ଲେଖା: ଶ୍ରୀକାନ୍ତ ସିଂହ
~ ଲତାଦେଇପୁରର ଶ୍ରୀ ଉନ୍ନକୋଟୀଶ୍ୱର ମନ୍ଦିର ~
ଘଞ୍ଚ ଜଙ୍ଗଲ, ନଦୀ, ନାଳ, ଝରଣା ଓ ଅନେକ ଜୈବ ବିବିଧତା, ସବୁଜିମା ପାଇଁ ବିଶେଷ କରି ଗଜରାଜ ହାତୀଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ l ଠିକ୍ ସେହିପରି କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବ, ନାଗେନାର ଶତାବ୍ଦୀ ପୁରାତନ ନାଗନାଥେଶ୍ୱର ମନ୍ଦିର, ଯୋରନ୍ଦାର ମହିମାଧର୍ମ ଓ ଶୂନ୍ୟମନ୍ଦିର ତଥା ସହିଦ ବାଜି ରାଉତଙ୍କ ପାଇଁ ବି ସାରା ଓଡ଼ିଶାରେ ଜଣାଶୁଣା ଢେଙ୍କାନାଳ l
ଇତି ମଧ୍ୟରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର କେତେଗୁଡିଏ ଐତିହାସିକ କୀର୍ତ୍ତିରାଜି ତଥା ପ୍ରାଚୀନ ମନ୍ଦିର ଆଦି ବୁଲି ଦେଖିବାର ସୌଭାଗ୍ୟପ୍ରାପ୍ତ ହୋଇଛି l ଢେଙ୍କାନାଳ ସହରର ରାଜବାଟୀ, ଯତନ ନଗର କୋଠି, ସିଦ୍ଧବଳରାମ ମନ୍ଦିର, ଦକ୍ଷିଣକାଳୀ ମନ୍ଦିର, କପିଳାସର ଶ୍ରୀଚନ୍ଦ୍ରଶେଖର, ଯୋରନ୍ଦାର ଶୂନ୍ୟମନ୍ଦିର, ସପ୍ତଶଯ୍ୟା, ତପୋବନ, ଶଙ୍କରପୁର ନିକଟରେ ଥିବା ପଶ୍ଚିମେଶ୍ୱର ତଥା ବହୁ ପ୍ରାଚୀନ ସୋମନାଥସିଦ୍ଧେଶ୍ୱର ମନ୍ଦିର, ନାଗନାଥେଶ୍ୱର ମନ୍ଦିର, ଦୌଡ଼େଶ୍ୱର ମହାଦେବ ମନ୍ଦିର, ସରାଙ୍ଗ ଓ ଏନ.ଟି.ପି.ସି.ର ଅନନ୍ତଶାୟୀ ବିଷ୍ଣୁ ପ୍ରତିମା, କୁଆଲୋର ଅଷ୍ଟଶମ୍ଭୁ ମନ୍ଦିର ସମୂହ ତଥା ଭ୍ରିଙ୍ଗେଶ୍ୱର ମହାଦେବ ମନ୍ଦିର ଆଦି ଅନ୍ୟତମ l
ସେହିପରି ଢେଙ୍କାନାଳର ଆଉ ଏକ ପ୍ରାଚୀନ ମନ୍ଦିର ହେଉଛି, ଉନ୍ନକୋଟୀଶ୍ୱର ମନ୍ଦିର ବା ଲୋକମୁଖରେ ପରିଚିତ ଅନ୍ନକୋଟୀଶ୍ୱର ମନ୍ଦିର l ଏହି ମନ୍ଦିରଟି ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲତାଦେଇପୁର ଗାଁରେ ଅବସ୍ଥିତ, ଯାହାକି ଯୋରନ୍ଦା ଠାରୁ ମାତ୍ର ଦଶ ବାର କିଲୋମିଟର ଦୂର ହେବ l ସବୁଜ ବନଭୂମି ତଥା ପାହାଡ଼ ପର୍ବତ ଘେରା ଲତାଦେଇପୁର ଗାଁର ଶାନ୍ତ ପରିବେଶରେ ମହାରୁଦ୍ରଙ୍କ ଏହି ପ୍ରାଚୀନ ଉନ୍ନକୋଟୀଶ୍ୱର ମନ୍ଦିର ସଗର୍ବେ ଦଣ୍ଡାୟମାନ l
କୁହାଯାଏ ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସକଙ୍କ ଦ୍ୱାରା ଏହି ଉନ୍ନକୋଟୀଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା l ମନ୍ଦିରର ବିମାନଟି ଏକ ରେଖ ଦେଉଳ ମାତ୍ର ସୁକ୍ଷ୍ମ କାରୁକାର୍ଯ୍ୟ ରହିତ l ବିମାନର ମଧ୍ୟ ଭାଗରେ ଅର୍ଥାତ ସିଂହମୁଖର ନିମ୍ନ ଭାଗରେ ଅନେକ ଗୁଡ଼ିଏ ରେଖମୁଣ୍ଡି ନିର୍ମାଣ ହୋଇଥିବା ଦେଖିବାକୁ ମିଳେ l ମନ୍ଦିରଟିର କୌଣସି ସ୍ଥାୟୀ ଜଗମୋହନ ନାହିଁ ମାତ୍ର କେତେକ ପଥର ଖୁମ୍ବ ଉପରେ ଟିଣର ଛାତ ପଡ଼ିଛି ଯାହା l
ମନ୍ଦିରରେ ପହଞ୍ଚିଲା ବେଳକୁ ସେଦିନ ଦ୍ବିପହର ଗଡ଼ି ଯାଇଥିବାରୁ, ଗର୍ଭଗୃହସ୍ଥ ଶିବଲିଙ୍ଗ ଦର୍ଶନ ହୋଇ ପାରିନଥିଲା l ଗର୍ଭଗୃହରେ ଥିବା ମହାଦେବଙ୍କ ଲିଙ୍ଗ ସ୍ୱରୂପ କୋଟିଏରୁ ଗୋଟିଏ ଊଣା ବୋଲି ବିବେଚନା କରାଯାଏ l ଏଣୁ ରୁଦ୍ରଙ୍କ ନାମକରଣ, କୋଟିଏରୁ ଊଣା ଈଶ୍ୱର ବା ଉନ୍ନକୋଟୀଶ୍ୱର ବୋଲି ହୋଇଥିବା ଅନୁମାନ କରାଯାଏ ମାତ୍ର ଆଉ କେହିକେହି ଠାକୁରଙ୍କୁ ଅନ୍ନକୋଟୀଶ୍ୱର ବୋଲି ମଧ୍ୟ ସମ୍ବୋଧନ କରନ୍ତି l
ବଣପାହାଡ଼ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗ୍ରାମ୍ୟ ପରିବେଶରେ ଦଣ୍ଡାୟମାନ ଏହି ଉନ୍ନକୋଟୀଶ୍ୱର ମନ୍ଦିର ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଓ ସୁରକ୍ଷିତ ଏକ ପ୍ରାଚୀନ ମନ୍ଦିର l ବର୍ଷର ଯେ କୌଣସି ସମୟରେ ରୁଦ୍ର ଦର୍ଶନରେ ଏଠାକୁ ଯାଇଆସି ହେବ, ମାତ୍ର ବର୍ଷା ଦିନରେ ଟିକେ ସତର୍କ ହୋଇ ଯିବାକୁ ହେବ l
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago