ଲେଖା: ବନ୍ଧନ ଦଳାଇ
ଯାତ୍ରା-ମହୋତ୍ସବ ଓ ପର୍ବପର୍ବାଣି ଅନୁଷ୍ଠାନ ମଧ୍ୟରେ ଯେ କୌଣସି ଜାତିର ଜାତୀୟଜୀବନ ଚିତ୍ର ପ୍ରତିଫଳିତ ହୁଏ, ଏବଂ ଏହାକୁ ଭିତ୍ତି କରି ଗଢିଉଠେ ପରମ୍ପରା, ଯାହାର ନିର୍ଯ୍ୟାସକୁ ନେଇ ସଂସ୍କୃତିରୂପ ଗ୍ରହଣ କରେ। ସେହି ଦୃଷ୍ଟିରୁ ବିଚାର କଲେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ମା’ମଙ୍ଗଳାଙ୍କ ଖୁଦୁରୁକୁଣି ଓଷା। ଏହି ଓଷାର ଅନ୍ତରାଳରେ ଜଡିତ ଅଛି ଧର୍ମବିଶ୍ୱାସ, ଲୋକାଚାର ଓ ପରମ୍ପରା।
ଏହି ଓଷା ପାଳନର ପଶ୍ଚାତରେ ଓଡିଆ ମାନଙ୍କ ଧାର୍ମିକ ଜୀବନ ହିଁ ପ୍ରତିଫଳିତ। ଖୁଦୁରୁକୁଣି ଓଷା ଓଡିଶାର ଗୌରବମୟ ନୌବାଣିଜ୍ୟ ଓ ବୀର ସାଧବର ଅମ୍ଲାନ ମୂକସାକ୍ଷୀ। ନୌବାଣିଜ୍ୟ କ୍ଷେତ୍ରରେ ଉତ୍କଳୀୟମାନେ ଥିଲେ ବେଶ ଗୌରବର ଅଧିକାରୀ। ଓଡ଼ିଶା ବାହାରେ ଏହି ସାଧବ ମାନେ ଜାଭା, ସୁମାତ୍ରା, ବାର୍ଲି, ବୋର୍ଣ୍ଣିଓ ଆଦି ଦ୍ୱୀପରେ ବାଣିଜ୍ୟ କରି ଅତୀତରେ ଓଡିଶାକୁ ସମୃଦ୍ଧିଶାଳୀ କରିଥିଲେ।
ବୋଇତ ସମୁଦ୍ରରେ ଭାସିଯିବା ପୂର୍ବରୁ ସାଧବାଣୀ ଓ କୂଳନାରୀଗଣ ମଙ୍ଗରେ ସ୍ଥାପିତ ହୋଇଥିବା ମଙ୍ଗଳାଙ୍କୁ ପୂଜାର୍ଚନା କରି ସାଧବ ମୁଣ୍ଡରେ ପୂଜା ଦୂବ, ଅରୁଆଚାଉଳ ପକାଇ ମସ୍ତକରେ ମଙ୍ଗଳାଙ୍କ ସିନ୍ଦୂର ଲଗାଇ ମଙ୍ଗଳ ମନାସି ଶୁଭ ଯାତ୍ରା କରୁଥିଲେ।
ମାଟିରେ ନିର୍ମିତ ସୁଉଚ୍ଚ ପ୍ରତିମା କରାଯାଇ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରି ଏଠାରେ ପୂଜାର୍ଚନା କରାଯାଏ। ସମୁଦାୟ ଅଠରଟି ତୋରଣଯୁକ୍ତ ମା’ଙ୍କ ପ୍ରତିମା ଏଠାରେ ସ୍ଥାନ ପାଇଥାଏ, ଯାହା ସମଗ୍ର ଓଡିଶାରେ ବିରଳ। ହର୍ଷୋଲ୍ଲାସରେ ସମସ୍ତେ ମସଗୁଲ୍ ହୋଇଉଠନ୍ତି, ଏବଂ ଯୁବଗୋଷ୍ଠୀଙ୍କ କଥା ତ କହିଲେ ନସରେ !
ବହୁ ଆଡମ୍ବରରେ ମା’ଙ୍କ ଆବାହନ କରି ଏମାନେ ମା’ଙ୍କୁ ମେଲାଣି ମଧ୍ୟ ଅତ୍ୟନ୍ତ ଧୁମଧାମରେ କରିଥାନ୍ତି, ଯାହା କି “ଚାଉଳିଆଗଞ୍ଜ ଭାଲୁକୁଣି ମେଲଣ” ଭାବେ ପ୍ରସିଦ୍ଧ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…