ଲେଖା: ଶିଶିର ସାହୁ ମନୋଜ

ଅନୁଗୁଳର ନାମକରଣ ପଛରେ ରହିଛି କେତେ ରୋଚକ କଥା !

ଅନୁଗୁଳରେ ଯେତେ ଜାତିର ଲୋକ ଥିଲେ ତହିଁ ମଧ୍ୟରେ କନ୍ଧମାନେ ଶକ୍ତି ଓ ସଂଖ୍ୟାରେ ସମସ୍ତଙ୍କ ଠାରୁ ଆଗରେ ଥିଲେ । ଏସବୁ ସତ୍ତ୍ୱେ ସବୁ ଜାତିର ଲୋକ ମିଳିମିଶି ଚଳୁଥିଲେ । କୌଣସି ଵିଵାଦ ଘଟିଲେ କନ୍ଧ ଶାସକମାନେ ତହିଁର ନିଷ୍ପତ୍ତି କରୁଥିଲେ । ପରେ କନ୍ଧ ଦଳପତିମାନେ ସମାଜର ସର୍ଦ୍ଦାର ହେଲେ । ସେମାନଙ୍କୁ ମୁଠାଦାର କୁହାଗଲା । ଏହି ମୁଠାଦାର ମାନେ ପରଵର୍ତ୍ତୀକାଳରେ ଦଳପତି ଆଖ୍ୟା ଲାଭ କଲେ । 


ଇନ୍ଦ୍ର ଦଳପତି ଠାରୁ ଅନୁ ଵଳବନ୍ତରା ଦଳପତି ଯାଏଁ ୭୦୦ ରୁ ୯୦୦ ଖ୍ରୀଷ୍ଟାବ୍ଦ ଯାଏଁ ପ୍ରାୟ ଛଅ ଜଣ ଦଳପତି ଏଠାରେ ଶାସନ କରିଅଛନ୍ତି । ଅନୁଗୁଳର ଶେଷ କନ୍ଧ ଶାସକ ଥିଲେ ଅନୁ ଵଳବନ୍ତରା । ଜଣେ କ୍ଷତ୍ରିୟ ଵଂଶୀୟ ସୁବୋଧ ଶୂରସିଂହ ନାମକ କର୍ମଚାରୀ କୌଶଳ ତଥା ଷଡଯନ୍ତ୍ର କରି ଅନୁ ଵଳବନ୍ତରାଙ୍କୁ ଓ ତାଙ୍କ ଆତ୍ମୀୟ ସ୍ଵଜନଙ୍କୁ ନିପାତ କରିଦେଇଥିଲେ । 

ସେତେବେଳେ ତତ୍କାଳୀନ ଓଡ୍ରାଧିପତି ଥାଆନ୍ତି ନୃପକେଶରୀ । ତାଙ୍କର ଅନୁ ଵଳବନ୍ତରାଙ୍କ ସହ କର ତଥା ଅନ୍ୟାନ୍ୟ କେତେକ ସାମାଜିକ କାରଣରୁ ଵିଵାଦ ହୋଇଥିଲା ତେଣୁ ସେ ରାଜା ନଵାଗନ୍ତୁକ କ୍ଷତ୍ରିୟ ଶାସକକୁ ସମର୍ଥନ କରିଥିଲେ । କୁହାଯାଏ ଏହି ଶେଷ କନ୍ଧ ଦଳପତି ଅନୁଙ୍କ ନାମାନୁସାରେ ଅନୁଗୁଳର ନାମକରଣ ହୋଇଅଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଢେଙ୍କାନାଳର ନାମ ଢେଙ୍କା ଶଵରର ନାମାନୁସାରେ ରଖାଯାଇଛି ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago