ଲେଖା: ଶିଶିର ସାହୁ ମନୋଜ

ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ ।

ଆମ ଦେଶର ନାରୀମାନେ ଶଶୁର ଘରର ଲୋକଙ୍କ ନାମ ନିଅନ୍ତି ନାହିଁ ତେଣୁ ସେମାନଙ୍କୁ ଲୋଡ଼ା ପଡେ଼ ପ୍ରତିଶବ୍ଦ । ଏଇଭଳି ପ୍ରତିଶବ୍ଦ ହେଉଛି ବ୍ଯକ୍ତି ବୋଲୀ ଓ ଆଞ୍ଚଳିକ ବୋଲୀ ଗୁଡ଼ିକର ମୁଖ୍ୟ ଉପାଦାନ । ଆମେ ଏଇଭଳି ଶତାଧିକ ଶବ୍ଦର ସୂଚୀ କରିଛୁ ଯେଉଁଗୁଡି଼କ ହୁଏତ ଭିନ୍ନ ଅଞ୍ଚଳରେ ଚଳୁ ନ ଥାଇପାରେ । ନିମ୍ନରେ କେତୋଟି ଶବ୍ଦର ଉଦାହରଣ ଦିଆଗଲା ।

■ଫଳି (କର୍ଣ୍ଣ ଫଳକ=> ଫଳକ =>ଫଳି) = କାନ
■ଓଡ଼ଶୀ (ଓଡ଼ଶୀ ହଳଦୀ/ଏକ ଜାତୀୟ ଉଡ୍ର ଦେଶୀୟ ହଳଦୀ) = ହଳଦୀ
■ତୁଣ୍ଡପୋଡା଼ = ଲଙ୍କା ମରିଚ (ମରିଚ ଯୋଗୁଁ ତୁଣ୍ଡ ପୋଡେ ତେଣୁ)
■ତେହାନ = ପରଦିନ (ତହିଁ ଆର ଅହ୍ନ ?)
■ରାମରଗଡା଼ =  ପରିବାଯୁକ୍ତ ଲୁଣୀ ଖେଚେଡି
■ଅକ = ରକ୍ତ (ଶିଶୁରଞ୍ଜନ ଶବ୍ଦ/ ପିଲା ଓ ହିନ୍ଦିଆ ଳ,ଣ ଓ ର ଉଚ୍ଚାରଣ କରିପାରନ୍ତି ନାହିଁ)
■ହାପ = ସାପ (ଶିଶୁରଞ୍ଜନ)
■କକ = କୁକୁର, ବିଲୁଆ ଆଦି ହିଂସ୍ର ଜୀବ (ଶିଶୁରଞ୍ଜନ)
■ବାଲସିରି କଇଁଆ = ଅଧାକଞ୍ଚା ଅଧାପାଚିଲା କୟାଁ
■କେଣ୍ଟି = ଘୃଣା
■ଅସ୍କୁଣିଆ = କପରିଷ୍କାର
■ଫଲି ମାରିବା = ଗୋଇଠା ମାରିବା
■କୁଥୁଲା = ମୋଟା
■ବୁଥୁଲା = ମୋଟା
■ଫାପୁଲୁ = ମୋଟା
■ଟିମା-ଟିମିଣୀ = ବାଣ୍ଠୁ ବା ସାନ
■ଢାଙ୍ଗୁରା = ବଡ଼
■ଝଲିକି = ବହେ ସଜବାଜ ହେଉଥିବା ଦେଖେଇ ହେଉଥିବା ସ୍ତ୍ରୀ ବା କନ୍ୟା (ବ୍ଯଙ୍ଗାତ୍ମକ)
■ଜାଲମ = ବର୍ଷା ସମୟର କୋହଲା ପାଗ
■ଘିଞ୍ଚିବା = ଟାଣିବା
■କଟା = ତିନିପାଖ ବନ୍ଧ ଓ ଏକ ପାଖ କଟାଯାଇଥିବା ଜଳାଶୟ
■ବବା = ବଡ଼ବାପା
■ମମା = ବଡ଼ମାଆ
■ହଣ୍ଡଲପାଣି = ପିଳେହିପାଣି
■ଭଗତଘର = ଭାଗବତଘର
■ଡିଆସିଲି = ଦିଆସିଲି (ସେହିପରି ଆମ ଅଞ୍ଚଳରେ ଦିଣ୍ଡା = ଡିଣ୍ଡା ଓ ଦାଣ୍ଡ = ଡାଣ୍ଡ ହୁଏ)
■ନତ୍କି ଯିବା = ନଇଁଯିବା
■ବଧେ =ବୋଧହୁଏ
■ପାଉଆ = ମିଛୁଆ (ପାହୁ = ମିଛ)
■ଅମେଇଶା = ଅମାବାସ୍ୟା
■ପରଭ = ପୂର୍ଣ୍ଣିମା (ପର୍ବ =>ପରଭ)
■ଆଜିଯାଁକେ = ଆଜିଯାଏଁ
■ଚର୍ଜନ = ତର୍ଜନର ଆଞ୍ଚଳିକ ରୂପ
■ନଁନୁଆଁଣି = କୀଟପତଙ୍ଗ ପୋକଜୋକ
■ଏରା = ଏଗୁଡା଼
■ଏରାକ = ଏଗୁଡା଼କ
■ନିକୁଚ୍ଛିଆ = ନିକୃଷ୍ଟ (ଗାଳୀ)
■ନାଉଁକା ନାଁବଜା = ବଦନାମ ବ୍ଯକ୍ତି (ଗାଳୀ)
■ନଟେଇ ହେବା = ଜଣକ ଉପରେ ଲଦି ହେବା
■ନଟା = ଜଙ୍ଗଲ
■ଧାର = ନଈ
■ନଙ୍କା = ଲଙ୍କା ମରିଚ
■କଦିଳ = କଦଳୀ
■ମୁଣ୍ଡିଆ ମାରିବା = ଜୁହାର ହେବା, ମୁଣ୍ଡରେ ମାରିବା
■ପଟା = ପନିକୀ
■ମିଲଟିମୁହାଁ = ସବୁ ଜାଣି କିଛି ନଜାଣିବାର ଅଭିନୟ ପୂର୍ବକ ଆଖି ମିଟି ମିଟି କରୁଥିବା ଲୋକ (ଗାଳୀ)
■ଟୁମ୍’ଟୁମୁ = କୋୖଣସି ପାତ୍ର ସମ୍ପୂର୍ଣ୍ଣ ଭରିଯିବା ଅବସ୍ଥା
■ଉଥୁଲପୁଥୁଲୁ = କୋୖଣସି ପାତ୍ର ସମ୍ପୂର୍ଣ୍ଣ ଭରିଯିବା ଅବସ୍ଥା
■ପଚୁରା = ଅପରିଷ୍କାର (ପୋଚରା ଇତ୍ୟାଦି ଓ ଥିବା ଶବ୍ଦ ଉ ଯୁକ୍ତ ହୁଏ)
■ଥଣ୍ଟକାଲା = ଯିଏ କାଲା ନୁହେଁ କିନ୍ତୁ ଦୂରରୁ ଡାକିଲେ ଶୁଣିପାରେ ନାହିଁ)
■ଯାହିତାଇଆ/ଯାହିତାଲିଆ = ଅତି ସାଧାରଣ
■ଫକସିଆ = ଖତୁଆ ଗନ୍ଧ
■ନେନ୍ତେଇ ହେବା = ବାରମ୍ବାର କୋୖଣସି କଥା କହିଚାଲିବା
■ଘେର୍ତେଇ ହେବା = କୌଣସି ବ୍ଯକ୍ତିକୁ ବାରମ୍ବାର ଡାକିହେବା
■ମାହୁଳିଆ = ମାଗଣା
■ଉଞ୍ଚିବା =ସଜନା ଆଦି ପତ୍ରକୁ ଟାଣିବା କ୍ରିୟା
■ବାହାରହାଣ୍ଡି = ବାହାରକୁଣ୍ଡ; ଯେଉଁ କୁଣ୍ଡକୁ ବାସନ ଧୋଇବା ପାଇଁ ବ୍ଯବହାର କରାଯାଏ
■ଗୋତୁଣ୍ଡି /ଗୋତଣ୍ଡି = କୁଣ୍ଡ (ଗାଈ ତୁଣ୍ଡ ପୁରାଇ ପିଏ ବୋଲି କିମ୍ବା ଗୋଲ ତୁଣ୍ଡ ବା ମୁହଁ ଯୁକ୍ତ କୁଣ୍ଡ ?)
■ଭିତରଘର = ରୋଷେଇ ଘର
■ଝିଁକା = ଚୂଲିର ତିନୋଟି ଆବୁ ଯାହା ଉପରେ ପାତ୍ର ରଖାଯାଏ
■ମାଣ୍ଡି = ତକିଆ (ମଣ୍ଡ )
■ମୁଲେଇବା = କୌଣସି ପଦାର୍ଥକୁ ମୂଲଚାଲ କରିବା ବା ବାର୍ଗେନିଙ୍ଗ୍
■ପାରିବା = ଗଛରୁ ବା ଉଚ୍ଚ ସ୍ଥାନରୁ ଫଳ ଆଦି ଦ୍ରବ୍ୟ ଖସେଇବା ବା ଝଡେ଼ଇବା
■ବେସ୍ତ = ବ୍ଯସ୍ତ
■ମାଗେଣା = ମାଗଣା
■ଆଞ୍ଛିକୁଞ୍ଛି = ଯୋରକରି
■ଆଞ୍ଚୁଡି଼ବା = ରାମ୍ପିବା
■ଖୁଜୁବୁଜୁ = ଅସ୍ଥିର ଓ ଅସ୍ଥିରତା ଅର୍ଥରେ ବ୍ଯବହାର ହୁଏ
■ବେଲ କଇରା = ବେଲପତ୍ର ହଳଦିଆ ହୋଇଯିବା ରୋଗ ବା ଅବସ୍ଥା
■ଭିଁକୁରୁଆଁ = ଏକ ଜାତୀୟ ଗଛ
■କୁମୁଟିଆ  = ବଡ଼ ପତ୍ର ବିଶିଷ୍ଟ ନାତିଉଚ୍ଚ ଗଛ ବିଶେଷ
■ବହେ = ବହୁତ
■ଘୁର୍ଡି = ଏକ ଜାତୀୟ ଜଙ୍ଗଲୀ ଫଳ
■ସଁବାର =  ସୋମବାର
■ଚାରିଆଖିଆ = ଚଷମାଧାରୀ ବ୍ଯକ୍ତି (ବ୍ଯଙ୍ଗାତ୍ମକ)
■ଦୋବସା = ଦୁଇ ବର୍ଷ ପରବର୍ତ୍ତୀ ମୃତ ବ୍ଯକ୍ତିର ମୃତ୍ୟୁ ଦିବସ (ଦ୍ଵିବର୍ଷିକ)
■ଚେରଗେଡି଼ଆ = ସରୁଆ
■ଫୁଟିଆଣି = ଭାତରୁ ନିଷ୍କାସିତ ତପଲା ପାଣି
■ଠୋସିଆ = (ଦେହ) ଶୂନ୍ୟ ହୋଇଯିବା ବା ବ୍ଯକ୍ତି ଦୁର୍ବଳ ଓ କୃଶକାୟ ହୋଇ ଝଡି଼ଯିବା
■ଘଡ଼କା ପିଠା = ଏକ ଜାତୀୟ ପିଠା
■ଖରସିଆ = ଅଦିନିଆ ପାଚୁଥିବା (ଆମ୍ବ)
■ହାଣ୍ଟୁରିବା  = ଗର୍ଜନ କରିବା (ବାଘ ଗର୍ଜନ କରେ ବୋଲି ତାକୁ ଆମ ଭାଷାରେ ବୋଧହୁଏ ହେଣ୍ଟାଳ କୁହାଯାଏ)
■ରଇବାର = ରବିବାର
■ମ = ମୋ
■ତ = ତୋ
■ମଅର = ମୋର
■ତଅର = ତୋର
■ବାହି = ଡାଳ (ବାହୁ)
■ଡାହି = ଡାଳ
■ଦୋପାଗୀ ଚାଉଳ = ଦୁଇଥର ପାଗିଥିବା ଚାଉଳ
■ଉଦର = ବାଉଁଶ ପାତିଆ ନିର୍ମିତ ଶଗଡ଼ରେ ବ୍ଯବହୃତ ପାତ୍ର ବିଶେଷ । ଏଥିରେ ଖତ ଇତ୍ୟାଦି ବିଲକୁ ନିଆଯାଏ
■ପର୍’ସନା = ଏକ ଜାତୀୟ ଗୋଲ ପିତ୍ତଳ ପାତ୍ର
■ଡାଲି ଘୋଟିବା = ସିଜା ଡାଲିକୁ ଡଙ୍କିରେ ଘାଣ୍ଟି ମିଶେଇବା
■ଟାଉଟାଉ/ଟାଉଟାଉଆ = ଚଞ୍ଚଳ/ଚଞ୍ଚଳ କରି କହୁଥିବା ବ୍ଯକ୍ତି
■ହାନ୍ତେରା ପେଟ = ପସିଯାଇଥିବା ଦୁର୍ବଳ ଲୋକର ପେଟ
■ଚଟେଇବା = ଭାତରେ ଚଟୁ ବୁଲେଇବା କ୍ରିୟା
■ପିଥିପାଥିଆ = ପିଠାପାତିଆ
■ବାର ଆତର  = ଶିଶୁ ଜନ୍ମର ଦ୍ଵାଦଶତମ ଦିନ
■ଦଶ = ଦଶାହ
■ମୁର୍ତିକିଆ = ମୃତକ୍ରିୟା
■ ଛୁତିକିଆ = (ପ୍ରସୂତିକ୍ରିୟା) ପିଲା ଜନ୍ମର ଏକୋଇଶ ଦିନ ପର୍ଯ୍ୟନ୍ତ ସମୟ କାଳ


ଏଇଭଳି ଆହୁରି ଶବ୍ଦ ଆମ ଅଞ୍ଚଳରେ  ଚଳୁଅଛି ଏବଂ ଆଗକୁ ଆହୁରି ଶବ୍ଦ ସଂଗ୍ରହ ହେବ । ଆପଣଙ୍କ ଅଞ୍ଚଳରେ ଏଇସବୁ ଶବ୍ଦ ଚଳୁଥିଲେ ଏଠାରେ ଜଣାଇବାକୁ ବିଶେଷ ଅନୁରୋଧ ରହିଲା ।

© ଶବ୍ଦଭେଦ

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

11 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 days ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

2 days ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

2 days ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago