ଲେଖା: ଶିଶିର ସାହୁ ମନୋଜ

ଅନୁଗୁଳର ନାମକରଣ ପଛରେ ରହିଛି କେତେ ରୋଚକ କଥା !

ଅନୁଗୁଳରେ ଯେତେ ଜାତିର ଲୋକ ଥିଲେ ତହିଁ ମଧ୍ୟରେ କନ୍ଧମାନେ ଶକ୍ତି ଓ ସଂଖ୍ୟାରେ ସମସ୍ତଙ୍କ ଠାରୁ ଆଗରେ ଥିଲେ । ଏସବୁ ସତ୍ତ୍ୱେ ସବୁ ଜାତିର ଲୋକ ମିଳିମିଶି ଚଳୁଥିଲେ । କୌଣସି ଵିଵାଦ ଘଟିଲେ କନ୍ଧ ଶାସକମାନେ ତହିଁର ନିଷ୍ପତ୍ତି କରୁଥିଲେ । ପରେ କନ୍ଧ ଦଳପତିମାନେ ସମାଜର ସର୍ଦ୍ଦାର ହେଲେ । ସେମାନଙ୍କୁ ମୁଠାଦାର କୁହାଗଲା । ଏହି ମୁଠାଦାର ମାନେ ପରଵର୍ତ୍ତୀକାଳରେ ଦଳପତି ଆଖ୍ୟା ଲାଭ କଲେ । 


ଇନ୍ଦ୍ର ଦଳପତି ଠାରୁ ଅନୁ ଵଳବନ୍ତରା ଦଳପତି ଯାଏଁ ୭୦୦ ରୁ ୯୦୦ ଖ୍ରୀଷ୍ଟାବ୍ଦ ଯାଏଁ ପ୍ରାୟ ଛଅ ଜଣ ଦଳପତି ଏଠାରେ ଶାସନ କରିଅଛନ୍ତି । ଅନୁଗୁଳର ଶେଷ କନ୍ଧ ଶାସକ ଥିଲେ ଅନୁ ଵଳବନ୍ତରା । ଜଣେ କ୍ଷତ୍ରିୟ ଵଂଶୀୟ ସୁବୋଧ ଶୂରସିଂହ ନାମକ କର୍ମଚାରୀ କୌଶଳ ତଥା ଷଡଯନ୍ତ୍ର କରି ଅନୁ ଵଳବନ୍ତରାଙ୍କୁ ଓ ତାଙ୍କ ଆତ୍ମୀୟ ସ୍ଵଜନଙ୍କୁ ନିପାତ କରିଦେଇଥିଲେ । 

ସେତେବେଳେ ତତ୍କାଳୀନ ଓଡ୍ରାଧିପତି ଥାଆନ୍ତି ନୃପକେଶରୀ । ତାଙ୍କର ଅନୁ ଵଳବନ୍ତରାଙ୍କ ସହ କର ତଥା ଅନ୍ୟାନ୍ୟ କେତେକ ସାମାଜିକ କାରଣରୁ ଵିଵାଦ ହୋଇଥିଲା ତେଣୁ ସେ ରାଜା ନଵାଗନ୍ତୁକ କ୍ଷତ୍ରିୟ ଶାସକକୁ ସମର୍ଥନ କରିଥିଲେ । କୁହାଯାଏ ଏହି ଶେଷ କନ୍ଧ ଦଳପତି ଅନୁଙ୍କ ନାମାନୁସାରେ ଅନୁଗୁଳର ନାମକରଣ ହୋଇଅଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଢେଙ୍କାନାଳର ନାମ ଢେଙ୍କା ଶଵରର ନାମାନୁସାରେ ରଖାଯାଇଛି ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

6 hours ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago