ଲେଖା: ବନ୍ଧନ ଦଳେଇ
~ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ~
ପରଂବ୍ରହ୍ମ ପରମାତ୍ମା ସମଗ୍ର ଜଗତର କର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ #ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ବିଶ୍ୱାସର ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ।
ମାନବଙ୍କ ଗହଣରେ ବିଜେ କରି ମାନବୀୟ ଲୀଳାରେ ଦୈନନ୍ଦିନ ପୁଜା ନୀତିରେ ସେ ସାମିଲ ହୋଇଥାଆନ୍ତି । ନିତ୍ୟ ପ୍ରାତଃ କାଳରୁ ନିଦ୍ରାଭଙ୍ଗ ହେବାପର ଠାରୁ ରାତ୍ରୀର ପହଡ଼ ପର୍ଯ୍ୟନ୍ତ ବିବିଧ କର୍ମ ସମ୍ପାଦିତ ହୋଇଥାଏ ସାଧାରଣ ଜନଜୀବନ ଭଳି। କିନ୍ତୁ ଏହି ସାଧାରଣରେ ଅସାଧାରଣ ସ୍ୱତନ୍ତ୍ର କର୍ମକର୍ମାଣି, ଯାତ୍ରା ପର୍ବ ଆଦି ପାଳନ ମଧ୍ୟରେ ଭକ୍ତ ଓ ଭଗବାନ ଏକ ହୋଇଯାଆନ୍ତି ।
ଏହି ଯାତ୍ରା ଗୁଡ଼ିକ ମଧ୍ୟରୁ ଆଦ୍ୟଯାତ୍ରା ବା #ସ୍ନାନଯାତ୍ରା, ପାଳିତ ହୁଏ ଜ୍ୟୈଷ୍ଠ ପୂର୍ଣ୍ଣମୀ ଠାରୁ ପନ୍ଦର ଦିନ । ଅର୍ଥାତ ଆଷାଢ ଅମାବାସ୍ୟା ପର୍ଯ୍ୟନ୍ତ ଠାକୁରମାନେ ଅଣସର ଘରେ ରହିବାର ନିୟମ। ଏହାକୁ #ନିରୋଧାଳୟ ବା #ରୁଦ୍ଧଗୃହ ବୋଲି କୁହାଯାଇଥାଏ। କାରଣ ଏହି ନିର୍ଦ୍ଧିଷ୍ଟ ପନ୍ଦର ଦିନ ମହାପ୍ରଭୁଙ୍କୁ ତାଙ୍କର ଅଙ୍ଗଲାଗି ସେବକ ଦଇତାପତିମାନେ ଅନାର୍ଯ୍ୟ ପଦ୍ଧତିରେ #ଗୁପ୍ତପୁଜା କରିଥାଆନ୍ତି।
ଦଇତାପତିମାନେ ତେଲ ବଇଠା (ଦୀପ) ଅଣସର ଗୃହରେ ବସାଇବା ପରେ ଭିତର ଶୋଧ, ମାଳ, ଫୁଲ, ମଇଲମ କରିଥାଆନ୍ତି। ଅଣସର ତାଟି ସମ୍ମୁଖରେ ବିରାଜିତ ଦଶାବତାର ଠାକୁରଙ୍କ ମଧ୍ୟାହ୍ନ ଧୂପନୀତି ସମାପ୍ତ ଉପରାନ୍ତେ ଅଣସର ଘର ତାଟି ଖୋଲାଯାଇ ପ୍ରଥମେ ଚକଟା ଭୋଗ କରାଯାଇଥାଏ।
ଏହି ଚକଟା ଭୋଗ ଆସି #ମୁକ୍ତିମଣ୍ଡପ ନିକଟସ୍ଥ ନୃସିଂହ ମନ୍ଦିରରେ ଥାଏ। ଏହି ଭୋଗରେ ଧୁଆ,ମୁଗ, ନଡିଆ, ପଣସ, ଆମ୍ବ, କଦଳୀ, ଚକଟା ଆଦି ନୈବେଦ୍ୟ ହୋଇଥାଏ। ପତି ମହାପାତ୍ର ସେବକ ଏହି ସେବା କରିଥାଆନ୍ତି ପ୍ରତ୍ୟେହ ଦୁଇଥର ଚକଟା ଭୋଗ ହୋଇଥାଏ। ଚକଟା ଭୋଗ ପରେ ଦୁଇଥର #ପଣାଭୋଗ ହୋଇଥାଏ। ପତି ମହାପାତ୍ର ପଣାଭୋଗ ପୁଜାରେ ବସି ପୁଜା କରିଥାଆନ୍ତି।
ପ୍ରଣିଧାନ ଯୋଗ୍ୟ ଯେ, ପ୍ରଥମ ଦିନ ଠାରୁ ପଞ୍ଚମୀ ଦିନ ପର୍ଯ୍ୟନ୍ତ କେବଳ ମଠମାନଙ୍କର ଚକଟା #ମଇଲମ ଭୋଗ ହୋଇଥାଏ।ଦଇତାପତି ଓ ଭକ୍ତମାନଙ୍କ ପକ୍ଷେ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଫଳ, ଯଥା କଦଳୀ, ସପୁରୀ, ପଣସ, ଆମ୍ବ, ଛେନା, ରାବିଡି, ଖୁଆ, ସର, ଛେନାଚକଟା, ଛେନାଖଇ, ଖୁଆପେଡା, ଖୁଆ, ଲିଆଛତୁ, ଗୁଡ଼ଖଇ, ଲିଆ ଇତ୍ୟାଦି #ଅଣସର ଘରେ ଭୋଗ ହୋଇଥାଏ।
ପ୍ରଥମ ଦିନଠାରୁ ଦଶମୀ ପର୍ଯ୍ୟନ୍ତ ଉକ୍ତ ଭୋଗ ପତିମହାପାତ୍ରଙ୍କ ଦ୍ୱାରା #ସର୍ପାମଣୋହି କରାଯାଇଥାଏ। ଏକାଦଶୀ ଦିନଠାରୁ ଘଣ୍ଟି, ଶଙ୍ଖ, ପୁଜା ଠା’ରେ ଚକଟା ଭୋଗ କରିଥାଆନ୍ତି । ଏକାଦଶୀ ଦିନ ଭୋଗରେ ତୁଳସୀ ପଡ଼ି ଭୋଗ ହୋଇଥାଏ। ତେଣୁ ବାସ୍ତବରେ ଏକାଦଶୀ ଠାରୁ ହିଁ ଅଣସର ଗୃହରେ ତୁଳସୀର ବ୍ୟବହାର ହୋଇଥାଏ।
ଏକାଦଶୀଠାରୁ ଠାକୁରଙ୍କୁ ବିଭିନ୍ନ ସୁସ୍ୱାଦୁ ଫଳ, ଖୁଆପେଡା, ଖୁଆମଣ୍ଡା ଏବଂ କ୍ଷୀର ଜାତୀୟ ମିଠା ସମେତ ବୈଦ୍ୟ ସେବକଙ୍କ ଘରକୁ ଆସିଥିବା ଦଶମୂଳ ମୋଦକ ଭୋଗ ହୋଇଥାଏ।
ଅଣସର ପଣାର ସ୍ୱାଦ ହିଁ ନିଆରା ପ୍ରଭୁଙ୍କ ପାଖେ ସମର୍ପଣ ହେବା ପରେ ଏହାର ବାସ୍ନା ଓ ସ୍ୱାଦ ମହାପ୍ରଭୁଙ୍କ ନିକଟକୁ ଟାଣି ନେଇଥାଏ। ବିଭିନ୍ନ ବ୍ୟକ୍ତି, ଶ୍ରଦ୍ଧାଳୁ ଓ ଭକ୍ତ ଏହି ଅଣସର ପଣା ଆସ୍ୱାଦନକୁ ଅପେକ୍ଷା କରିଥାଆନ୍ତି ।
ପ୍ରଭୁଙ୍କ କରୁଣା ରସରେ ଆପ୍ଲୁତ ଅଣସର ପଣା ଦଇତାପତିଙ୍କ ଦ୍ୱାରା ବଣ୍ଟନ କରାଯାଇଥାଏ ଭକ୍ତମାନଙ୍କୁ।
“ଧନ୍ୟ ଲୀଳାମୟ!
“ଧନ୍ୟ ତୁମରି ଲୀଳା”!
©ବନ୍ଧନ ଦଳେଇ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

4 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago