ସାପସାପୁଆଣୀ ନାଟ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

ସାପସାପୁଆଣୀ ନାଟ, ମୁକ୍ତାକାଶ ପ୍ରଦର୍ଶନୀରେ । ଏହା ପୁଣ୍ୟପୀଠ ପାରଳାରେ ରାଜାରାଜୁଡା ଅମଳରୁ ଚାଲି ଆସୁଥିଲା । ଏହାକୁ କୌଣସି ପର୍ବ, ତଥା ଶୋଭାଯାତ୍ରାରେ କତଲକଇଠା ବାଦ୍ୟ ତାଳେ ତାଳେ ପରିବେଷଣ କରାଯାଏ। ଆଜି ଏହା ଲୁପ୍ତପ୍ରାୟ ହେବାକୁ ବସିଲାଣି।

ଦକ୍ଷିଣ ଓଡିଶାର ଏହି ପରମ୍ପରାଟି ପ୍ରଚାର ପ୍ରସାର ଓ ଆଧୁନିକ ସାଜ କାରଣରୁ ଲୋପ ପାଇବାକୁ ବସିଛି। ପାରଳାଖେମୁଣ୍ଡି ବ୍ୟତୀତ ଦକ୍ଷିଣ ଓଡିଶାର କିଛି ଗଡ଼ଜାତ ଅଞ୍ଚଳରେ ବି ଦେଖିବାକୁ ମିଳୁଥିଲା। ଆଜି କିନ୍ତୁ ପାରଳାରେ ଛାଡ଼ି ଦେଲେ ଅନ୍ୟ କେଉଁଠି ଏହାର ସତ୍ତା ନାହିଁ।

Leave a Comment

Your email address will not be published. Required fields are marked *

Scroll to Top