ଲେଖା: ସୁଚେତା ପ୍ରଧାନ

ଓଡିଆ କ୍ଷୁଦ୍ରଗଳ୍ପ ଜଗତର କାଳଜୟୀ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ !

ସ୍ବାଧୀନତା ପରବର୍ତ୍ତୀ ଓଡିଆ  ସାହିତ୍ୟର କ୍ଷୁଦ୍ରଗଳ୍ପ ଜଗତରେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଯଶସ୍ବୀ ସ୍ରଷ୍ଟା। ତାଙ୍କର ସୃଷ୍ଟି ସମ୍ଭାର ମଣିଷର ହୃଦୟ ଓ ମସ୍ତିଷ୍କର ଅନ୍ତଃ ରହସ୍ୟକୁ ଖୋଜିବାରେ ସିଦ୍ଧହସ୍ତ। ତାଙ୍କର ସମସାମୟିକ ସାହିତ୍ୟିକ ମାନେ ଗ୍ରାମ୍ୟ ଜୀବନକୁ ଲେଖିବାର ପୃଷ୍ଠଭୂମି ଭାବେ ଚୟନ କଲାବେଳେ ତାଙ୍କର ସାହିତ୍ୟ ସହରୀ ଜୀବନ ଉପରେ ପର୍ଯ୍ୟବେସିତ ଥିଲା। ଖାଲି ଜଣେ ଦରିଦ୍ର ଧନହୀନ ବ୍ୟକ୍ତି କଣ ଦୁଃଖୀ?? ଜଣେ ଅଭିଜାତ ସମ୍ପନ୍ନ ଧନୀବ୍ୟକ୍ତି କଣ ଦୁଃଖୀ ହୋଇ ପାରେନା। ଧନାଢ୍ୟ ପରିବେଶ ମଧ୍ୟରେ ଲୁଚିଥିବା ଅବ୍ୟକ୍ତ ଯନ୍ତ୍ରଣା ଓ ଅଶୁଖା କ୍ଷତକୁ ଖୋଜି ଅବ୍ୟକ୍ତ ଯନ୍ତ୍ରଣାର ଲୋତକସିକ୍ତ ଅନୁଭବକୁ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ତାଙ୍କ ଗପ ଗୁଡିକରେ ପରିସ୍ଫୁଟ କରିଛନ୍ତି ଯାହା କାଳକାଳକୁ ପାଠକ ହୃଦୟକୁ ବିଚଳିତ କରୁଥିବ ନୟନଗଙ୍ଗାର ପବିତ୍ର ପ୍ରେମାଶ୍ରୁରେ।
          
ଓଡିଆ କ୍ଷୁଦ୍ରଗଳ୍ପ ଜଗତର ଏଇ ଅନନ୍ୟ କାଳଜୟୀ ଗାଳ୍ପିକ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବାଙ୍କବିହାରୀ ପଟ୍ଟନାୟକ ଖୋର୍ଦ୍ଧା ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ। ଗାଳ୍ପିକ ନିଜେ ପେଶାରେ ଥିଲେ ଜଣେ ଆଇନଜୀବି। ସେ ବାମପନ୍ଥୀ ଚିନ୍ତାଧାରାର ମଣିଷ ଥିବାରୁ ଛାତ୍ର ଜୀବନରେ ବହୁବାର କଲେଜରୁ ବହିଷ୍କୃତ ହୋଇଛନ୍ତି ଓ କାରା ବରଣ ମଧ୍ୟ କରିଛନ୍ତି।
       
ତାଙ୍କର ପ୍ରଥମ ଗପ ‘ସପନ’ ୧୯୪୮ ମସିହାରେ ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା। ୧୯୮୧ ମସିହା ଅଖିଳମୋହନ ତାଙ୍କର ‘ଓ ଅନ୍ଧଗଳି’ ଗଳ୍ପ ସଂକଳନ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ। ତାଙ୍କର ଅନ୍ୟାନ୍ୟ ସୃଷ୍ଟି ଗୁଡିକ – ‘ନଦୀର ନାମ ଗଣତନ୍ତ୍ର’, ‘ଝଡର ଇଗଲ ଓ ଧରଣୀର କୃଷ୍ଣସାର’, ଆଦି ଗଳ୍ପ ସଂକଳନ, ‘ଅନ୍ୟଦେଶ’ (ଭ୍ରମଣ କାହାଣୀ), ‘ଅନାଗତ ଫାଲଗୁନ’ (ଚିଠି ସଂକଳନ), ବାଘରାଣୀ ଖଇରୀ (ଜୀବନୀ ସଂକଳନ) ଇତ୍ୟାଦି ଲେଖକଙ୍କର ଅଭୂତ ପୂର୍ବ ସୃଜନଶୀଳତାର ପରିଚୟ ଦିଏ। ପରିମାଣ ଦୃଷ୍ଟିରୁ ସ୍ବଳ୍ପ ହେଲେ ମଧ୍ୟ  ତାଙ୍କ ଗଳ୍ପଗୁଡିକର ମୌଳିକତା ଓ ଗୁଣାତ୍ମକତା ତାଙ୍କୁ ଜଣେ କାଳଜୟୀ ଲେଖକର ଅମରତ୍ବ ପ୍ରଦାନ କରିଛି।
      
‘ଓ ଅନ୍ଧଗଳି’ ଗଳ୍ପ ସଂକଳନର ପ୍ରଥମ ଗପ ହେଲା ‘ଡିମିରି ଫୁଲ’। ଏହି ଗଳ୍ପଟି ନିଶ୍ଚୟ ଏକ ସର୍ବକାଳୀନ ଗଳ୍ପ। ସବୁକାଳରେ ଏହି ଗପଟି ପାଠକଲେ ପାଠକର ଅନ୍ତଃସ୍ଥଳ ବେଦନାରେ ମନ୍ଥି ହୋଯାଏ। ଡିମିରି ଫୁଲ କେହି ଦେଖି ପାରେନା। ଡିମିରି ଫୁଲକୁ ପ୍ରତୀକ ଭାବରେ ପ୍ରୟୋଗ କରି ଗାଳ୍ପିକ ଧନାଢ୍ୟ ଅଭିଜାତ ମଣିଷର ତୀବ୍ର ଅସହାୟତାକୁ ଜୀବନ୍ତ ଭାବେ ପରିସ୍ଫୁଟ କରିଛନ୍ତି। ସେଥିପାଇଁ ଗପଟି ଅନନ୍ୟ ।

#ପୂଜ୍ୟପୂଜା

Spread the love
admin

Recent Posts

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

9 hours ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

10 hours ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

3 days ago

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 months ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago