ଗବେଷଣା: ଶିଶିର ସାହୁ ମନୋଜ

“ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।”

ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି ।

ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶାଆସା ଶବ୍ଦ ରହିଛି ଏଵଂ ପ୍ରୟୋଗ ଦୃଷ୍ଟିରୁ ଏ ଉଭୟ ଶବ୍ଦର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ହୋଇଥିଵା ସମ୍ଭଵ  ?

ହଁ ପ୍ରକୃତରେ ଆମ ଭାଷାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ରହିଛି ତେବେ “ଆସା” ଶବ୍ଦଟିର ଵ୍ଯଵହାର ସେତେ ଦେଖାଯାଏ ନାହିଁ ଏଵଂ ଏହା ଵୈଦିକ ସଂସ୍କୃତ ତଥା ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଦୃଷ୍ଟିଗୋଚର ହୋଇଥାଏ । ଆସା ଶବ୍ଦର ସେତେ ଵ୍ଯଵହାର ନଥିଵାରୁ ଏ ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦିଆଯାଇନାହିଁ ।

ତେବେ ଉଭୟ ‘ଆଶା’ ଓ ‘ଆସା’ ଶବ୍ଦ କେଉଁ କେଉଁ ଅର୍ଥରେ ଵ୍ଯଵହାର ହୋଇଥାଏ ?

‘ଆଶା’ ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଅଛି…
୧. ବାଞ୍ଚା ଵା ଇଚ୍ଛା
୨. ଦୀର୍ଘତୃଷ୍ଣା
୩. ଦିଗ
୪. ଭରସା
୫. ଦକ୍ଷ ପ୍ରଜାପତିଙ୍କ ଏକ କନ୍ୟାର ନାମ
୬. କନ୍ଯାମାନଙ୍କୁ ଦିଆଯିଵା ନାମ

ସେହିପରି ‘ଆସା’ ଶବ୍ଦର ନିମ୍ନ ଅର୍ଥ ସବୁ ରହିଛି…
୧. ନିମିଷକେ
୨. ମୁଖର ଶବ୍ଦ
୩. ଵ୍ଯକ୍ତିଗତ ଭାବେ
୪. ଆଖପାଖରେ
୫. ପାଖରେ
୬. ନିକଟତା
୭. ନିକଟ
୮. ଉପସ୍ଥିତି
୯. ଆଶାବାଡୀ
୧୦. ସୁନା ରୂପା ଆଦି ଧାତୁରେ ତିଆରି ମୋଟ ଦଣ୍ଡ ଯାହା କେଵଳ ସାଜସଜ୍ଜା ହେତୁ ରାଜାମହାରାଜା ତଥା ଶୋଭାଯାତ୍ରାର ଆଗରେ ଚୋପ୍ଦାରମାନେ ଧରି ଚାଲୁଥିଲେ ।

ତାହେଲେ କଵି କ’ଣ ‘ଆଶା’ ଓ ‘ଆସା’ ଏ ଉଭୟ ଶବ୍ଦର ଏଠାରେ ଵ୍ଯଵହାର କରିଅଛନ୍ତି କି ? ଯଦି କରିଛନ୍ତି ତାହେଲେ  ଏଠାରେ କେଉଁ ଅର୍ଥରେ କରିଅଛନ୍ତି ?

ପ୍ରକୃତରେ କଵି “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,” ପଦରେ ଆଶା ଶବ୍ଦକୁ ଦିଗ ଅର୍ଥରେ ଵ୍ଯଵହାର କରିଛନ୍ତି, କିନ୍ତୁ “ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ” –  ଏହି ପଦରେ ଵୈଦିକ ଆସା ଶବ୍ଦର ଵ୍ଯଵହାର କରିନାହାନ୍ତି ।

ଏଠାରେ ତତ୍ସମ ‘ଆସା’ର ଶବ୍ଦରେ ଓଡ଼ିଆ ଏ ପରପ୍ରତ୍ଯୟ ଯୁକ୍ତ କରି କଵି ଆସାରେ ଶବ୍ଦଟି ପ୍ରୟୋଗ କରିଅଛନ୍ତି ।

ତତ୍ସମ ଆସାର ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରୟୋଗ ରହିଛି
୧. ଅସାରା/ଅସରା
୨. ମୁଷଳଧାରାରେ ଵୃଷ୍ଟିପାତ
୩. ଜଳଧାରା ପତନ
୪. କୌଣସି ପଦାର୍ଥର ଧାରା
୫. ଶତ୍ରୁ ସୈନ୍ଯ ବେଷ୍ଟନ
୬. ଵିସ୍ତାର ଵା ପ୍ରସାରଣ
୭. ଜଳକଣା
୮. ବନ୍ଧୁବଳ; ମିତ୍ର ସେନା
୯. ପ୍ରଵେଶ

ଅର୍ଥାତ୍ କଵି ଏଠାରେ କହୁଛନ୍ତି—
ଉଠି
ଯେହ୍ନେ = ଯେଉଁଠି
ଜଳଧର=ମେଘ
ପଶ୍ଚିମ-ଆଶାରେ = ପଶ୍ଚିମଦିଗରେ
ଅସ୍ତାଚଳ = ପଶ୍ଚିମାଚଳ; ଯେଉଁ ପର୍ଵତରେ ସୂର୍ଯ୍ୟ ଅସ୍ତ ଯାଆନ୍ତି
ପ୍ଳାଵିଦିଅନ୍ତି = ବୁଡା଼ଇ ଦିଅନ୍ତି ଵା ଢାଳି ଦିଅନ୍ତି
ଅଜସ୍ର ଆସାରେ  = ଅଜସ୍ର ଜଳଧାରାରେ

ମଜାକଥା ହେଲା ବହୁତ ଲୋକ ହଠାତ ଏହି ପଦଟି ପଢ଼ି ଭାବନ୍ତି କଵି ଏଠାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ଵ୍ଯଵହାର କରିଅଛନ୍ତି, କିନ୍ତୁ ପ୍ରକୃତରେ କଵି ଏଠି ‘ଆଶାରେ’ ଶବ୍ଦକୁ ‘ଦିଗରେ’ ଅର୍ଥରେ ଏଵଂ ‘ଆସାରେ’ ଶବ୍ଦକୁ ‘ଜଳଧାରାରେ’ ଅର୍ଥରେ ଵ୍ଯଵହାର କରିଥିଵା ଆସାର ଶବ୍ଦକୁ ଓ ତାହାର ଅର୍ଥକୁ ଜାଣିଥିଵା ଵ୍ଯକ୍ତି ହିଁ ଠିକ୍ ଭାବେ ଠଉରେଇ ପାରିଥାଆନ୍ତି ।

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

22 hours ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

2 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago