ଲେଖା: ବନ୍ଧନ ଦଳାଇ

ଯାତ୍ରା-ମହୋତ୍ସବ ଓ ପର୍ବପର୍ବାଣି ଅନୁଷ୍ଠାନ ମଧ୍ୟରେ ଯେ କୌଣସି ଜାତିର ଜାତୀୟଜୀବନ ଚିତ୍ର ପ୍ରତିଫଳିତ ହୁଏ, ଏବଂ ଏହାକୁ ଭିତ୍ତି କରି ଗଢିଉଠେ ପରମ୍ପରା, ଯାହାର ନିର୍ଯ୍ୟାସକୁ ନେଇ ସଂସ୍କୃତିରୂପ ଗ୍ରହଣ କରେ। ସେହି ଦୃଷ୍ଟିରୁ ବିଚାର କଲେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ମା’ମଙ୍ଗଳାଙ୍କ ଖୁଦୁରୁକୁଣି ଓଷା। ଏହି ଓଷାର ଅନ୍ତରାଳରେ ଜଡିତ ଅଛି ଧର୍ମବିଶ୍ୱାସ, ଲୋକାଚାର ଓ ପରମ୍ପରା।

ଏହି ଓଷା ପାଳନର ପଶ୍ଚାତରେ ଓଡିଆ ମାନଙ୍କ ଧାର୍ମିକ ଜୀବନ ହିଁ ପ୍ରତିଫଳିତ। ଖୁଦୁରୁକୁଣି ଓଷା ଓଡିଶାର ଗୌରବମୟ ନୌବାଣିଜ୍ୟ ଓ ବୀର ସାଧବର ଅମ୍ଲାନ ମୂକସାକ୍ଷୀ। ନୌବାଣିଜ୍ୟ କ୍ଷେତ୍ରରେ ଉତ୍କଳୀୟମାନେ ଥିଲେ ବେଶ ଗୌରବର ଅଧିକାରୀ। ଓଡ଼ିଶା ବାହାରେ ଏହି ସାଧବ ମାନେ ଜାଭା, ସୁମାତ୍ରା, ବାର୍ଲି, ବୋର୍ଣ୍ଣିଓ ଆଦି ଦ୍ୱୀପରେ ବାଣିଜ୍ୟ କରି ଅତୀତରେ ଓଡିଶାକୁ ସମୃଦ୍ଧିଶାଳୀ କରିଥିଲେ

ବୋଇତ ସମୁଦ୍ରରେ ଭାସିଯିବା ପୂର୍ବରୁ ସାଧବାଣୀ ଓ କୂଳନାରୀଗଣ ମଙ୍ଗରେ ସ୍ଥାପିତ ହୋଇଥିବା ମଙ୍ଗଳାଙ୍କୁ ପୂଜାର୍ଚନା କରି ସାଧବ ମୁଣ୍ଡରେ ପୂଜା ଦୂବ, ଅରୁଆଚାଉଳ ପକାଇ ମସ୍ତକରେ ମଙ୍ଗଳାଙ୍କ ସିନ୍ଦୂର ଲଗାଇ ମଙ୍ଗଳ ମନାସି ଶୁଭ ଯାତ୍ରା କରୁଥିଲେ।



ବ୍ୟବସାୟରୁ ଫେରିବା ସମୟରେ ବିଦେଶରେ ମିଳୁଥିବା ବହୁ ବିଚିତ୍ର ପଦାର୍ଥ ସଙ୍ଗରେ ଆଣି ସମୁଦ୍ରର ନୀଳଢେଉରେ ସେମାନଙ୍କର ବାଣିଜ୍ୟ ପୋତ ମେଲି ଦେଉଥିଲେ।ଅତୀତର ସେହି ଗୌରବାବହ ଦିନଗୁଡିକ ଆଜି ସମ୍ପୂର୍ଣ ବିଲୁପ୍ତ ତଥାପି ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏବେ ମଧ୍ୟ ଏହି ସାଧବ ଚରିତ ଖୁଦୁରୁକୁଣୀ ଓଷା ପାଳନ ହୋଇ ଆସୁଛି


ରୌପ୍ୟ ନଗରୀ କଟକ ସହରର ଚାଉଳିଆଗଞ୍ଜ ଅଞ୍ଚଳରେ ଆଜି ମଧ୍ୟ ଉତ୍କଳୀୟ ସାଧବ ଗଣଙ୍କ ସ୍ମୃତିକୁ ଚିର ଅମ୍ଲାନ ରଖିବା ପାଇଁ ବହ୍ୱାଡମ୍ବରରେ ଅନୁଷ୍ଠିତ ହେଉଛି ମା’ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା।ଭାଦ୍ରବ ଆସିଲେ ଚଳଚଞ୍ଚଳ ହୋଇଉଠେ ଚାଉଳିଆଗଞ୍ଜ ଅଞ୍ଚଳ। ଘରେ ଘରେ ଆନନ୍ଦର ଲହରୀ ଖେଳିଉଠେ। ପ୍ରତି ରବିବାର ନରନାରୀଙ୍କର ଉତ୍ସାହ, ଉଦ୍ଦୀପନା, କୋଳାହଳରେ କମ୍ପିଉଠେ। ହୁଳହୁଳି ନାଦରେ କମ୍ପିଉଠେ କଟକ ନଗରର ଐତିହ୍ୟ ସମ୍ପନ୍ନ ଅଞ୍ଚଳ ଚାଉଳିଆଗଞ୍ଜ

ମାଟିରେ ନିର୍ମିତ ସୁଉଚ୍ଚ ପ୍ରତିମା କରାଯାଇ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରି ଏଠାରେ ପୂଜାର୍ଚନା କରାଯାଏ। ସମୁଦାୟ ଅଠରଟି ତୋରଣଯୁକ୍ତ ମା’ଙ୍କ ପ୍ରତିମା ଏଠାରେ ସ୍ଥାନ ପାଇଥାଏ, ଯାହା ସମଗ୍ର ଓଡିଶାରେ ବିରଳ। ହର୍ଷୋଲ୍ଲାସରେ ସମସ୍ତେ ମସଗୁଲ୍ ହୋଇଉଠନ୍ତି, ଏବଂ ଯୁବଗୋଷ୍ଠୀଙ୍କ କଥା ତ କହିଲେ ନସରେ !

ବହୁ ଆଡମ୍ବରରେ ମା’ଙ୍କ ଆବାହନ କରି ଏମାନେ ମା’ଙ୍କୁ ମେଲାଣି ମଧ୍ୟ ଅତ୍ୟନ୍ତ ଧୁମଧାମରେ କରିଥାନ୍ତି, ଯାହା କି “ଚାଉଳିଆଗଞ୍ଜ ଭାଲୁକୁଣି ମେଲଣ” ଭାବେ ପ୍ରସିଦ୍ଧ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago