ଲେଖା: ଜଗଦୀଶ ପାଣିଗ୍ରାହୀ

~ ଉମାକାନ୍ତ ମିଶ୍ର ~

“ଘୁମୁସରର ଗୈାରବ” ଖ୍ୟାତନାମା ଅଭିନେତା (ଚଳଚ୍ଚିତ୍ର ନାୟକ) ତଥା ବରିଷ୍ଠ ଓକିଲ ଉମାକାନ୍ତ ମିଶ୍ର । ‌ଚଳଚ୍ଚିତ୍ର ଜଗତରେ ଘୁମୁସରର ପ୍ରଥମ ହିରୋ, ବିଶିଷ୍ଟ ଓକିଲ, ବିଧାୟକ, ସାହିତ୍ୟିକ, ଶିକ୍ଷାପ୍ରେମୀ, ସମାଜସେବୀ, ନାଟ୍ୟକାର, ନିର୍ଦ୍ଦେଶକ ଡ୍ରାମା ତଥା ଚଳଚ୍ଚିତ୍ର ଅଭିନେତା । ଭଞ୍ଜନଗର ନିକଟସ୍ଥ ସାନକୋଦଣ୍ଡା ଗ୍ରାମର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମିଶ୍ରଙ୍କ ସୁପୁତ୍ର ଭାବେ ୧୯୩୯ ମସିହା ଜୁଲାଇ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଓକିଲ ଉମାକାନ୍ତ ମିଶ୍ର । ତାଙ୍କର ଜନ୍ମସ୍ଥାନ ସାନକୋଦଣ୍ଡା ହୋଇଥିବା ବେଳେ ବାସସ୍ଥାନ ଥିଲା ଭଞ୍ଜନଗର । ‌

ସେ ବି.ଏ, ଏଲ.ଏଲ.ବି ପାସ କଲା ପରେ ଭଞ୍ଜନଗର କୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସ୍ଵତନ୍ତ୍ର ଭାବେ ଓକିଲାତି କରି ପରିଶେଷରେ ଘୁମୁସରର ଜଣେ ବିଶିଷ୍ଟ ତଥା ଖ୍ୟାତନାମା ଓକିଲ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । କହିବାକୁ ଗଲେ ସେ ଥିଲେ ଭଞ୍ଜନଗର ଵାରର ଜଣେ ଆଗ ଧାଡିର ଓକିଲ । ସେ ବହୁବାର ଭଞ୍ଜନଗର ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ନିଖିଳ ଉତ୍କଳ ଆଇନଜୀବୀ ମହାସଂଘର ସଭାପତି ଓ ସମ୍ପାଦକ ଥିଲେ । ସେ ଘୁମୁସର ଜିଲ୍ଲା ଏବଂ ଭଞ୍ଜନଗରରେ ଅତିରିକ୍ତ ଜର୍ଜ କୋର୍ଟ ପାଇଁ ସମସ୍ତ ଓକିଲ ବନ୍ଧୁମାନଙ୍କୁ ନେଇ ଆନ୍ଦୋଳନ ବ୍ୟାପକ କରିଥିଲେ ।

ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଟ୍ୟକଳା ପ୍ରତି ଯଥେଷ୍ଟ ଆଗ୍ରହ ଥିଲା । ପରେ ସେ ଭଞ୍ଜନଗର ଠାରେ ତରୁଣ କଳାକାର ସଂସ୍ଥା ଗଢି ନୂତନ କଳାକାର ମାନଙ୍କୁ ନେଇ ଭୁବନେଶ୍ଵର ଭଞ୍ଜକଳା ମଣ୍ଡପ ଠାରେ ଅନେକ ନାଟକ ପ୍ରଦର୍ଶିତ କରିଥିଲେ । ଅନେକ ନାଟକରେ ଉଚ୍ଚକୋଟୀର ଅଭିନୟ କଲାପରେ ଶେଷରେ ୧୯୬୪ ମସିହାରେ ଚଳଚିତ୍ର ଜଗତରେ ପାଦ ଦେଇ ଷାଠିଏ ଦଶକର ୧୪୪ ମିନଟର କଳାଧଳା ଛବି ‘ଅମଡାବାଟ’ ଚଳଚ୍ଚିତ୍ରରେ ନିଜର ନିଖୁଣ କଳା ପ୍ରଦର୍ଶନ କଲାପରେ ‘ଅଭିନେତ୍ରୀ’ ଚଳଚ୍ଚିତ୍ରରେ ପାଦ ଥାପି ଶରତ ପୂଜାରୀ, ଝରଣା ଦାସ, ଡ଼, ରଜନୀ ମହାନ୍ତି, ସାଗର ଦାସ, ନୀଲୁ ବେହେରାଙ୍କ ସହ ଅଭିନୟ କରିଥିଲେ । ଏହି ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ହିନ୍ଦୀ ଚଳଚ୍ଚିତ୍ରରେ ସ୍କିତା ପାଟିଲ ଓ ରାଜଵଵରଙ୍କ ସହ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ “ଭିଗି ପଲକେ”ରେ ଚର୍ଚ୍ଚ ଫାଦର ଭୂମିକାରେ ଅଭିନୟ କରିଥିଲେ । ଓଡ଼ିଆ ସିନେ ଜଗତ ପକ୍ଷରୁ ତାଙ୍କୁ “ଲାଇଫ ଟାଇମ ଏକଟିଭମେଣ୍ଟ” ଆୱଡ ମିଳିଥିଲା । ପରେ ଓକିଲାତିରେ ବ୍ୟସ୍ତ ରହିବା ଯୋଗୁ ଚଳଚ୍ଚିତ୍ର ଜଗତରୁ ସମ୍ପୂର୍ଣ୍ଣ ଭାବେ ଅବ୍ୟାହତ ନେଇଥିଲେ । ‌ ‌ ‌ ‌ 

ତାପରେ ରାଜନୀତିରେ ପାଦ ଥାପି ଉମାକାନ୍ତ ମିଶ୍ର କଂଗ୍ରେସ ଦଳରେ ଯୋଗଦାନ କରି ବହୁ ପଦପଦବୀରେ ଅବସ୍ଥାପିତ ହୋଇଥିଲେ । ୧୯୬୯ରୁ ୧୯୭୨ ମସିହା ପର୍ଯ୍ୟନ୍ତ ଭଂଜନଗର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଦାୟିତ୍ବ ଏବଂ ତାପରେ ଭଞ୍ଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ । ସେ ୧୯୭୪ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଗଂଜାମ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ, ୧୯୯୭ ମସିହାରୁ ୨୦୦୧ ମସିହା ଯାଏଁ ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ଏତଦବ୍ୟତୀତ ସେ ଜିଲ୍ଲା ଶାନ୍ତି କମିଟିର ସଭାପତି ଥିଲେ । ସେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ନବମ ବିଧାନସଭାକୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟୀ ହୋଇ ୧୯୮୫ ମାର୍ଚ୍ଚ ୯ ତାରିଖ ଠାରୁ ୧୯୯୦ ମସିହା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ସରକାରରେ ବିଧାୟକ ଦାୟିତ୍ଵ ସହ ଓଡ଼ିଶା ପୁନଃ ନବୀକରଣ ଶକ୍ତି ବିକାଶ ପ୍ରାଧିକରଣ (ଓରେଡା)ର ଅଧ୍ୟକ୍ଷ ଦାୟିତ୍ଵ ତୁଲାଇ ବେଶ ସୁନାମ ଅର୍ଜନ କରିଥିଲେ ।

ଉମାକାନ୍ତ ମିଶ୍ର ବିଧାୟକ ଥିବା ବେଳେ “ଆଡଭୋକେଟଙ୍କ କଲ୍ୟାଣ ପାଣ୍ଠି ଆଇନ” ମଧ୍ୟ ପାରିତ କରାଇପାରିଥିଲେ । ଏତଦବ୍ୟତୀତ ସେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ସହ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିନେଟ୍ ସଭ୍ୟ ଥିଲେ । ଘୁମୁସର ଆଥଲେଟିକ ଏସୋସିଏସନର କାର୍ଯ୍ୟକାରୀ ସଭାପତି ଏବଂ RCMS ର ମଧ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ଭଞ୍ଜ ସାହିତ୍ୟ ପରିଷଦର ସେ ଆଜୀବନ ସମ୍ପାଦକ ଥିଲେ । ୨୦୨୧ ମସିହା ମଇ ମାସ ୨୫ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

#ପୂଜ୍ୟପୂଜା

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago