ଲେଖା: ଦେଵ ତ୍ରିପାଠୀ
ଆକାଶବାଣୀ ।
ଖବର ପଢୁଛନ୍ତି ଯତୀନ୍ ଦାସ୍ ।
ଅଶୀ ଦଶକର କଥା । ଗୌରୀଶଙ୍କର ପାର୍କ ପଢିହାରୀ ପାଠାଗାର ଛାତରେ ସ୍ଥାପିତ ମାଇକ୍’ରୁ ଭାସିଆସେ ସାନ୍ଧ୍ୟକାଳୀନ ସମ୍ବାଦ, ଏକ ଗୁରୁଗମ୍ଭୀର ସମ୍ଭ୍ରାନ୍ତ ସ୍ବରରେ . .
“ଆକାଶବାଣୀ କଟକ !
ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂ . . “
ସେ କଣ୍ଠସ୍ବରର ଶିହରଣ ମନରେ ସତେଜ ସଜଳ ହୋଇ ରହିଛି, ଆଜିର 5G ଇଣ୍ଟରନେଟ ଯୁଗର ଅସୁମାରୀ ମନୋରଞ୍ଜନ ମାଧ୍ୟମରେ ଭିଡ଼ ଭିତରେ ମଧ୍ୟ !
ସେତେବେଳେ ଇଡିୟଟ୍ ବକ୍ସର ଯାଦୁ ନ ଥିଲା, ନ ଥିଲା ମଧ୍ୟ ବସ୍ତୁବାଦୀ ସଂସ୍କୃତିର ଚାଲାଖି, ସେ ସମୟରେ କୋଟି କୋଟି ଆମୋଦପ୍ରିୟ ଓଡ଼ିଆଙ୍କର ନିରୁତା ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଆକାଶବାଣୀ କଟକ ! ସେ ଥିଲା ଏକ ଅନନ୍ୟ ମାଧ୍ୟମ, ଯାହା ଓଡ଼ିଶାର ସାଂସ୍କୃତିକ ଇତିହାସରେ ସୃଷ୍ଟି କରିଥିଲା ଏକ ଅପୂର୍ବ ଶିହରଣ ! ସେ ବନିଯାଇଥିଲା ଓଡ଼ିଆଙ୍କ ଜୀବନର ଅଙ୍ଗ ! ଶିଶୁଠାରୁ ବୟସ୍କ ସଭିଙ୍କ ଅତି ଆପଣାର !
“ନ କହିଲେ ଭଲ”ର ସୁରେନ୍ ମହାନ୍ତି ଅବା “ମଙ୍ଗୁଳି ମଉସାଶରତ ମହାନ୍ତି ଅବା କୃଷ୍ଣଚନ୍ଦ୍ର ପାଣ୍ଡେଙ୍କ ବଜାରଦର ଅବା ଖୋକାଭାଇଙ୍କ ପେଟେଣ୍ଟ ମେଡିସିନ ଗୀତିନାଟ୍ୟର ସ୍ମୃତି ଆଜି ମଧ୍ୟ ଧସେଇ ପଶିଆସେ ମାନସପଟକୁ !
“ଭାଇ” ନଦୀୟା ବିହାରୀ ମହାନ୍ତି ଓ “ଅପାବୀଣାପାଣି ମହାନ୍ତିଙ୍କ ଶିଶୁସଂସାର ଅବା “ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ” ଅବା ଟୁଆଁଟୁଇଁ, ଚକା ଚକା ଭଉଁରୀ, କିଶୋରଚକ୍ର ପରି କାର୍ଯ୍ୟକ୍ରମ ଆଜି ମଧ୍ୟ ପ୍ରୌଢତ୍ୱ କିମ୍ବା ବାର୍ଦ୍ଧକ୍ୟରେ ପାଦ ଦେଇଥିବା ଅଗଣିତ ତତ୍କାଳୀନ ଶିଶୁମାନଙ୍କ ପାଇଁ ଏକ ଅପାଶୋରା ସ୍ମୃତି !
କିଶୋରୀ ଓ ଯୁବତୀମାନଙ୍କ ନାରୀମହଲର ମହକକୁ କିଏ ଅବା ଭୁଲି ପାରିଛି ! ଯେ କୌଣସି ସ୍ଥାନରେ ଯେ କୌଣସି ସମୟରେ ସବୁ ସ୍ତରର ଲୋକେ ଶୁଣି ପାରୁଥିବା ଓ ଗ୍ରହଣ କରିପାରୁଥିବା ଏଇ ଅନନ୍ୟ ଗଣମାଧ୍ୟମ ଆକାଶବାଣୀ କଟକ ଥିଲା ଓଡ଼ିଶା ମାଟିରେ ସାଂସ୍କୃତିକ ନବଜାଗରଣର ପୁରୋଧା !
କହିବା ବାହୁଲ୍ୟ, ଓଡିଶା ମାଟିର କେତେ କେତେ ସୁରସାଧକ, କଣ୍ଠଶୀଳ୍ପି, ଗୀତିକାରଙ୍କ ସାଧନାର ପୀଠ ! ଖୋକା ଭାଇ ହୁଅନ୍ତୁ ଅବା ବାଣୀକଣ୍ଠ ସଭିଏଁ ନିଜ ନିଜର ପ୍ରତିଭାର ପରିପ୍ରକାଶ ପାଇଁ ପ୍ରେରିତ ହୋଇଥିଲେ ଏଇ ଆକାଶବାଣୀ କଟକ ଦ୍ୱାରା ! ଓଡ଼ିଆ ସଂଗୀତ କୁ ଦିଗନ୍ତବିସ୍ତାରୀ କରିବା ପଛରେ ଆକାଶବାଣୀର ଥିଲା ମହତ୍ତ୍ୱପୂର୍ଣ୍ଣ ଭୂମିକା I
ଦୁର୍ଭାଗ୍ୟ ! ଅଶୀଦଶକ ପରେ ଜନ୍ମିଥିବା ଓଡିଆଏ ସେଇ ମହକ ଟିକକ ପାଇବାରୁ ବଞ୍ଚିତ ହୋଇଥିବେ ନିଶ୍ଚୟ ! ସେମାନଙ୍କ ପାଇଁ ଏ ମନୋରଞ୍ଜନ ମାଧ୍ୟମଟି ଯେତେ ଅଲୋଡ଼ା ହେଲେ ମଧ୍ୟ ଆମ ପରି ଅନେକ ବୟସ୍କ ଶିଶୁଙ୍କ ସ୍ମୃତି ପଟରେ ଆକାଶବାଣୀ କଟକର ମଧୁର ସ୍ୱର ଗୁଞ୍ଜରି ଉଠୁଛି ବାରମ୍ବାର !
୧୯୪୮ ମସିହା ଜାନୁୟାରୀ ୨୮ ତାରିଖରେ ଦେଶବାସୀଙ୍କୁ ଲୋକାର୍ପିତ ହୋଇଥିଲା ଆକାଶବାଣୀ କଟକ, ତତ୍କାଳୀନ ଓଡ଼ିଶାର ରାଜ୍ୟପାଳ ଶ୍ରୀ କୈଳାସନାଥ କାଟଜୁଙ୍କ କରକମଳରେ। ବକ୍ସିବଜାରସ୍ଥିତ ଐତିହାସିକ ମଧୁପୁର କୋଠିରେ ଆରମ୍ଭ ହୋଇଥିଲା ପ୍ରଥମ ପ୍ରସାରଣ।
Images: Bandhan Dalai, Baikunthanath Khatua and Social Media
Spread the love
admin

View Comments

  • ମୁଁ ଆପଣ ଙ୍କ ଚିର ରୁଣି ରହିବି, ଆକାଶ ବାଣୀ କଟକ ନୁହେନତ ।ମୋ ଜୀବନର ଏକ ଅଲିଭା ସ୍ମୃତି,ହୃଦୟର ସମ୍ପର୍କ ର ଏକ ଅନ୍ୟବଦ୍ୟ ମାଧ୍ୟମ ଯାହା ଆଜି ବି ଉଜ୍ଜବିତ ରହିଛି,ସେ ଦିନ ମନେ ପଡ଼େ ଶିଶୁ ସଂସାର,ଯୁବବାନି,ଅଟଶି କୁସୁମ,ଅତି ପ୍ରତିଭା ସମ୍ପନ୍ନ ନାଟକ ମାସର ବିଳାପ,କାଠ ଘୋଡ଼ା,କ୍ଳାନ୍ତ ଅପରାହ୍ନ,ମୁଁ ଜୀବନ ଦାସ କହୁଛି,ନାଟକ ର ଅଭିନେତା/ଅଭିନେତ୍ରୀ ଯଥା ଝରଣା ଦାସ, ଉର୍ବଶୀ ଯୋଶୀ,ହେମନ୍ତ ଦାସ,ହିମାଂଶୁ ସାବତ, ଅକ୍ଷୟ ମହାନ୍ତି ଏବଂ ଗୋପାଳ ଛୋଟରାୟ ନକର ଗୀତିନାଟ୍ୟ,ଆଉ ସୃଜନଶୀଳ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀi ଆଦି ଅନେକ ଗିତିକ୍ର ଆଉ ସର୍ବପରି ଆମ ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ବାଳ କୃଷ୍ଣ ଦାସ,ପ୍ରଣବ ପଟଟନାୟକଙ୍କ ଗୀତ, ଶେଷରେ ଯତୀନ ଦାସ, ଉପେନ୍ଦ୍ର କୁମାର ପହଡସିଂ ଙ୍କ ସମ୍ବାଦ ପଢିବ୍ରାର ଶୈଳୀ କିଏ କଣ ଭୁଲି ପାରିବ!!!!!!!!! ସେ ଦିନ ମୁଁ ପ୍ରାଣ ଭାରି ଖୋଜୁଛି,ଫେରି ଆସିବାକୁ କାହା ପକ୍ରେ ମିନତି କରିବି?

    • କୃତକୃତ୍ୟ ହେଲି sir ଆପଣଙ୍କ ଭାବପ୍ରବଣତା ଭରା ମତାମତ ପଢି, ବନ୍ଦେ ଉତ୍କଳ ଜନନୀ

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago