ଅକୁହା କଥା

ସୌରଭିତ ସୃଷ୍ଟି: ସନ୍ତୋଷ ପଟ୍ଟନାୟକ

କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ଅକୁହା କଥା କବିତାରେ . .

କା’ ଆଗେ କହିବି ଅକୁହା ବେଦନା
କିଏ ବା ଶୁଣିବ ଏବେ
ମାତୃଭୂମି ଆଉ ମାତୃଭାଷା ପାଇଁ
କବି ଗାଉନାହିଁ ପଦେ . . . ୦
ମାଳ ମାଳ ଏଠି ସାହିତ୍ୟ ସଂସଦ
ମାଳ ମାଳ ମାନପତ୍ର
ମନ କଥା ଖାଲି ମନରେ ମାରୁଚି
ଦେଖୁଚି ଅନେକ ଛିଦ୍ର . . . ୧

ଜୀବନ ଯୌବନ ଆଶାର ଆଲୋକ
ମାତୃଭାଷା ମୂଳ ଭିତ୍ତି
ମାତୃଭୂମି ନେଇ ପରିଚୟ ଗଢ଼ା
କାହିଁ ସ୍ବାଭିମାନୀ ରୀତି ……!
ବାଜି, ବିର୍ସା, ବକ୍ସି ଚକରା ସାମର୍ଥ୍ୟେ
ଗଢ଼ା ପରା ଏଇ ରକ୍ତ
କି’କାରଣେ ଆଜି ନାହିଁ ସେଇ ସ୍ଥିତି
ପଡ଼ିଛ ହୋଇଣ ସୁପ୍ତ . . .୩

ଉଠ …. ଉଠ…. ଉଠ ନିଦ୍ରା ତେଜି ଜାଗ
ବେଳ ଏବେ ଉପଗତ
ଜଳ ସ୍ଥଳ ସହ ଆପଣା କୃତୀକୁ
ପଡ଼ୋଶୀ କରେ ଚଞ୍ଚକ . . . ୪
ମାତୃଭୂମି ପରା ଧରିଛି କୋଳେଇ
ମମତା ଆଧାର ଧରି
ଦେହର ଭାରକୁ ବହନ କରିଛି
ଆକାଶକୁ ମୁଖ କରି . . . ୫

ଗଭୀର ଜଳରେ ଜୀବନ ସତ୍ତାକୁ
ଦେଇଛି ଭେଟି ଜଗତେ
ଘନ ପରବତ ଜଙ୍ଗଲ ଓ ଖଣି
ରଖିଛି ଯତନେ କେତେ . . . ୬

ଯା’ର ଗଉରବେ ପ୍ରଭାତ ଝଟକେ
ବିଧାତା ଆସନ୍ତି ଧରେ,
ଯା’ ପାଣି ପବନ ସ୍ମୃତିରେ ଏ ଦେହେ
ପ୍ରାଣରୁ ପ୍ରାଣ ସଞ୍ଚରେ . . . ୭

ସେହି ପରା ଆଜି ଗୁମୁରି କାନ୍ଦୁଛି
କାହିଁ ଗଲ ସୁତା-ସୁତ
କ୍ଷତାକ୍ତ ଅଙ୍ଗୁ ତା’ ରୁଧିର ଝରୁଛି
ନିରିଖେଇ ଟିକେ ଦେଖ . . . ୮
କର କରତବ୍ୟ ତେଜି ସର୍ବ ଗର୍ବ
ତୋଳ ଜାତୀୟତା ରବି
ଖେଳୁ ଶୀହରଣ ଥରୁ ଶତ୍ରୁ ପ୍ରାଣ
ବଦଳୁ ସାମ୍ଭାବ୍ଯ ଛବି . . . ୯

ସମର୍ପିତ ଭାବ ରହିଛି ରହିବ
ଜନନୀ ସେ ଆମ ଯେଣୁ
ତେଣୁ ସର୍ବେ ଜାଗ ହାତେ ହାତ ଛନ୍ଦ
ଭେଦଭାବ ତେଜି ମନୁ ……
ଏକ ସ୍ବରେ ଗାଅ ଜୟ କଳିଙ୍ଗ
ଜୟ ପାଇକ ପୁଅ
ଜୟ ମାତୃଭାଷା ଜୟ ମାତୃଭୂମି
ଜୟ ଉତ୍କଳ ଜୟ . . . ୧୦

Santosh kumar Pattanayak

Spread the love
admin

View Comments

  • 'ଅନ୍ତରଙ୍ଗ କଳିଙ୍ଗ' ସବୁରି ଅନ୍ତରକୁ ଛୁଇଁ ଯାଉ
    ଅତୀତ ସ୍ମୃତି ସାଉଣ୍ଟି ସାଇତି
    ଆଲୋଡ଼ନ ଆଣିଦେଉ
    ସବୁ ହୃଦେ ଜାତି ପ୍ରୀତି ଭାବ ଭରିଦେଉ ॥

    ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଚି ଏଭଳି ଏକ ପ୍ରେରଣାର ଉତ୍ସ ପୃଷ୍ଠା ପାଇଁ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago