୍ୱର ମନ୍ଦିର ଦେଖିବାକୁ ଆଦୌ ଭୁଲିବେ ନାହିଁ l

 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago