ଲେଖା: ଶିଶିର ସାହୁ ମନୋଜ

ଆଏ ଶବ୍ଦଟି ଓଡ଼ିଆ ଭାଷାର ଵିଭିନ୍ନ କଥିତ ଶୈଳୀରେ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ଏକ ଦେଶଜ ଵିଶେଷ୍ଯ ଭାଵେ ଆଏ ଶବ୍ଦଟି ଆୟ, ଅର୍ଜନ ଓ ଅଳଙ୍କାର ଅର୍ଥରେ ପ୍ରୟୋଗ ହୁଏ ।

ସେଇଭଳି ଭତ୍ରୀ ଓଡ଼ିଆରେ ଏ ଶବ୍ଦଟି ଅଛି (is) ଶବ୍ଦର ଵିଳଳ୍ପ ଭାଵେ ଵ୍ଯଵହୃତ ହୁଏ ଏଵଂ ସମ୍ଭଵତଃ ଏହା ସଂସ୍କୃତ ଅସ୍ତୁ ଶବ୍ଦ ସହିତ ସମଦ୍ଧୃତ । ଭତ୍ରୀ ହଲଵୀରେ ଏହା ନାନା ରୂପେ ଚଳୁଅଛି । ସମଗ୍ର ଭତ୍ରୀ ହଲଵୀ ଭାଷାରେ ଏଇ ଗୋଟିଏ ଶବ୍ଦ ଆୟେ, ଆଚେ, ଆସେ ଓ ଆସୋତ୍ ଆଦି ଵିଭିନ୍ନ ରୂପ ହୋଇଅଛି ।

ତେଵେ ସମ୍ବଲପୁରୀ ଓଡ଼ିଆରେ ଏ ଶବ୍ଦଟି ‛ଅଟେ’ ଅର୍ଥରେ ଵ୍ଯଵହାର ହୋଇଥାଏ । ଅଟେ ଶବ୍ଦଟି ଭୂ ଧାତୁ ସହିତ ସମ୍ବନ୍ଧିତ ଓ ଏହି ଭୂ ଧାତୁର ଵର୍ତ୍ତମାନ କାଳର ଭିନ୍ନ ଭିନ୍ନ ପୁରୁଷ ଓ ବଚନରେ ‘ଅଟ’ ଯୁକ୍ତ ଆକାରମାନ ସମଗ୍ର ଓଡ଼ିଆ ଭାଷାରେ ଅଟେ, ଅଟନ୍ତି, ଅଟଇ, ଆଏ ଆଦି ହୋଇ ଚଳୁଅଛି । ଯଥା ଭୂ ଧାତୁ ଲଟ୍’ଲକାର ଵା ଵର୍ତ୍ତମାନ କାଳ ପ୍ରଥମ ପୁରୁଷ ଧାତୁରୂପ ହେଲା: “ଭଵତି ― ଭଵତଃ ― ଭଵନ୍ତି” ।

ଏଠାରେ ଭୂ-ଧାତୁରୂପ ଗୁଡି଼କରୁ ‛ଭ’ ଵର୍ଣ୍ଣ ଲୋପ ହୋଇଛି ଏଵଂ ଅଵର୍ଗ୍ଯ ‛ଵ’ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇ ଓଡ଼ିଆ ଭାଷାରେ “ଅଟଇ ― ଅଟ ― ଅଟନ୍ତି” ହୋଇଅଛି ।
ଅର୍ଥାତ୍
✔️ଭଵତି ଶବ୍ଦ ‛ଭଅଟି’ ହୋଇ ସେଥିରୁ ‛ଭ’ ଲୁପ୍ତ ହୋଇ ଶେଷକୁ ‛ଅଟଇ’ ହୋଇଛି
✔️ଭଵତ ଶବ୍ଦ ‛ଭଅଟ’ ହୋଇ ଶେଷରେ ‛ଭ’ ଲୁପ୍ତ ହୋଇ ‛ଅଟ’ ହୋଇଛି
✔️ଭଵନ୍ତି ଶବ୍ଦ ଅତନ୍ତି ହୋଇ ଶେଷରେ ‛ଭ’ ଲୁପ୍ତ ହୋଇ ଅଟନ୍ତି ହୋଇଅଛି ।

ତେଵେ ସମ୍ବଲପୁରୀ ଓଡ଼ିଆ ଭାଷାରେ ‛ହାଏ’ ଵା ‛ହାଇ’ ଅଵ୍ଯୟ ସାମାନ୍ୟ ପରିଵର୍ତ୍ତିତ ହୋଇ ‛ଆଏ ଗୋ’ ହୋଇଥାଏ ।ସେତେଵେଳେ ଏହା ଅସମ୍ମତି ସୂଚକ ପଦପୂରଣାର୍ଥ ଅଵ୍ଯୟ ପରି କାର୍ଯ୍ୟ କରିଥାଏ, ଯେପରି କି,
‛ଆଏ ଗୋ ଇଟା କେନ୍ତା କଥା ?’

ଢେଙ୍କାନାଳର କଥିତ ଓଡ଼ିଆ ଶୈଳୀରେ ସମାନ ଵାକ୍ଯ ଏଇଭଳି କୁହାଯାଏ, “ହଇ ଗୋ/ଓ ଏଟା କିଁତିଆ କଥା (ଯେ) ?”

ଢେଙ୍କାନାଳ-ଅନୁଗୁଳର କଥିତ ଶୈଳୀରେ କିନ୍ତୁ “ଆଏ” ଶବ୍ଦକୁ “ଆସେ” ଶବ୍ଦର ଵିକଳ୍ପ ରୂପେ ପ୍ରୟୋଗ କରାଯାଏ, “ସେଠିକି ସିଏ ଆଏ କି ନାଁଇ ?”

ଏଠାରେ ‛ଆଏ’ ଶବ୍ଦ ‛ଆସେ’ ଅର୍ଥରେ ପ୍ରୟୋଗ ହୋଇଅଛି । ତେଣୁ ଢେଙ୍କାନାଳ-ଅନୁଗୋଳ କଥିତ ଓଡ଼ିଆ ଶୈଳୀରେ ଆସେ ଶବ୍ଦରେ ଦନ୍ତ୍ଯ ‛ସ’ ଲୁପ୍ତ ହୋଇ ତହିଁରେ ଥିଵା ‘ଏ’କାର ଟିଏ ହୋଇ ଏ ଶବ୍ଦ ହୋଇଅଛି । (ଆସେ > ଆଏ)

ପୁରୀ ଅଞ୍ଚଳରେ ‛ଆହେ’ ଶବ୍ଦରୁ ସମାନ ଭାଵେ ‛ହ’ ଲୁପ୍ତ ହୋଇ ତାହା ‛ଆଏ’ ହୁଏ ଏଵଂ ‛ଆହେ’ ପରଵର୍ତ୍ତେ ଵ୍ଯଵହୃତ ହୋଇଥାଏ ।
“ଶୁଭ ବାବୁ ! ଆଏ ଏତା କି କଥା ହେ ?”

© ଶବ୍ଦଭେଦ

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

5 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

2 weeks ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

2 weeks ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago