ଲେଖା: ଦେଵ ତ୍ରିପାଠୀ
~ ଆମ ଲୋକସାହିତ୍ୟ ~
‘‘ହାତ ଚାଖଣ୍ଡେ ଖୋଳିବ ଗାତ,
ପତର ଖଣ୍ଡିକେ ନ ଦେବ ହାତ,
ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା,
ତେବେ ସେ ଦେଖିବ କଦଳୀ ପେଣ୍ଡା ।”
ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ ! #ପୁରୁଷଗୀତ ! ଆମ ଗାଁ ଗାଉଁଲି ଲୋକଙ୍କ ତୁଣ୍ଡରେ ଫୁଟିଉଠେ ଏମିତି କେତେ #ଡାକବଚନ ! ଏସବୁ ଯେ ଆମ ଜୀବନର ଅଙ୍ଗ ! ଆମ ଲୋକସାହିତ୍ୟ ପରିପୁଷ୍ଟ ଏମିତି ଅସୁମାରୀ ବଚନରେ ! ତେବେ କିଏ ରଚିଥିଲେ ଏସବୁ ଡାକବଚନ ?
କୁହାଯାଏ, #ଡାକ ନାମରେ ଜଣେ ଋଷି ଥିଲେ ଏବଂ ସେ ହିଁ ଏହି ବଚନଗୁଡ଼ିକ ରଚନା କରିଥିଲେ ବୋଲି ଲୋକମୁଖରୁ ଶୁଣିବାକୁ ମିଳେ, ମାତ୍ର ତାଙ୍କ ବିଷୟରେ ଆଜିଯାଏଁ କିଛି ତଥ୍ୟ ମିଳିପାରିନି !
ଏଇ ଡାକବଚନଗୁଡ଼ିକ ବାଣିଜ୍ୟ, କୃଷି ଓ ଜ୍ୟୋତିଷବିଷୟକ । ଏହା କେବଳ ଓଡ଼ିଆରେ ନୁହେଁ, ଭାରତର ଅନ୍ୟ ଭାଷାମାନଙ୍କରେ ମଧ୍ୟ ପ୍ରଚଳିତ। ଆମ କୃଷିପ୍ରଧାନ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ସତେ ଏସବୁ ଡାକବଚନ ! କଦଳୀଚାଷ ବିଷୟରେ ଆଉରି କେତେ କଥା ଡାକବଚନ କହେ,
‘‘ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ,
ପୋତ ନ ପୋତ ହୁଅଇ ଠିଆ ।”
କେବଳ ଚାଷବାସର କଥା ନୁହେଁ, ପାଣିପାଗ, ଖରାବରଷାର ପୂର୍ବାଭାସ ଦେଖି ଡାକଋଷି କହନ୍ତି,
‘‘ହସି ପଶେ, ଭୂଇଁ ନ ଦିଶେ
ସଜ ଗୋବରରେ ଅଂଶେଇ ବସେ,
ଡାକ ବୋଲେ ପୁତା ନିଶ୍ଚେ ବରଷେ ।”
ଆମ ଓଡ଼ିଶାର ଗାଁ ଗାଉଁଲି ନାରୀମୁଖରେ #ଢଗଢ଼ମାଳି ଯେପରି ବସା ବାନ୍ଧିଥାଏ, ଗାଉଁଲି ପୁରୁଷର ସେହିପରି ବିଭିନ୍ନ ପ୍ରକାର ଡାକବଚନ, #ପ୍ରବାଦ, #ପ୍ରବଚନ ଇତ୍ୟାଦି ମୁହେଁ ମୁହେଁ ରହିଥାଏ । ପ୍ରବାଦ ଆଉ ପ୍ରବଚନର ଭାବ ଢଗଢ଼ମାଳି ଅପେକ୍ଷା ଅଧିକ ଗମ୍ଭୀର । ପ୍ରବାଦ, ପ୍ରବଚନାଦି ସାଧାରଣତଃ ମଣିଷ ସମାଜର ଯାବତୀୟ ଦୁଃଖ-ସୁଖ, ଦୋଷ-ଗୁଣ ଇତ୍ୟାଦି ସମ୍ପର୍କରେ ପ୍ରଚଳିତ । ଗଭୀର ଅନୁଭୂତି ଉପରେ ରଚିତ ହୋଇଥିବାରୁ ଏଗୁଡ଼ିକ ସମାଜର ଅନୀତି ଓ ଅନ୍ୟାୟ ବିରୋଧରେ କଠୋର ଚେତାବନୀ ଶୁଣାଏ । ଐତିହାସିକ ବ୍ୟକ୍ତି ବା ଘଟଣାକୁ ଆଧାର କରି ଅନେକ ପ୍ରବଚନ ପ୍ରଚଳିତ । ସେହିପରି ସାମାଜିକ ସଂସ୍କାର ଉଦ୍ଦେଶ୍ୟରେ କେତେକ ପ୍ରବଚନ ରଚିତ ହୋଇଥିବା ଲକ୍ଷ୍ୟ କରାଯାଏ ।
କେତେ ସୁନ୍ଦର, ସାବଲୀଳ, କୋମଳ ଅଥଚ ସର୍ବଜନଗ୍ରାହ୍ୟ ଆମ ଲୋକସାହିତ୍ୟ ! ଆମ ଗ୍ରାମ୍ୟଗୀତି ! ଆମ ଲୋକଗୀତ ! ସୁଦୂର ପଞ୍ଜାବ ରାଇଜରୁ ଯଦି ଗବେଷକ #ଦେବେନ୍ଦ୍ର_ସତ୍ୟାର୍ଥୀ ଏଇ ଲୈକଗୀତସବୁର ସନ୍ଧାନରେ କଟକ ଆସି ନ ଥାନ୍ତେ, କିମ୍ବା ତାଙ୍କ ପ୍ରେରଣାରେ ଆମ ମାଟିର ଓଡ଼ିଆପୁଅ #ଚକ୍ରଧର_ମହାପାତ୍ର ଅସୁମାରୀ ଲୋକଗୀତ ସଂଗ୍ରହ କରି ନ ଥାନ୍ତେ ଏବଂ ପରିଶେଷରେ ତତ୍କାଳୀନ #କେନ୍ଦୁଝର ମହାରାଣୀ #ଉତ୍କଳ_ଗାଉଁଲି_ଗୀତ ପୁସ୍ତକ ପ୍ରକାଶ ଦିଗରେ ଆଗେଇ ଆସି ନ ଥାନ୍ତେ, ଆମେ ଆମ ସାହିତ୍ୟଭଣ୍ଡାରର ଅମୂଲ୍ୟ ରତ୍ନରାଜିକୁ ହରାଇଥାନ୍ତେ ନିଶ୍ଚୟ !
ଉତ୍କଳୀୟ ସାହିତ୍ୟ ପାଠକବୃନ୍ଦଙ୍କ ସହିତ ଅନ୍ତରଙ୍ଗ କଳିଙ୍ଗର ସେହି ଯୋଗଜନ୍ମାତ୍ରୟଙ୍କୁ ଶତ ଶତ ଦଣ୍ଡପ୍ରଣାମ
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago