ଲେଖା: ଶିଶିର ସାହୁ ମନୋଜ

ଶ୍ରୀମନ୍ଦିରର ଵିଭିନ୍ନ ଉତ୍ସଵ, ପର୍ଵପର୍ଵାଣୀ, ଯାତ୍ରାରେ ଶ୍ରୀଜିଉ’ଙ୍କର ମୁଖ୍ୟ ପ୍ରତିନିଧିତ୍ଵ କରନ୍ତି ଶ୍ରୀମଦନମୋହନ । ଏହାଙ୍କ ସହିତ ଶ୍ରୀରାମ, ଶ୍ରୀକୃଷ୍ଣ, ନୃସିଂହନାଥ ଓ ଭକ୍ତ ହନୁମାନ ଶ୍ରୀମନ୍ଦିର ଦକ୍ଷିଣିଘରେ ଵିରାଜମାନ ଅଛନ୍ତି ।

ଶ୍ରୀଜଗନ୍ନାଥ’ଙ୍କ ପୂଜା, ଅର୍ଚ୍ଚନା, ଉପାସନା ଓ ରୀତିନୀତି ଅନୁଯାୟୀ ଶ୍ରୀମଦନମୋହନ ଚର୍ଚ୍ଚିତ, ଅର୍ଚ୍ଚିତ, ପୂଜିତ ହେଉଥିଵା ହେତୁ ତାଙ୍କ ପ୍ରତିମାକୁ ଅର୍ଚ୍ଚା ପ୍ରତିମା କୁହାଯାଏ ।


ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ରେ ଓଡ଼ିଆ ଶବ୍ଦ ଅର୍ଚ୍ଚା’ର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ କରାଯାଇଛି:

୧. ପୂଜା: ଶ୍ରୀଜଗନ୍ନାଥଙ୍କ ସମ ତାଙ୍କ ପ୍ରତିନିଧି ସ୍ଵରୂପ ଶ୍ରୀମଦନମୋହନ ପୂଜା ପାଆନ୍ତି;

୨. ପ୍ରତିମା: ଶ୍ରୀମଦନମୋହନ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି ଲୋକଵିଶ୍ଵାସ ରହିଛି ।

୩. ପ୍ରତିକୃତି: ଶ୍ରୀଜଗନ୍ନାଥ ଓ ଶ୍ରୀମଦନମୋହନଙ୍କ ମଧ୍ୟରେ ଅଭେଦ୍ୟ କଳ୍ପନା କରାଯାଏ । ଅର୍ଥାତ୍ ଶ୍ରୀଜଗନ୍ନାଥଙ୍କର ପ୍ରତିକୃତି ସ୍ଵୟଂ ମଦନମୋହନ ।

ତେଣୁ ଏହି ସବୁ କାରଣରୁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥଙ୍କ ଅର୍ଚ୍ଚା ପ୍ରତିମା କୁହାଯାଇଥାଏ ।

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago