Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ଅପୂର୍ବ କିଶୋର ବୀର

  • adminadmin
  • October 18, 2020
  • ମହାମନିଷୀଗଣ

ଲେଖା: ଦେଵ ତ୍ରିପାଠୀ

୧୯୭୪ ମସିହା ।

ମହାରାଷ୍ଟ୍ରର କେଉଁ ଏକ ମଫସଲ ଅଞ୍ଚଳରେ ଚିତ୍ରାୟିତ (ସୁଟିଂ) ହେଉଛି କଳାଧଳା କଥାଚିତ୍ରଟିଏ, ନିମ୍ନ ମଧ୍ୟବିତ୍ତ ପରିବାରର ତରୁଣୀଟିର ଜୀବନରେ ସଂଘର୍ଷ ଓ ସଂଘାତର କା‌ହାଣୀକୁ ନେଇ । ତତ୍କାଳୀନ ହିନ୍ଦି ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତ୍ରୀ ରାଖି ଅଭ୍ୟାସଗତ ଭାବେ ମୁହଁରେ ରୂପଚର୍ଯ୍ୟାର ସମସ୍ତ ଆବଶ୍ୟକୀୟ ପ୍ରଲେପ ମାଖି ପ୍ରସ୍ତୁତ ରହିଛନ୍ତି । ମାତ୍ର ତରୁଣ ନୂତନ ଫଟୋଗ୍ରାଫର୍ ଜଣକ ଅନୁନୟ-ସ୍ନିଗ୍ଧ କଣ୍ଠରେ କହିଲେ ସେସବୁ ପ୍ରସାଧନକୁ ପୋଛିଦେବା ପାଇଁ, ଚରିତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି !

ଅନାମଧ୍ୟେୟ ଯୁବକଟିଏ ଯେ ରାଖିଙ୍କ ପରି ପ୍ରତିଷ୍ଠିତ ଅଭିନେତ୍ରୀଙ୍କ ବେଶଭୂଷା, ପରିଧାନ, ରୂପସଜ୍ଜାରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦବ ! ଏତେ ଆସ୍ପର୍ଦ୍ଧା ! ନିର୍ଦ୍ଦେଶକ ନିରବ ! କ୍ୟାମେରାମ୍ୟାନ ନିଜ କଥାରେ ଅଟଳ ! ପରିସ୍ଥିତିକୁ ବୁଝି ଅଭିନେତ୍ରୀ ନିଜର ରୂପଚର୍ଯ୍ୟା ବଦଳାଇଦେଲେ ଅବଶ୍ୟ !

କିଛି ଦିନ ଉତ୍ତାରେ ବମ୍ବେ ନଗରୀରେ କଥାଚିତ୍ରର ପ୍ରାରମ୍ଭିକ ଚିତ୍ର ପ୍ରଦର୍ଶନୀ (ପ୍ରିମିଅର୍ ସୋ) । ଉଦ୍ଦିଷ୍ଟ ଅନ୍ଧକାର କକ୍ଷରେ ନିଜର ବାନ୍ଧବୀମାନଙ୍କ ସହ ଆଗଧାଡ଼ିରେ ବସିଛନ୍ତି ରାଖି, ମୁହଁ ଶୁଖାଇ ! “ଓଡ଼ିଶା କି କୋଉଠୁ ଗୋଟେ କ୍ୟାମେରାମ୍ୟାନ୍ ଆସିଛି ଯେ, ଲାଇଟ୍ ନାହିଁ, ମେକପ୍ ନାହିଁ, ସହଜେ ତ କଳାଧଳା ସିନେମା ! ମୁଁ ନିହାତି ଭୁତୁଣୀଟେ ପରି ଦିଶୁଥିବି !” ତାଙ୍କ ଠିକ୍ ପଛ ଧାଡ଼ିରେ ବସି ଏକଥା ଶୁଣୁଥିଲେ ଶଙ୍କାଗ୍ରସ୍ତ ଓଡ଼ିଆ କ୍ୟାମେରାମ୍ୟାନ ଜଣକ ! ଝାଳରେ ଗାଧୋଇ ପଡ଼ିଲେଣି ସେତେବେଳକୁ ରାଖିଙ୍କ ଅଭିମାନ ଓ କ୍ଷୋଭକୁ ଦେଖି !

ତେବେ ପ୍ରଦର୍ଶନୀ ଉପରାନ୍ତେ ରାଖି ବ୍ୟସ୍ତ ହୋଇ ଖୋଜିଲେ କ୍ୟାମେରାମ୍ୟାନଙ୍କୁ ! ବଡ଼ ଦୟନୀୟ ଅବସ୍ଥାରେ ଥିବା ସେଇ ଯୁବକଙ୍କ ପିଠି ଥାପୁଡ଼ାଇ ଦେଇ କହିଥିଲେ, “ଫଟୋଗ୍ରାଫିର ଯେ ନିଜସ୍ଵ ଏକ ଭାଷା ଅଛି, ସେ ଯେ ସ୍ବତନ୍ତ୍ର ଭାବେ ସୃଜନରେ ଲାଳିତ୍ୟ ଫୁଟାଇପାରେ, ନୂଆ କିଛି କରିପାରେ – ସେ ଧାରଣା ମୋର ନ ଥିଲା ! ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଓ ଅଭିନନ୍ଦନ ! ଆପଣଙ୍କ ସୃଜନର ନିର୍ଝରିଣୀ ଏମିତି ବହିଚାଲୁ ।” ରାଖିଙ୍କ ପରି ପ୍ରଚଣ୍ଡ ପ୍ରତିଭାଶାଳୀ ଅଭିନେତ୍ରୀଙ୍କ ଆବେଗପୂର୍ଣ୍ଣ କଥାପଦକ ସେଇ କ୍ୟାମେରାମ୍ୟାନଙ୍କ ପାଇଁ ଥିଲା ଜୀବନର ସବୁଠାରୁ ବଡ଼ ପୁରସ୍କାର ! କହିବା ବାହୁଲ୍ୟ, ଶ୍ରେଷ୍ଠ କ୍ୟାମେରା ପରିଚାଳନା ନିମନ୍ତେ ରାଖିଙ୍କ ଅଭିନୀତ ସେଇ ଚଳଚ୍ଚିତ୍ର 27 DOWN ଲଭିଲା ସେ ବର୍ଷର ଜାତୀୟ ପୁରସ୍କାର !


ରାଖିଙ୍କ ପ୍ରେରଣାରୁ ସେ ସୃଜନର ନିର୍ଝରିଣୀ ଫିଟିଲା, ସେ ବହିଗଲା କଳକଳ ହୋଇ, ଦୁଇକୂଳକୁ ସ୍ନିଗ୍ଧଶ୍ୟାମଳ କରି । କେତେବେଳେ ମାଟିକୁ କଲା ଆର୍ଦ୍ର, ରସମୟ ତ କେବେ ପ୍ରପାତ ହୋଇ ସୂର୍ଯ୍ୟରଶ୍ମୀ ସାଉଁଟି ଫୁଟାଇଲା ଇନ୍ଦ୍ରଧନୁ, କେବେ ଶିଳାବନ୍ଧୁର ବୁକୁରେ ତୋଳିଲା ଅପୂର୍ବ ସଙ୍ଗୀତ ! ସେ ଅପୂର୍ବ କିଶୋର ବୀର ! ଆଦିମୀମାଂସା, ଲାବଣ୍ୟପ୍ରୀତି, ଆରଣ୍ୟକ ପରି କଥାଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ । ଥରେ ସେ ଝର ପାହାଡ଼ ଫଟାଇ ବାହାରି ଆସିବା ପରେ କେବେ ବି ଶୁଖିନି ! କେବେ କାନଭାସ୍’ର ରଙ୍ଗରେ, କେବେ କଲମର ଝରରେ, କେବେ କ୍ୟାମେରାର ରିଲ୍’ରେ କବିତା ହୋଇ ଝରିଛି । ଏକାଧାରରେ ସେ ବନିଯାଇଛନ୍ତି କବି, ଚିତ୍ରଶିଳ୍ପୀ, ଫଟୋଗ୍ରାଫର୍, ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ।


ବାରିପଦାରୁ ଆସି କଟକ ମାଟିରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉପଯୁକ୍ତ ସୁଯୋଗ ନ ପାଇ ବମ୍ବେ ଚଳଚ୍ଚିତ୍ର ଜଗତକୁ ମୁହାଁଇଥିଲେ ଅପୂର୍ବ କିଶୋର ବୀର। ଚିତ୍ରନିର୍ମାଣକୁ କେବଳ ଚଳଚ୍ଚିତ୍ର ନିର୍ମାଣ ମଧ୍ୟରେ ସୀମିତ ନ ରଖି ସାମଗ୍ରିକ କଳାତ୍ମକ ଦୃଷ୍ଟିଭଙ୍ଗୀ ରଖି ସେ ସ୍ରଜନ୍ତି ଚିତ୍ରମାନ । ସେପାଇଁ ତାଙ୍କ ଚଳଚ୍ଚିତ୍ରମାନ ହୋଇଥାନ୍ତି ବହୁ ପରୀକ୍ଷା ଓ ପ୍ରୟୋଗର ମୁକ୍ତଭୂମି ! ସେଥିରେ ଥାଏ ସଙ୍ଗୀତ, ସୃଜନ, ଲାଳିତ୍ୟ, ଅଭିନୟ, ଚାରୁକଳା ଓ ଜୀବନଜିଜ୍ଞାସା ! ଏସବୁକୁ ଆପଣାଇ ପାରିଥିବାରୁ ସାଫଲ୍ୟ ଓ କୃତିତ୍ୱ ତାଙ୍କ ପାଦସ୍ପର୍ଶ କରିଛି ! Bin Kingsley ଅଭିନୀତ ତଥା ସାତଟି ଓସ୍କାର ବିଜୟୀ ଗାନ୍ଧୀ ଚଳଚ୍ଚିତ୍ରର କ୍ୟାମେରାମ୍ୟାନ ହେବା ତାଙ୍କ ଜୀବନର ଅନ୍ୟ ଏକ ସଫଳତା ! କଥାଚିତ୍ର ଦାସୀ ଓ ପ୍ରାମାଣିକ ଚିତ୍ର ‘ମା’ ଓରୁ’ରେ ଚିତ୍ର ଉତ୍ତୋଳନ ପାଇଁ ସେ ଲଭିଛନ୍ତି ଏକାଧିକ ଜାତୀୟ ପୁରସ୍କାର ! ଘରୋଣ୍ଡା ଚଳଚ୍ଚିତ୍ର ପାଇଁ FilmWorld ପୁରସ୍କାର, କନ୍ନଡ଼ ଚିତ୍ର “ଓନନ୍ଦାନ୍ଦୁ କାଲ୍ଲାଦାଲ୍ଲ” ପାଇଁ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ସ୍ବତନ୍ତ୍ର ଭାବେ ସମ୍ମାନିତ ହେବା ଶ୍ରୀ ବୀରଙ୍କ ସାଫଲ୍ୟମଣ୍ଡିତ ଜୀବନର କିୟଦଂଶ ମାତ୍ର !
ପଦ୍ମଭୂଷଣ ମନୋଜ ଦାସଙ୍କ ଆରଣ୍ୟକ ଗଳ୍ପ ଏବଂ ମହାପାତ୍ର ନୀଳମଣି ସାହୁ ଆଦିମୀମାଂସା ଗଳ୍ପକୁ ଚିତ୍ର ମାଧ୍ୟମରେ ପ୍ରକାଶ କରି ଓଡ଼ିଆ କଳାପ୍ରେମୀଙ୍କ ନିକଟରେ ସେ ପାଇପାରିଛନ୍ତି ସ୍ବତନ୍ତ୍ର ପରିଚୟ । ଜୟଦେବ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ଅପୂର୍ବ କିଶୋର ବୀର । ତାଙ୍କ ସୃଜନୀ ତାଲିକାରେ ରହିଛି ୩୦୦ରୁ ଉର୍ଦ୍ଧ୍ବ ସଂକ୍ଷିପ୍ତ କଥାଚିତ୍ର, ୫୦ରୁ ଅଧିକ ପ୍ରାମାଣିକ ଚିତ୍ର, ଏକାଧିକ ଓଡ଼ିଆ, ହିନ୍ଦି, ଦକ୍ଷିଣ ଭାରତୀୟ ବାସ୍ତବବାଦୀ (Realistic) କଥାଚିତ୍ର ।
ଯାହାଙ୍କ ଦୃଷ୍ଟିର ଦ୍ୟୁତିରେ ଲୁହା ପାଲଟିଯାଏ ପରଶମଣି, ପଥର ହୁଏ ବାଙମୟ, ସେଇ ସୃଜନ ଉଚ୍ଚାଟ ଅପୂର୍ବ କିଶୋର ବୀର ମହୋଦୟଙ୍କ ସୃଜନର ନିର୍ଝର, ମଧୁର ଛଳଛଳ କବିତାର ଧାରା ପରି ନିରନ୍ତର ବହିଚାଲୁ, ଏତିକି କାମନା !
Spread the love
Previous Post କନିକା କୋଠି
Next Post ନୀଳମାଧବ

Related Posts

ଶରତ ପୂଜାରୀ

  • May 10, 2020

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ରାଣୀ ଶୁକଦେଇ 
ଏ ଜାତି ଗାଲମାଧବ (Part 1)

Popular Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

August 9, 2026

Ananta Purushottam Deba Mandira

August 1, 2026

ଅରଣା ମଇଁଷି ରହିଛି ଅନାଇ

August 1, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer