ଲେଖା: ଫ୍ରାନସିସ ଶତପଥୀ
ଆମ ସମୟର ଉଦୀୟମାନ ଯୁବକବି ଫ୍ରାନସିସ ଶତପଥୀଙ୍କ ସୃଷ୍ଟିରେ ଉତ୍କଳ ଜନନୀଙ୍କ ଜୟଗାନ ‘ଉତ୍କଳ ଦିବସ’ କବିତା . .
~ ଉତ୍କଳ ଦିବସ ~
ଓଡ଼ିଆ ମୋ ଭାଷା ନୁହେଁ,
     ସିଏ ମୋ ସଂସ୍କାର;
ଓଡ଼ିଶା ମୋ ରାଜ୍ୟ ନୁହେଁ,
     ମୋ’ ଷଠିଘର
‘ଉଡ଼ିୟା’, ‘ଓରିୟା’ ନୁହେଁ,
     ଓଡ଼ିଆ ‘ଓଡ଼ିଆ’;
‘ଉଡ଼ିଶା’, ‘ଓରିସା’ ନୁହେଁ,
    ଓଡ଼ିଶା ତା’ ମା’ ।
ଉଡ୍ର, ଉତକଳ ଅବା
    କଳିଙ୍ଗ ପ୍ରଦେଶ;
ବୀର ପ୍ରସବିନୀ ସଦା
    ଜଗନ୍ନାଥ ଦେଶ।
ଏ ମାଟିରେ ନରହନ୍ତା
    ପାଲଟେ ଶ୍ରମଣ;
ଏ ଜାତିର ରକ୍ତ ଲେଖେ,
    ଦୟାର ପୁରାଣ ।
ଏ ମାତାର ବୀର କେବେ
    ଭୁଲି ନାହିଁ ରଣ;
ଶେଷ ରକ୍ତ ବିନ୍ଦୁ ଢାଳି,
    ଶୁଝେ ମାତୃଋଣ।
ଏ ମାଟିର ତରବାରୀ
    ଶିଖାଏ କୌଶଳ;
ରାଜାପୁଅ ଥାଟଛାଡ଼ି
    ସାଜଇ ଚଣ୍ଡାଳ ।
ଏ ଦେଶର ଗୋସେଇଁ ବି
    ସମରେ ନିପୂଣ;
ଯାହାର ରଣହୁଙ୍କାରେ
   ଭାଙ୍ଗେ ଗୋରା-ଟାଣ।
ଏ ମାଟି ପାଇକପୁଅ
   ଦେଖିନାହିଁ ପଛ;
ପ୍ରାଣ ପଛେ ଚାଲି ଯାଉ
   ନୋଇଁ ନାହିଁ ମୁଣ୍ଡ ।
ଏ ମାଟିର ସୁରଇନ୍ଦ୍ର
   ଭିଆଇଣ ମେଳି;
ହସି ହସି ମା’ ପାଇଁ
   ଦିଏ ପ୍ରାଣବଳୀ।
ଏ ଦେଶର ଲଇଖଣ
   ମୁକ୍ତିଯାତ୍ରା ପଥେ;
ଫାଶୀଖୁଣ୍ଟେ ଝୁଲିପଡ଼େ
   ନଭାବି ମୁହୂର୍ତ୍ତେ ।
କିଏ ଏଠି ଘରଭୁଲି
   ପରବନ୍ଧୁ ସାଜେ;
ସ୍ୱାଭିମାନ ପାଇଁ କିଏ
   ବଞ୍ଚଇ ଦାରିଦ୍ର୍ୟେ।
ଏ ଭୁଇଁର ଲେଖନୀରୁ
   ଝରେ ଦିବ୍ୟସ୍ରୋତ;
ଭକ୍ତି, ପ୍ରୀତି, ମୈତ୍ରୀ, ଶକ୍ତି
   ପରମ ନିଃସୃତ ।
ଏ ମାଟିର କାରିଗର
   ନିହାଣ ମୁନରେ;
ଖୋଦିପାରେ ବଇକୁଣ୍ଠ
   ରୁକ୍ଷ ପଥରରେ।
ଆକାଶର ମାପ ଏଠି
   ବାଉଁଶ ନଳୀରେ;
   କାହିଁ କେ’ ଧରାରେ !
ଏଠି କୋଇଲିର କୁହୁତାନ
   ବସନ୍ତ ଜଣାଣ;
ହିଡ଼ମାଟି, ନଦନଦୀ
   ଗାଏ ମଧୁତାନ।
ଏ ଭୂମିର ବଇଭବେ
   ସରଗ ସରମେ;
ନୀଳ-ସବୁଜ-ସ୍ୱର୍ଣ୍ଣିମ
   ରାଜ୍ୟ ଧରାଧାମେ।
ଓଡ଼ିଆ ମୋ ପରିଚୟ
   ମିଠା ଅହଂକାର;
ମୁଁ ଓଡ଼ିଶାର ନୁହେଁ,
   ଓଡ଼ିଶା ମୋହର ।।
©fsatapathy
Spread the love
admin

Recent Posts

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 hours ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

3 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

5 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

6 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

6 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

6 days ago