ଲେଖା: ଅମ୍ବିକା ପଟ୍ଟନାୟକ

ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l
   
ତୁଳନାତ୍ମକ ଅଧ୍ୟୟନ କଲେ ଅନ୍ୟ ଭାରତୀୟ ଭାଷା ଅପେକ୍ଷା ଆମ ଓଡ଼ିଆ ଭାଷା ଅନ୍ୟ ଏକ ବୈଶିଷ୍ଟ୍ୟର ଅଧିକାରୀ, “ଯତ୍ ଲିଖିତଂ ତତ୍ ପଠିତଂ” l ଲେଖା ଅନୁସାରେ ହିଁ ଉଚ୍ଚାରଣ l

“କୃଷ୍ଣ” ଏଇ ଶବ୍ଦ ଓଡ଼ିଆରେ ହିଁ ପରିଷ୍କାର ଉଚ୍ଚାରଣ l ଅନ୍ୟ ଉତ୍ତର/ଦକ୍ଷିଣ ଭାରତୀୟ ଭାଷାରେ “କ୍ରିଷ୍ଣା” l ବଙ୍ଗଭାଷୀ ଗଣ “ମାତୃଭାଷା”,  “କୃଷି “ଚଟ୍ଟୋପାଧ୍ୟାୟ” ଲେଖିଲେ ମଧ୍ୟ ଉଚ୍ଚାରଣ କରିବେ “କ୍ରିଷି” “ମାତ୍ରୀଭୂମି” ଓ “ଚଟ୍ଟୋପାଦ୍ଧାୟ ” ! ମରାଠୀ ଭାଷୀଗଣ “ଜ୍ଞାନେଶ୍ୱର” ଉଚ୍ଚାରଣ “ଦ୍ୟାନେଶ୍ୱର” ବା “ଡଣାନେଶ୍ୱର”; ତାମିଲଭାଷୀଙ୍କ “ଆଝାଗିରି” ଉଚ୍ଚାରଣ “ଆଲାଗିରି” ତ “କାନିମୋଝି” ଉଚ୍ଚାରଣ “କାନିମୋହି” !

ଇଂରାଜୀର ଉଚ୍ଚାରଣର ପ୍ରାୟ ନିୟମ ନାହିଁ “Tough” ଟଉଘ ନ ହୋଇ ଟାଫ ହୁଏ, କେମିଷ୍ଟ୍ରି କାହିଁକି ଚେମିଷ୍ଟ୍ରି ହୁଏନି ବା ସର୍କଲ କାହିଁକି କର୍କଲ ହୁଏନି କିଛି ବ୍ୟାକରଣଗତ ବ୍ୟାଖ୍ୟା ନାହିଁ l

ଅନ୍ୟଏକ ବୈଶିଷ୍ଟ୍ୟ ବର୍ଣ୍ଣମାଳା ସମୂହର ସଠିକ ଓ ବିଶଦ ପ୍ରୟୋଗର ଅଧିକାରୀ ଆମ ଓଡ଼ିଆ ଭାଷା । “ଳ” ଓ “ଣ”ର ଓଡ଼ିଆରେ ଯେପରି ବ୍ୟାପକ ପ୍ରୟୋଗ ହୁଏ ଅନ୍ୟ ଭାରତୀୟ ଭାଷାରେ ପ୍ରାୟ ନାହିଁ l “ଲ” ଓ “ନ” ଦେଇ ଚଳାଇ ନିଅନ୍ତି l ସଂସ୍କୃତରେ “ୟୋଗ”, “ୟଦା”, “ଜୟ” ମାତ୍ର ଗୋଟିଏ “ୟ”, ଓଡ଼ିଆରେ କିନ୍ତୁ “ଯୋଗ”, “ଯଦା” ଓ “ଜୟ”, ଅନ୍ତ୍ୟସ୍ଥ “ଯ” ର ପ୍ରୟୋଗ l

ବଙ୍ଗଳାରେ “ପଡେ ଯାବେ ” ଅର୍ଥ “ପଡ଼ି ଯିବେ ” କିନ୍ତୁ “ପଡୁନ ” ଅର୍ଥ “ପଢନ୍ତୁ “, “ପଡ଼ାନ” ଅର୍ଥ “ପଢ଼ାନ୍ତୁ” l ଓଡ଼ିଆରେ “ଢ” ଓ “ଢ଼”ର ପ୍ରୟୋଗ l
 
ଚସରଙ୍କ ଇଂରାଜୀ ଓ ସେକ୍ସପିଅର ଇଂରାଜୀଠାରୁ ଆଜିର ଇଂରାଜୀ ସମ୍ପୂର୍ଣ୍ଣ ଅଲଗା l କିନ୍ତୁ ୨୦୦୦ ବର୍ଷ ତଳର ପ୍ରାକୃତ କିମ୍ବା ୧୦୦୦ ବର୍ଷ ତଳର ଚର୍ଯ୍ୟାପଦ ସମୂହରେ ବ୍ୟବହୃତ କିଛି ଶବ୍ଦ ଆଜି ମଧ୍ୟ ଆମ ଓଡ଼ିଆ ଭାଷାରେ ପ୍ରଚଳିତ l

ଆଜି ମନେପଡ଼େ ସ୍ଵଭାଵକବିଙ୍କ ଏଇ ଉକ୍ତି:
“ଉଚ୍ଚ ହେବା ପାଇଁ ଯେବେ କର ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା l”
ଜୟ ଭାଷା ଜନନୀ ।।
ବନ୍ଦେ ଉତ୍କଳ ଜନନୀ ।। 

Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago