ମହାମନିଷୀଗଣ

ଅମ୍ଳାନସ୍ମୃତି: ଡ଼ଃ କୃଷ୍ଣଚନ୍ଦ୍ର ଗଜପତି

ଲେଖା: ଶିବାଶିଷ ମହାପାତ୍ର
ପାରଳାର ମହାରାଜା ଡ଼ଃ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ନିଜ ବାଲ୍ୟବସ୍ଥାରେ ଥିଲେ ଜଣେ ଚପଳମତି ବାଳକ । ଗଞ୍ଜାମ ଜିଲ୍ଲାର ପ୍ରଥମ ବି.ଏ ଉପାଧିଧାରୀ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଥିଲେ ରାଜାଙ୍କ ଜଣେ ଗୃହ ଶିକ୍ଷକ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ନଗରପାଳ ତଥା ପୁଣ୍ୟପୀଠ ପାରଳା ରାଜ୍ୟର ଜଣେ ଶୁଭେଚ୍ଛୁ । ଜଣେ ପରାମର୍ଶଦାତା ହିସାବରେ ରାଜପରିବାରର ସବୁ ସ୍ଥାନ ତଥା କ୍ଷେତ୍ରରେ ଥିଲା ତାଙ୍କର ଅବାଧ ପ୍ରବେଶ ।
ଏକଦା କିଶୋର କୃଷ୍ଣଚନ୍ଦ୍ରଙ୍କ ପଢାଘରକୁ ମାଡ଼ି ଯାଇଥିଲେ ଶ୍ରୀ ରାଜଗୁରୁ । ଏହି ସମୟରେ ଶିକ୍ଷକ ଶ୍ରୀ ଅପର୍ଣ୍ଣା ପଣ୍ଡା ପାଠ ପଢ଼ାଉଥିଲେ । ଏହି ସମୟରେ ଶ୍ରୀ ପଣ୍ଡା ଯୁବରାଜ ଅଙ୍କରେ ଦୁର୍ବଳ ଥିବା ପ୍ରକାଶ କରିଥିଲେ । ଏଥିପାଇଁ ଶ୍ରୀ ରାଜଗୁରୁ ଯୁବରାଜଙ୍କୁ ତାଗିଦ୍ କରି କହିଥିଲେ “ଯଦି ପାଠ ପଢ଼ିବାକୁ ଭଲ ଲାଗୁନି କିଭଳି ଭଲ ଭାବରେ ରାଜ୍ୟ ଶାସନ କରିବ ?” ଏହାବାଦ ଆହୁରି ମଧ୍ୟ କହିଥିଲେ “ମୁନିଗାଭଜା ଖାଇବାକୁ ତ ଭଲ ଲାଗୁଛି ପାଠ ପଢ଼ିଲା ବେଳକୁ କାଇଁ ଭଲ ଲାଗୁନି ?”
ଆଠ ବର୍ଷର ବାଳକର ମନ ଭିତରେ ଏହି ମନ୍ତବ୍ୟ ସବୁ ଗଭୀର ରେଖାପାତ କରିଥିଲା । ଯେହେତୁ ରାଜଗୁରୁଙ୍କ ଉପରେ ସମସ୍ତେ ଖୁସି ଥିଲେ ବାଳକ ଗଜପତି ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରିଥିଲେ ଏକ ଶେଷ ଉପାୟ । ଏକଦା କିଏ ଜଣେ କହିଥିଲେ ସୁନ୍ଦର ବୃଦ୍ଧି କରୁଥିବା ହୀରା ଯଦି ପେଟ ଭିତରକୁ ଚାଲିଯାଏ ତାହେଲେ ମୃତ୍ୟୁ ନିଶ୍ଚିତ । ଯୋଗ ବଶତଃ ତାଙ୍କ କାନଫୁଲ ଥିଲା ହୀରଯୁକ୍ତ ।
ଏକ ନିର୍ଜନ କୋଠରୀରେ ଛୁରୀ ସାହାଯ୍ୟରେ ଏହି ହୀରାକୁ ବାହାର କରି ଗିଳିପକାଇଥିଲେ ତତକ୍ଷଣାତ୍ । ରାଜବୈଦ୍ୟ ଡ଼ଃ ପେରିରାଙ୍କ ଉଦ୍ୟମ ଫଳରେ ବାନ୍ତି ଏବଂ ଝାଡା କରାଇ ଅପମୃତ୍ୟୁ ଉଦ୍ୟମକୁ ଅସଫଳ କରାଗଲା । ସେଦିନ ଇଷ୍ଟଦେବୀ ମାଣିକେଶ୍ଵରୀ, ଇଷ୍ଟଦେବ ରାମସ୍ବାମୀ ଏବଂ ଜଗନ୍ନାଥ ମନ୍ଦିରରେ ଭୋଗରାଗ କରାଇ ରିଷ୍ଟଖଣ୍ଡନ ବ୍ୟବସ୍ଥା କରାଗଲା । ସେହି ବାଳକ କୃଷ୍ଣଚନ୍ଦ୍ର ଗଜପତି ଦିନେ ବଡ଼ ହୋଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ହୋଇଥିଲେ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମଧ୍ୟ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago