ମହାମନିଷୀଗଣ

ଅମ୍ଳାନସ୍ମୃତି: ଡ଼ଃ କୃଷ୍ଣଚନ୍ଦ୍ର ଗଜପତି

ଲେଖା: ଶିବାଶିଷ ମହାପାତ୍ର
ପାରଳାର ମହାରାଜା ଡ଼ଃ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ନିଜ ବାଲ୍ୟବସ୍ଥାରେ ଥିଲେ ଜଣେ ଚପଳମତି ବାଳକ । ଗଞ୍ଜାମ ଜିଲ୍ଲାର ପ୍ରଥମ ବି.ଏ ଉପାଧିଧାରୀ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଥିଲେ ରାଜାଙ୍କ ଜଣେ ଗୃହ ଶିକ୍ଷକ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ନଗରପାଳ ତଥା ପୁଣ୍ୟପୀଠ ପାରଳା ରାଜ୍ୟର ଜଣେ ଶୁଭେଚ୍ଛୁ । ଜଣେ ପରାମର୍ଶଦାତା ହିସାବରେ ରାଜପରିବାରର ସବୁ ସ୍ଥାନ ତଥା କ୍ଷେତ୍ରରେ ଥିଲା ତାଙ୍କର ଅବାଧ ପ୍ରବେଶ ।
ଏକଦା କିଶୋର କୃଷ୍ଣଚନ୍ଦ୍ରଙ୍କ ପଢାଘରକୁ ମାଡ଼ି ଯାଇଥିଲେ ଶ୍ରୀ ରାଜଗୁରୁ । ଏହି ସମୟରେ ଶିକ୍ଷକ ଶ୍ରୀ ଅପର୍ଣ୍ଣା ପଣ୍ଡା ପାଠ ପଢ଼ାଉଥିଲେ । ଏହି ସମୟରେ ଶ୍ରୀ ପଣ୍ଡା ଯୁବରାଜ ଅଙ୍କରେ ଦୁର୍ବଳ ଥିବା ପ୍ରକାଶ କରିଥିଲେ । ଏଥିପାଇଁ ଶ୍ରୀ ରାଜଗୁରୁ ଯୁବରାଜଙ୍କୁ ତାଗିଦ୍ କରି କହିଥିଲେ “ଯଦି ପାଠ ପଢ଼ିବାକୁ ଭଲ ଲାଗୁନି କିଭଳି ଭଲ ଭାବରେ ରାଜ୍ୟ ଶାସନ କରିବ ?” ଏହାବାଦ ଆହୁରି ମଧ୍ୟ କହିଥିଲେ “ମୁନିଗାଭଜା ଖାଇବାକୁ ତ ଭଲ ଲାଗୁଛି ପାଠ ପଢ଼ିଲା ବେଳକୁ କାଇଁ ଭଲ ଲାଗୁନି ?”
ଆଠ ବର୍ଷର ବାଳକର ମନ ଭିତରେ ଏହି ମନ୍ତବ୍ୟ ସବୁ ଗଭୀର ରେଖାପାତ କରିଥିଲା । ଯେହେତୁ ରାଜଗୁରୁଙ୍କ ଉପରେ ସମସ୍ତେ ଖୁସି ଥିଲେ ବାଳକ ଗଜପତି ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରିଥିଲେ ଏକ ଶେଷ ଉପାୟ । ଏକଦା କିଏ ଜଣେ କହିଥିଲେ ସୁନ୍ଦର ବୃଦ୍ଧି କରୁଥିବା ହୀରା ଯଦି ପେଟ ଭିତରକୁ ଚାଲିଯାଏ ତାହେଲେ ମୃତ୍ୟୁ ନିଶ୍ଚିତ । ଯୋଗ ବଶତଃ ତାଙ୍କ କାନଫୁଲ ଥିଲା ହୀରଯୁକ୍ତ ।
ଏକ ନିର୍ଜନ କୋଠରୀରେ ଛୁରୀ ସାହାଯ୍ୟରେ ଏହି ହୀରାକୁ ବାହାର କରି ଗିଳିପକାଇଥିଲେ ତତକ୍ଷଣାତ୍ । ରାଜବୈଦ୍ୟ ଡ଼ଃ ପେରିରାଙ୍କ ଉଦ୍ୟମ ଫଳରେ ବାନ୍ତି ଏବଂ ଝାଡା କରାଇ ଅପମୃତ୍ୟୁ ଉଦ୍ୟମକୁ ଅସଫଳ କରାଗଲା । ସେଦିନ ଇଷ୍ଟଦେବୀ ମାଣିକେଶ୍ଵରୀ, ଇଷ୍ଟଦେବ ରାମସ୍ବାମୀ ଏବଂ ଜଗନ୍ନାଥ ମନ୍ଦିରରେ ଭୋଗରାଗ କରାଇ ରିଷ୍ଟଖଣ୍ଡନ ବ୍ୟବସ୍ଥା କରାଗଲା । ସେହି ବାଳକ କୃଷ୍ଣଚନ୍ଦ୍ର ଗଜପତି ଦିନେ ବଡ଼ ହୋଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ହୋଇଥିଲେ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମଧ୍ୟ ।
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago