ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ

ବନ୍ଦେ ଉତ୍କଳ ଜନନୀ 
ଶ୍ୟାମ-ଶିଖରୀ-ଶିରା
ସିନ୍ଧୁ ବିଧୌତା
ପଵନ-ନଦ-ନଦୀ-ତରଙ୍ଗ-ଧୌତା
ଶଵଳିତ ସୁନ୍ଦର ଧରଣୀ
ବନ୍ଦେ ଉତ୍କଳ ଜନନୀ ।୧।

ମନ୍ଦିରମୟୀ ତଵ କପୋଳ ତଳେ,
କେତେ ଶହ ଵର୍ଷ ର କାହାଣୀ ଝଳେ,
ଯେତେ ଇତିହାସ ଗତ ନୟନ ତଳେ,
ନାହିଁଛି ଜଗତେ ତା’ର ସ୍ମରଣୀ,
ବନ୍ଦେ ଉତ୍କଳ ଜନନୀ ।୨।

ତଵ ପୋତ ରାଜି ଦିନେ ନୀଳ ସାଗରେ,
ତଵ ସଭ୍ୟତା ଦୂର ଦେଶ ଭାଗରେ ବୋହି ନେଲା ।
ସେହି ଗୌରବ ରାଗରେ ରଞ୍ଜିତ ଶତ-ଦେଶ,
ଦ୍ଵୀପ କାହାଣୀ,
ବନ୍ଦେ ଉତ୍କଳ ଜନନୀ ।୩।

ତୋର ମନ୍ଦିରେ କେତେ ସାଧକ ଆସି
ମୁକ୍ତି ଖୋଜିଲେ ଜାଳି ଵାସନା ରାଶି,
ଧର୍ମର ଉର୍ମି ତୋ ବେଳାରୁ ଭାସି
ପ୍ଲାଵିତ କରିଛି କେତେ ଭୂମି ଜନନୀ,
ବନ୍ଦେ ଉତ୍କଳ ଜନନୀ ।୪।

ଜାହ୍ନବୀ ଗୋଦାବରୀ ସେଵିଲେ ଦିନେ
ପଦ ତୋର ଉତ୍ତରେ ପୁଣି ଦଖିଣେ,
ଯେ ଦେଶ ଗଲା ତୋ ପୁଅ,
ସେ ଦଶ ଜିଣେ 
ଵିଜୟଵାହିନୀ ତୋର ସରଣୀ
ବନ୍ଦେ ଉତ୍କଳ ଜନନୀ ।୫।

ରାଜା ତୋର ରଞ୍ଜିଲା ଶ୍ୟାମଳ ଭାଲ,
ରଚି ଚାରୁ ମନ୍ଦିର ମୁକୁଟ ଜାଳ,
ଜଗତେ କେତେ କାହିଁଛି ତୁଳନା ତା’ର,
କଳାଵତୀ ଉତ୍କଳ ଧରିଣୀ,
ବନ୍ଦେ ଉତ୍କଳ ଜନନୀ ।୬।

ସେ ଦିନ ସେ ଗଉରବ ନାହିଁ ମା ଆଉ
ଖଡ୍ଗ ଧରେ ନାହିଁ ଓଡ଼ିଆ ଵାହୁ,
ନ ଆସେ ଓଡ଼ିଆ ରାଜା ଵିଜୟେ କାହୁଁ
ମୁଖରିତ କରି ତୋର ସରଣୀ 
ବନ୍ଦେ ଉତ୍କଳ ଜନନୀ ।୭।

ସେକାଳ ଆସିବ ଆଉ ଫେରି କି ଥରେ,
ବୋଇତ ଭାସିବ ପୁଣି ନୀଳ ସାଗରେ,
ଗୋଦାବରୀ-ଜାହ୍ନବୀ ଧୋଇବେ ଜଳେ,
ପୁଣି ଏହି ତାଳ-ନୀଳ-ଵେଳା ଧରଣୀ 
ବନ୍ଦେ ଉତ୍କଳ ଜନନୀ ।୮।

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago