ଡଃ ମାୟାଧର ମାନସିଂହ

“ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ
ରୁଦ୍ର ହେ ତବ ଡମ୍ବରୁ ଘର ଘୋଷରେ
ସ୍ତବ କି ତବ ସୂର୍ଯ୍ୟ ହେ
ସୁପ୍ତ ଏ ଜାତି ତେଜି ଲା ଜଡ଼ିତା ଶେଷରେ,
ଗୋଟି ଗୋଟି କରି ଜଳାଇ ଯାଇଛି
ଦେଲ ତୁମେ ନିଜେ ଜୈତୁ-କୁସୁମ ଲଗାଇ
କୋଟିଏ ଜାତୀୟ ସୂର୍ଯ୍ୟ ଯେ !

ଜନନୀ କେଶରେ
ମୃତ୍ୟୁଞ୍ଜୟ ମୃତ୍ୟୁ ତୁମର ନାଇଁ ଯେ,
ଯଶଲାଗି ତାର ଝସାଇ ପଶିଲ
ମରଣ ନଇଁବ ତମର ବିଜୟ ପାଇଁ ଯେ,
ଯୁଦ୍ଧ ପରମ ବୀର୍ଯ୍ୟ ହେ
ସ୍ୱଭାବ ଛାଡ଼ିବ ଦେଖି ସେ ଅମୋଘ ଶୌର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ ।।

ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ
ସ୍ତବ କି ତବ ସୂର୍ଯ୍ୟ ହେ ?
ଭୀଷ୍ମ ହେ ବାଛି ନେଇଥିଲେ ନିଜ ଅୟନ
ରଣ-ସଂକୁଳ ପଣ-ପିଛିଳ ଗହନ
ପରପାଇଁ କେତେ ବରିଅଛ ଶରଶୟନ
ବଜାଇ ଚାଲିଛି ଏକା ଏକା ରଣ ତୃର୍ଯ୍ୟ ହେ
ଆର୍ଯ୍ୟ ହେ ଚୀର ଚର୍ଯ୍ୟ ହେ
ସ୍ତବ କି ତବ ସୂର୍ଯ୍ୟ ହେ ?
ନବ ପୁଙ୍ଗବ ମତେ ଦେଖିଲା ଯାହାକୁ
ବୀରସନ୍ତାନ ପରି ଚିନ୍ହାଇଲ ମାଆକୁ
ମାଆର ବିପଦେ ଦେଖାଇଲ ନିଜ ବାହାକୁ
ଇତିହାସ ଆଜି ତୁମର ସେ ସବୁ କାର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବୀର୍ଯ୍ୟ ହେ
ସ୍ତବ କି ତବ ସୂର୍ଯ୍ୟ ହେ ?

ସେ ଥିଲେ ଓଡ଼ିଆ ଜାତୀୟ ଜୀବନର ମନ୍ତ୍ରଦାତା, ଦିଗହରା ଓଡ଼ିଆ ଜନଜୀବନର ମୁକ୍ତିଦାତା। ପ୍ରାତଃସ୍ମରଣୀୟ ତ୍ରାଣକର୍ତ୍ତା । ଅସ୍ମିତା ଓ ସ୍ବାଭିମାନର ସିଂହପୁରୁଷ । ସେ ଥିଲେ ଏ ଜାତି ଓ ମାଟିର ଗୌରବ । ପୁଣି ଆପଣା ମାଟିର ଯଶଗୌରବର ମାର୍ଫତଦାର, ପ୍ରଭାବଶାଳୀ ପ୍ରତିନିଧି । ସେ ଥିଲେ ମାଟିର ସେନାପତି, ଅଦମନୀୟ ଯୋଦ୍ଧା । ସେ ଉତ୍କଳଗୌରବ, କୁଳବୃଦ୍ଧ ମଧୁବାବୁ । ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାର୍ଥରକ୍ଷା ଥିଲା ତାଙ୍କ ଜୀବନର ବ୍ରତ । ଏହି ଜାତି, ମାଟିର ଉତ୍ଥାନ ପାଇଁ ସେ ନିଜର ସର୍ବସ୍ୱ ସମର୍ପି ଦେଇଥିଲେ । ପ୍ରାପ୍ତି-ଅପ୍ରାପ୍ତିର ହିସାବ କେବେ ରଖିନଥିଲେ । ବ୍ୟକ୍ତିଗତ ପ୍ରାପ୍ତି ତାଙ୍କ ପାଇଁ ମୂଲ୍ୟହୀନ ଥିଲା

ତାଙ୍କ ଆଖି କେବଳ ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତିର ସ୍ୱପ୍ନ ଦେଖୁଥିଲା । ତାଙ୍କ କାନ ଶୁଣୁଥିଲା ଓଡ଼ିଶାର ଅତୀତ ଗୌରବ ଗାଥା । ଓଡ଼ିଶାର ଯଶଗୌରବ ଥିଲା ତାଙ୍କ ପାଇଁ ପ୍ରେରଣାର ଉତ୍ସ । ଅପଯଶ ତାଙ୍କୁ ଦେଉଥିଲା ଅଜସ୍ର ଯନ୍ତ୍ରଣା। ତାଙ୍କର ପ୍ରତିଟି କର୍ମ ଥିଲା ଓଡ଼ିଆ ଜାତୀୟ ଜୀବନର ଉତ୍ଥାନ ପାଇଁ ଅଭିପ୍ରେତ ଅବମାନରେ ବି ସେ ପାଲଟିଛନ୍ତି ଓଡ଼ିଆ ଜାତିର ବତୀଘର । ପଥ ପ୍ରଦର୍ଶକ ।

ଉପସ୍ଥାପନା: ରୂଷିରାଜ ପଟ୍ଟନାୟକ 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago