ଲେଖା: ଶିଶିର ସାହୁ ମନୋଜ

ଆଏ ଶବ୍ଦଟି ଓଡ଼ିଆ ଭାଷାର ଵିଭିନ୍ନ କଥିତ ଶୈଳୀରେ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ଏକ ଦେଶଜ ଵିଶେଷ୍ଯ ଭାଵେ ଆଏ ଶବ୍ଦଟି ଆୟ, ଅର୍ଜନ ଓ ଅଳଙ୍କାର ଅର୍ଥରେ ପ୍ରୟୋଗ ହୁଏ ।

ସେଇଭଳି ଭତ୍ରୀ ଓଡ଼ିଆରେ ଏ ଶବ୍ଦଟି ଅଛି (is) ଶବ୍ଦର ଵିଳଳ୍ପ ଭାଵେ ଵ୍ଯଵହୃତ ହୁଏ ଏଵଂ ସମ୍ଭଵତଃ ଏହା ସଂସ୍କୃତ ଅସ୍ତୁ ଶବ୍ଦ ସହିତ ସମଦ୍ଧୃତ । ଭତ୍ରୀ ହଲଵୀରେ ଏହା ନାନା ରୂପେ ଚଳୁଅଛି । ସମଗ୍ର ଭତ୍ରୀ ହଲଵୀ ଭାଷାରେ ଏଇ ଗୋଟିଏ ଶବ୍ଦ ଆୟେ, ଆଚେ, ଆସେ ଓ ଆସୋତ୍ ଆଦି ଵିଭିନ୍ନ ରୂପ ହୋଇଅଛି ।

ତେଵେ ସମ୍ବଲପୁରୀ ଓଡ଼ିଆରେ ଏ ଶବ୍ଦଟି ‛ଅଟେ’ ଅର୍ଥରେ ଵ୍ଯଵହାର ହୋଇଥାଏ । ଅଟେ ଶବ୍ଦଟି ଭୂ ଧାତୁ ସହିତ ସମ୍ବନ୍ଧିତ ଓ ଏହି ଭୂ ଧାତୁର ଵର୍ତ୍ତମାନ କାଳର ଭିନ୍ନ ଭିନ୍ନ ପୁରୁଷ ଓ ବଚନରେ ‘ଅଟ’ ଯୁକ୍ତ ଆକାରମାନ ସମଗ୍ର ଓଡ଼ିଆ ଭାଷାରେ ଅଟେ, ଅଟନ୍ତି, ଅଟଇ, ଆଏ ଆଦି ହୋଇ ଚଳୁଅଛି । ଯଥା ଭୂ ଧାତୁ ଲଟ୍’ଲକାର ଵା ଵର୍ତ୍ତମାନ କାଳ ପ୍ରଥମ ପୁରୁଷ ଧାତୁରୂପ ହେଲା: “ଭଵତି ― ଭଵତଃ ― ଭଵନ୍ତି” ।

ଏଠାରେ ଭୂ-ଧାତୁରୂପ ଗୁଡି଼କରୁ ‛ଭ’ ଵର୍ଣ୍ଣ ଲୋପ ହୋଇଛି ଏଵଂ ଅଵର୍ଗ୍ଯ ‛ଵ’ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇ ଓଡ଼ିଆ ଭାଷାରେ “ଅଟଇ ― ଅଟ ― ଅଟନ୍ତି” ହୋଇଅଛି ।
ଅର୍ଥାତ୍
✔️ଭଵତି ଶବ୍ଦ ‛ଭଅଟି’ ହୋଇ ସେଥିରୁ ‛ଭ’ ଲୁପ୍ତ ହୋଇ ଶେଷକୁ ‛ଅଟଇ’ ହୋଇଛି
✔️ଭଵତ ଶବ୍ଦ ‛ଭଅଟ’ ହୋଇ ଶେଷରେ ‛ଭ’ ଲୁପ୍ତ ହୋଇ ‛ଅଟ’ ହୋଇଛି
✔️ଭଵନ୍ତି ଶବ୍ଦ ଅତନ୍ତି ହୋଇ ଶେଷରେ ‛ଭ’ ଲୁପ୍ତ ହୋଇ ଅଟନ୍ତି ହୋଇଅଛି ।

ତେଵେ ସମ୍ବଲପୁରୀ ଓଡ଼ିଆ ଭାଷାରେ ‛ହାଏ’ ଵା ‛ହାଇ’ ଅଵ୍ଯୟ ସାମାନ୍ୟ ପରିଵର୍ତ୍ତିତ ହୋଇ ‛ଆଏ ଗୋ’ ହୋଇଥାଏ ।ସେତେଵେଳେ ଏହା ଅସମ୍ମତି ସୂଚକ ପଦପୂରଣାର୍ଥ ଅଵ୍ଯୟ ପରି କାର୍ଯ୍ୟ କରିଥାଏ, ଯେପରି କି,
‛ଆଏ ଗୋ ଇଟା କେନ୍ତା କଥା ?’

ଢେଙ୍କାନାଳର କଥିତ ଓଡ଼ିଆ ଶୈଳୀରେ ସମାନ ଵାକ୍ଯ ଏଇଭଳି କୁହାଯାଏ, “ହଇ ଗୋ/ଓ ଏଟା କିଁତିଆ କଥା (ଯେ) ?”

ଢେଙ୍କାନାଳ-ଅନୁଗୁଳର କଥିତ ଶୈଳୀରେ କିନ୍ତୁ “ଆଏ” ଶବ୍ଦକୁ “ଆସେ” ଶବ୍ଦର ଵିକଳ୍ପ ରୂପେ ପ୍ରୟୋଗ କରାଯାଏ, “ସେଠିକି ସିଏ ଆଏ କି ନାଁଇ ?”

ଏଠାରେ ‛ଆଏ’ ଶବ୍ଦ ‛ଆସେ’ ଅର୍ଥରେ ପ୍ରୟୋଗ ହୋଇଅଛି । ତେଣୁ ଢେଙ୍କାନାଳ-ଅନୁଗୋଳ କଥିତ ଓଡ଼ିଆ ଶୈଳୀରେ ଆସେ ଶବ୍ଦରେ ଦନ୍ତ୍ଯ ‛ସ’ ଲୁପ୍ତ ହୋଇ ତହିଁରେ ଥିଵା ‘ଏ’କାର ଟିଏ ହୋଇ ଏ ଶବ୍ଦ ହୋଇଅଛି । (ଆସେ > ଆଏ)

ପୁରୀ ଅଞ୍ଚଳରେ ‛ଆହେ’ ଶବ୍ଦରୁ ସମାନ ଭାଵେ ‛ହ’ ଲୁପ୍ତ ହୋଇ ତାହା ‛ଆଏ’ ହୁଏ ଏଵଂ ‛ଆହେ’ ପରଵର୍ତ୍ତେ ଵ୍ଯଵହୃତ ହୋଇଥାଏ ।
“ଶୁଭ ବାବୁ ! ଆଏ ଏତା କି କଥା ହେ ?”

© ଶବ୍ଦଭେଦ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

22 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago