Physical Address
Sai Samarpanam, Satya Vihar, Bhubaneswar

ପଲ୍ଲୀକବି, ଓଡ଼ିଶାମାଟିର ଜଣେ ପ୍ରାତଃସ୍ମରଣୀୟ ଯୋଗଜନ୍ମା ବ୍ୟକ୍ତିତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟରେ ଅପୂର୍ବ ଲାଳିତ୍ୟମୟ ଅଗଣିତ ପଲ୍ଲୀଗୀତ ଓ ସଂସ୍କାରଧର୍ମୀ କାଳଜୟୀ ଉପନ୍ୟାସମାନ ସୃଷ୍ଟି କରି ଓଡ଼ିଆ ଜନମାନସକୁ ଆନ୍ଦୋଳିତ କରିପାରିଥିଲେ ସେ . .

~ ଶରତ ~ ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ…

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ଲେଖା: ନିରଞ୍ଜନ ସାହୁ ସେଦିନ ଥିଲା ଦୋଳପୂର୍ଣ୍ଣିମା ପରଦିନ । ଗଣକବି ବୈଷ୍ଣବ ପାଣିଙ୍କ ସାଧନା କ୍ଷେତ୍ର ମାଳିହତା ଠାରେ ଗଣକବିଙ୍କ ଆରାଧ୍ୟା ଦେବୀ କ୍ଷେତ୍ରପାଳିନୀଙ୍କ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥାଏ । ନିମନ୍ତ୍ରଣ କ୍ରମେ ସେଠାରେ ପହଞ୍ଚିବାକୁ ହେଲା । ରାତ୍ର ନଅ ଘଟିକା ବେଳକୁ ପୂର୍ଣ୍ଣାହୁତି ହୋଇ ଶେଷ ହେଲା…

ସୌରଭିତ ସୃଷ୍ଟି: ପଲ୍ଲୀକବି ନନ୍ଦକିଶୋର ବଳ (୧) ବିଧାତା ନିଗୁଢ଼-ନିଦେଶେ ଗ୍ରୀଷମ ଯେଉଁ ଧରାଧାମ ଛାଡି଼; ପ୍ରବଳ ବେଗରେ ଘୋର ବୃଷ୍ଟିକାଳ ଆସିଲା ସଂସାରେ ମାଡ଼ି । ଭାବଇ ଦେଖିଣ ମହାପରିବର୍ତ୍ତ ଅଚିରେ ଧରଣୀ ମୁଖ, ଚିରକାଳ ସିନା ଏ ମର ଧାମରେ ଲାଗିଛଇ ଦୁଃଖ ସୁଖ ।…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ । ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ, ■…

~ କିଶୋରୀ ଚରଣ ଦାସ ~ ଲେଖା: ଅମୃତେଶ ଖଟୁଆ “କଥା, ଲୁହ ଓ ହସର ଭାଷା ତଳେ ଯେଉଁ ଅଦୃଶ୍ୟ ଚେତନ ଗୋବର ଗଦା ରହିଛି ତା’ର ସନ୍ଧାନ ପାଇଛ ? ସେଥିରୁ କେତେବେଳେ କେତେ ରକମର ବାଷ୍ପ ବାହାରେ ତା’ର ହିସାବ ରଖିଛ ? ପାରିବ ନାହିଁ। ତୁମ ଗୋବର ଗଦା ତା’…

~ ବିଦ୍ୟୁତପ୍ରଭା ଦେବୀ ~ ଲେଖା: ଅମୃତେଶ ଖଟୁଆ “ତୁମେ – ଆସିଲେ ଅଚିରାତେ, ଉଗ୍ର ପଦାଘାତେ ବହ୍ନିଶିଖା ଜାଳି ଘୋଟଇ ଘୋର ତ୍ରାସ- ତୁମରି ପ୍ରତାପରେ, ବିଶ୍ଵ ଥରହରେ, ନାଚଇ ବାଲୁ-ବୁକେ କୁହୁକ ଜଳାଭାସ। ଯେଦିନ ପୁଣି ଆସ, ଖେଲାଇ ଘନ ରାସ ଧରଣୀ-କାନେ ପଡେ ବରଷା ଗୀତ…

ଲେଖା: ସନ୍ତୋଷ ପଟ୍ଟନାୟକ ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା…

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ, ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…