ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ


कश्यपोत्रिर्भरद्वाजो विश्वामित्रोथ गौतमः।
जमदग्निर्वसिष्ठश्च सप्तैते ऋषयः स्मृताः॥
दहन्तु पापं सर्व गृह्नन्त्वर्ध्यं नमो नमः’॥

ଓଡିଶାର ପର୍ବପର୍ବାଣି ମଧ୍ୟରେ ଋଷି ପଞ୍ଚମୀ ଅନ୍ୟତମ। ଏହା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥରେ ପାଳନ କରାଯାଏ।


ଋଷି ପଞ୍ଚମୀ ବ୍ରତଟି ବିଶେଷଭାବେ ରଜରହିତ ନାରୀମାନେ ଋଷି ଆଶୀର୍ବାଦରେ  ରଜ ଦୋଷରୁ ମୁକ୍ତି ପାଇ ମୋକ୍ଷଲାଭ ନିମନ୍ତେ ପାଳନ କରନ୍ତି। ମାର୍କଣ୍ଡ ପୁରାଣ ଅନୁସାରେ ନାରୀମାନେ ସଂକ୍ରାନ୍ତି, ଗ୍ରହଣ, ପରାଗ, ଦେବାଳୟ, ରୋଷଘରରେ ଅଜ୍ଞାତ ବେଳେ ବେଳେ ରଜ୍ବଶୀଳା ହୋଇଥାଅନ୍ତି। ଏଥିରେ ନିଜସ୍ଵ ଦୋଷ ନଥିଲେ ବି ମହାପାତକ ଦୋଷ ମଣାଯାଏ। ଯେତେବେଳେ ରଜ ସ୍ଖଳନ ବନ୍ଦ ହୁଏ। ତା ତୃତୀୟ ବର୍ଷ ପରେ ଏହି ବ୍ରତ ପାଳନ ବିଧେୟ।


ଏଥିରେ ସାତଋଷି  କଶ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ୱାମିତ୍ର, ଗୌତମ, ଯମଦଗ୍ନିବଶିଷ୍ଠଙ୍କୁ ପୂଜା କରାଯାଇଥାଏ। ମୂର୍ତ୍ତିକା ଅବା ସୁବର୍ଣ୍ଣ ଆଦି ଧାତୁରେ ସାତ ଋଷିଙ୍କୁ ନିର୍ମାଣ କରି ପକ୍ୱଫଳ ଓ କ୍ଷୀର ଭୋଗ ପରସାଯାଏ। ବ୍ରତ କଥା ଶୁଣି ଫଳଆହାର କରି ଓଡ଼ିଆ ନାରୀ ତିନି ଦିନର ଉପାସ (ବାଲି ତୃତୀୟା, ଗଣେଶ ଚଉଠି, ଋଷି ପଞ୍ଚମୀ) ଭାଙ୍ଗି ଥାଆନ୍ତି।


Rushi Panchami is a festival where odia women worship saptarshi saints (Kashyapa, Atri, Bharadwaja, Biswamitra, Goutama, Jamadagni and Bashistha)

ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ପାଳନ କରନ୍ତି। ସକାଳ ଧୂପ ସରିଲା ପରେ ଶ୍ରୀଦେବୀ ନିଜେ ଏକ ପାଲିଙ୍କିରେ ବସି ମାର୍କଣ୍ଡ ପୋଖରୀକୁ ବିଜେ ହୁଅନ୍ତି। ସେଠି ମା’ଙ୍କ ମାଜଣା ହୁଏ। ତା’ପରେ ବରୁଣ ପୂଜାଦି ପରେ ନିଜେ ଶ୍ରୀଦେବୀଙ୍କ ଦ୍ୱାରା ଏହି ସପ୍ତର୍ଷିଙ୍କୁ ନୈବେଦ୍ୟରେ ପକ୍ୱଫଳ ଦିଆଯାଏ। ମା’ ନିଜେ ବ୍ରତ କଥା ସେଠି ଶୁଣନ୍ତି।

ଚିତ୍ର: ସୁନିତା (ପାରଳାଖେମୁଣ୍ଡି)

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago