ଲେଖା: ଶିଶିର ସାହୁ ମନୋଜ

କନ୍ଧଜାତିର ପ୍ରସିଦ୍ଧ ଦେଵତା ହେଉଛନ୍ତି ଆତ୍ମାମାମା । ନାରାୟଣ ପାଟଣାର ଆତ୍ମା ପର୍ଵତ ସହିତ ତାଙ୍କର ଅଭିନ୍ନତା ଵିଶ୍ଵାସ କରାଯାଏ । ଲୋକ ଵିଶ୍ଵାସ ରହିଛି ଯେ, ଆତ୍ମାମାମା ରାଗିଲେ ବର୍ଷା ହୁଏନି, ଫସଲରେ ପୋକ ଲାଗେ, ମହାମାରୀ ଵ୍ୟାପେ ଓ ମଣିଷ ଆଦି ଜୀବମାନେ ପୋକମାଛି ପରି ମରିହଜି ଯାଆନ୍ତି ।

ଜନଶ୍ରୁତି ଅଛି, ଜୟପୁର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଧର୍ମପ୍ରାଣ ମହାରାଜା ଦ୍ଵିତୀୟ ଵିଶ୍ଵମ୍ଵର ଦେବ ୧୬୧୩ରୁ ୧୬୫୨ ଯାଏଁ ଦୀର୍ଘ ୩୯ ଵର୍ଷ କାଳ ଜୟପୁର ରାଜ୍ୟ ଶାସନ କରି ହାଇଦ୍ରାବାଦ ନିଜାମଙ୍କ ଠାରୁ “ଝାଡ଼ଖଣ୍ଡ ବାଦସାହା” ଉପାଧି ଲାଭ କରିଥିଲେ । ରାଜାଙ୍କ ପ୍ରଥମପତ୍ନୀର ଅକାଳ ଵିୟୋଗ ପରେ ସେ ଏହି ନାରାୟଣ ପାଟଣା ଅଞ୍ଚଳର ଜନୈକା କନ୍ଧକନ୍ୟା ଚମ୍ପାଵତୀକୁ ଵିଵାହ କରି ପ୍ରଜାମାନଙ୍କ ଉନ୍ନତି ପାଇଁ କୂପ ପୁଷ୍କରିଣୀ ଖୋଳାଇ, ଜଳସେଚନ ତଥା ଗମନାଗମନର ସୁଵ୍ୟଵସ୍ଥା କରି ସମସ୍ତ ଆଦିବାସୀ ମୂଲକରେ ଦେଵତା ପାଲଟି ଯାଇଥିଲେ ।

ଅନ୍ୟ ପକ୍ଷରେ ଜଣେ ମହାରାଜା ହୋଇ ସୁଦ୍ଧା ଏକ କନ୍ଧକନ୍ୟାକୁ ଵିଵାହ କରିଥିବା ହେତୁରୁ ସମଗ୍ର କନ୍ଧସମାଜ ତାଙ୍କୁ ଆତ୍ମାମାମା ଵା ଆପଣାର ଲୋକ ଭାବେ ଗ୍ରହଣ କରିନେଇଥିଲେ ।

ପ୍ରଵାଦ ରହିଛି, ସେ ରାଜା ଦିନେ ଆକସ୍ମିକ ଭାବେ ଏହି ନାରାୟଣ ପାଟଣାର ପାର୍ଵତ୍ୟାଞ୍ଚଳରେ ବୁଲୁବୁଲୁ କାହିଁ ଅଦୃଶ୍ୟ ହେଇ ଯାଇଥିଲେ । ରାଜାଙ୍କ ଅକାଳ ଵିୟୋଗ ପରେ ତାଙ୍କର ଆତ୍ମା ଏହି ପର୍ଵତରେ ରହିଥିବା ଵିଶ୍ଵାସ କରି ଏ ଅଞ୍ଚଳର କନ୍ଧ ସମ୍ପ୍ରଦାୟର ଲୋକମାନେ ଏ ପର୍ଵତକୁ ଆତ୍ମାମାମା ଵା ଆତ୍ମାପର୍ଵତ ନାମ ଦେଇ ଆତ୍ମାମାନଙ୍କର ପୀଠ ଭାବରେ ପୂଜାର୍ଚ୍ଚନା କରିଆସୁଅଛନ୍ତି ।

ଆଜି ଏ ଆତ୍ମାପର୍ଵତ ନିଜର ଵିଶିଷ୍ଟତା ଯୋଗୁଁ ସମଗ୍ର କୋରାପୁଟ ଜିଲ୍ଲାରେ ପ୍ରସିଦ୍ଧ ହୋଇଛି, ହେଲେ କାହିଁକି କେଜାଣି ଅନ୍ୟ ଅଞ୍ଚଳକୁ ତାହାର ମହିମା ପ୍ରସାରିତ ହୋଇପାରିନାହିଁ । 

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago