ଲେଖା: ଦେଵ ତ୍ରିପାଠୀ
ସବୁଜ ଅରଣ୍ୟାନି ଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଠମଲ୍ଲିକ ! ଏଠି ନଭଶ୍ଚୁମ୍ଭୀ ବୃକ୍ଷରାଜି, କୁଳୁକୁଳୁ ସୁରରେ ପ୍ରବହମାନ ଝରଣାର ଝଙ୍କାର, ବନ୍ୟପଶୁ, ପକ୍ଷୀର କୂଜନ, ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର ! ଏବେ ମଣିଷର ସର୍ବଗ୍ରାସୀ ଭୋକ ପାଇଁ ସେସବୁ ପ୍ରାଣହୀନ !
ତଥାପି ଢେଙ୍କାନାଳରୁ ଯିବା ରାସ୍ତାରେ ଯାତ୍ରୀଙ୍କୁ ବେଶ୍ ବିମୋହିତ କରି ରଖିପାରେ ଆଠମଲ୍ଲିକର ସେଇ ସବୁଜ ଅରଣ୍ୟାନିର ଶୋଭାଶ୍ରୀ ! ଘାଟିରାସ୍ତା ଅତିକ୍ରମ ବେଳେ ଯାତ୍ରୀର ମନରେ ଥାଏ ଘୋର ସଂଶୟ, ତଳେ ଝରଣା ! ବିସ୍ତୃତ ପର୍ବତରାଶି କିନ୍ତୁ ତୋରଣ ପରି ଅତିଥିମାନଙ୍କୁ ସ୍ବାଗତ ଜଣାଏ ଐତିହାସିକ ଗଡ଼ଜାତ ଆଠମଲ୍ଲିକର ଦ୍ୱାରଦେଶରେ !
ଆଜି କାଳର ଆଘାତରେ ସିନା ଆଠମଲ୍ଲିକର ଆଭା ଅସ୍ତମିତ, କିନ୍ତୁ ବହୁ ଇତିହାସର ସାକ୍ଷୀ ଏ ଗଡ଼ଜାତ ଥିଲା ଦୁର୍ଗମ ଅରଣ୍ୟରେ ଭରା ! ତେଣୁ ରାଜ୍ୟର ସୁବିଧା ପାଇଁ, ସୁରକ୍ଷା ପାଇଁ, କର ଆଦାୟ ପାଇଁ ପ୍ରଜାମନସ୍କ ରାଜାମାନେ ନିଯୁକ୍ତି ଦେଇଥିଲେ ଆଠଜଣ ମଲ୍ଲଙ୍କୁ । ସେଇ ମଲ୍ଲମାନେ ଯେ ପ୍ରତାପୀ କ୍ଷତ୍ରିୟ ମଲ୍ଲିକ ବଂଶୀୟ ହୋଇଥିବାରୁ ଗଡ଼ଜାତର ନାମ ହୋଇଥିଲା ଆଠମଲ୍ଲିକ !
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…