ପର୍ଯ୍ୟଟନ କ୍ଷେତ୍ର

ଆଠଗଡ଼ ପାଟଣାର ଐତିହ୍ୟରାଜି (Heritage Sites of Athagadapatna)

ଲେଖା: ରବୀନ୍ଦ୍ର କୁମାର ରଣା

ମଧ୍ୟଯୁଗୀୟ ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ଗ୍ରାମ ହେଉଛି ଗଞ୍ଜାମର ଆଠଗଡ଼ପାଟଣା । ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ୧୫ରୁ ଉର୍ଦ୍ଧ୍ବ ପ୍ରାଚୀନ କିର୍ତ୍ତିରାଜି ଏହି ଗ୍ରାମରେ ଦେଖିବାକୁ ମିଳେ ।

ଇତିହାସର ତଥ୍ୟାବଳୀ ଅନୁଯାୟୀ ତକି ଖାଁର ଜଗନ୍ନାଥ ମନ୍ଦିର ଆକ୍ରମଣ ସମୟରେ ଏହି ଆଠଗଡ଼ ପାଟଣାର ରାଜା ଜଗନ୍ନାଥ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଗଜପତି ରାମଚନ୍ଦ୍ର ଦେବଙ୍କୁ ଶରଣ ଦେଇଥିଲେ । ତେଣୁ ଏହି ସ୍ଥାନକୁ ଶରଣ ଶ୍ରୀକ୍ଷେତ୍ର ମଧ୍ଯ କୁହଯାଏ।

ଏହାକୁ ଅଷ୍ଟଦୁର୍ଗ ବା ଆଠଗଡ଼ କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା, ଏବଂ ଏହାର ଚାରିପାଖରେ ସୁନ୍ଦର ବନାନୀ ଓ ଫୁଲ ବଗିଚା ଥିଲା । ନାଗେଶ୍ଵର ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ଏହି ଆଠଗଡ଼ ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା, ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓ ପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ, ଆଉ ମଧ୍ଯ ଏବେ ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର ଥିବା ଶିଳାଲିପିର ସନ୍ଧାନ କରାଯାଇଛି। ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପରା ମଧ୍ୟ ମିଳିଛି।


ଉକ୍ତ ଖପରାରୁ ଅନୁମାନ କରାଯାଏ ଏହି ନାଗରୀ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାକ-ଐତିହାସିକ ଯୁଗର ନୂତନ ପ୍ରସ୍ତର ସଂସ୍କୃତି ମଧ୍ୟ ସେଠାରେ ବିକାଶ ଲାଭ କରିଥିଲା । ତେବେ ଏହି ଭଳି ଏକ ସଂସ୍କୃତି ସମ୍ପନ୍ନ ଐତିହାସିକ ଗ୍ରାମରେ ୧୭୨୮ ମସିହାରେ ଆଠଗଡ ରାଜା ଶ୍ରୀଜଗନ୍ନାଥ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ଯାହାକି ଅତୀବ ସୁନ୍ଦର, ମନମୋହିଲା ଭଳି ଜାଗା ଟିଏ । ଏହା ବ୍ୟତୀତ ମାଉସୀମା’ ମନ୍ଦିର, ନୃସିଂହ ମନ୍ଦିର, କର୍ଣ୍ଣେଶ୍ଵର ଶିବ ମନ୍ଦିର, ନାରାୟଣୀ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ଗୋପୀନାଥ ମନ୍ଦିର, କୁଞ୍ଜବିହାରୀ ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର, କନକଦୁର୍ଗା ମନ୍ଦିର, ଲଙ୍ଗଳବେଣୀ ରାଜବାଟି, କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତିମୂର୍ତ୍ତି ଇତ୍ଯାଦି ଅନେକ ପ୍ରାଚୀନ କିର୍ତ୍ତୀ ଏଠାରେ ଦେଖିବାକୁ ମିଳେ । ମାତ୍ର ଏବେ ମାଉସୀ ମା ମନ୍ଦିର ଅତ୍ୟନ୍ତ ପରିତ୍ୟକ୍ତ, କବାଟ ଝରକା ନାହିଁ ଭିତର ପ୍ରାଙ୍ଗଣରେ ଗଛ, ଆବର୍ଜନା, ସାପ ଓ ଚେମେଣୀରେ ଭର୍ତି । ରାଜବାଟି ଅବସ୍ଥା ତ କହିଲେ ନ ସରେ. ଭଙ୍ଗା ଭୂତକୋଠି ଭଳି ଦିଶୁଚି । ହେଲମେଟ ପିନ୍ଧି ବି ଭିତରକୁ ଯିବା ବିପଦପୂର୍ଣ୍ଣ । ତେଣୁ ଏହି ପ୍ରାଚୀନ ଐତିହାସିକ ପୀଠଗୁଡିକର ସୁରକ୍ଷା ପାଇଁ ଧ୍ୟାନ ଦିଆଯିବା ଉଚିତ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago