ଶ୍ରୀମନ୍ଦିରର ନିଆରା ଶବ୍ଦ

ଲେଖା: ଶିଶିର ସାହୁ ମନୋଜ

~ ଶ୍ରୀମନ୍ଦିରର ନିଆରା ଶବ୍ଦ ~

ଶ୍ରୀଜଗନ୍ନାଥଙ୍କୁ କଳିଙ୍ଗଦେଶର ପ୍ରକୃତ ରାଜା ଗଣନା କରାଯାଏ । ଏ ରାଜା ଏମିତି ସେମିତି ରାଜା ନୁହନ୍ତି । ଏହାଙ୍କର ଖାଦ୍ଯ, ଵସ୍ତ୍ର, ଅଳଙ୍କାର, ଵାସଗୃହ ଓ ଚଳଣି ଭଳି ଶବ୍ଦରେ ମଧ୍ୟ ରହିଛି ନିଆରାପଣ । ଶ୍ରୀମନ୍ଦିରର ନିଆରା ଶବ୍ଦ କିଛି ନିମ୍ନରେ ପ୍ରଦାନ କରାଗଲା ତେଵେ ଏସବୁ ଶବ୍ଦ ସେହି ଵିଶାଳ ଶବ୍ଦଭଣ୍ଡାରର କିୟଦଂଶ ମାତ୍ର !

✓ଅଖଣ୍ଡ (ଦୀପ): ଦିନରାତି ନିରଵଚ୍ଛିନ୍ନ ଭାଵରେ ଜଳୁଥିଵା ପ୍ରଦୀପ; କାର୍ତ୍ତିକ ମାସରେ ଏହା ଜଳାଯାଏ ।

✓ଅଙ୍ଗିଲା: ନିଜସ୍ୱ (ତୁଳନା—ଗୁଜରାଟୀରେ ଵ୍ଯକ୍ତିଗତ ଅର୍ଥରେ ଵ୍ଯଵହୃତ ହୁଏ “ଅଙ୍ଗତ୍” ଶବ୍ଦ), ଅଙ୍ଗଲଗା

✓ଅଣସର ପିଣ୍ଡି: ଭିତରକାଠ ଠାରୁ କଳାହାଟ ଦ୍ୱାରକୁ ଲାଗି ପଥରର ପିଣ୍ଡି

✓ଅଧିଵାସ: ଶୁଭ କାର୍ଯ୍ୟରେ ପୂର୍ଵ ଦିନ ହେଉଥିଵା କର୍ମ

✓ଅପସର: ପିଠି ମୁଚୁଳା ତକିଆ ଵା ମାଣ୍ଡି

✓ଅମୋଣିଆ: ମଣୋହି ହୋଇ ନଥିଵା ଭୋଗଦ୍ରଵ୍ଯ

✓ଆଲଟ: ଏକ ପ୍ରକାର ବଡ଼ପଙ୍ଖା। (ସହଚର ଶବ୍ଦ: ଆଲଟ ଚାମର)

✓ଉତୁରୀ: ଉତ୍ତରୀୟ

✓ଉପଚାର ସେଵକ: ଅନୁମତିପ୍ରାପ୍ତ (ଛତିଶା ନିଯୋଗ ଅନ୍ତର୍ଭୁକ୍ତ ନୁହେଁ) ଚାମର ସେଵକ

✓ଉଲାଗି: ଵେଶ ପୋଷାକ, ମାଳଚୂଳ ଆଦି ବାହାର କରାଯିଵା

✓ଉଲ୍ଲାଖ: କନା

✓ଏକା ଏକ ସେଵକ: ଏକା ଏକା ସେଵା କରୁଥିଵା ସେଵକ

✓ଉଡ଼ିଆଣି: କଟି ମେଖଳା

✓ଓଲାର: ଏକ ପ୍ରକାରର ଛତ୍ର ଵା ଛତା

✓ଓଷୁଅ: ଝୁଣା, ରାଶିତେଲ ଓ ପାଣିରେ ପ୍ରସ୍ତୁତ ଏକ ପ୍ରକାର ଲେପ ଵା ମଲମ (ସଂ—ଔଷଧ ?)

✓କର ପଇଠ/ହାତ ପଇଠ: କେତେକ ନୀତିରେ ତଳିଚ୍ଛ ଓ ପ୍ରଧାନୀ ସେବକଦ୍ୱୟ ହାତରେ ହାତ ଥୋଇ ଆଗେ ଆଗେ ଯିଵା କର୍ମ

✓କରାଳ: ଠାକୁରଙ୍କ ଶ୍ରୀଅଙ୍ଗରୁ କଢ଼ାଯାଇଥିଵା ଓଷୁଅ

✓କଳାକନାଟି: ଛତାର ସେଵକ

✓କାଣ୍ଡ ହେଙ୍ଗୁଡ଼: ବେଣ୍ଟନୀତିରେ ଵ୍ଯଵହୃତ ଶର (କାଣ୍ଡ ଶବ୍ଦ କେତେକ ଅଞ୍ଚଳରେ ଶର ଅର୍ଥରେ ଵ୍ଯଵହୃତ ହୋଇଥାଏ ।)

✓କାଣ୍ଡ ହେଙ୍ଗୁଳ: ଶାରଦୀୟ ପୂଜାରେ ଵିମଳା ଠାକୁରାଣୀଙ୍କୁ ଅର୍ପିତ ନାଲି ଶାଢି

✓ଖଟୁଆ ନିତିଆନି: ମାଛ

✓ଖଡ଼ି ପ୍ରସାଦ: ଅଣସରରେ ଶ୍ରୀମୁଖ ଚିିତ୍ରଣରେ ଵ୍ଯଵହୃତ ଖଡ଼ି ଆଦି ସାମଗ୍ରୀର ଅଵଶେଷ

✓ଖଦି ଚାମର—ଠାକୁରଙ୍କୁ ଵିଞ୍ଚିବାପାଇଁ ଵ୍ଯଵହୃତ ଚଉଡ଼ା ଖଣ୍ଡୁଆ

✓ଖଳି ପ୍ରସାଦ—ଶ୍ରୀଅଙ୍ଗରେ ଲେପନ ନିମନ୍ତେ ଗହମରେ ପ୍ରସ୍ତୁତ ଖଳି

✓ଖଲର—ତ୍ରୁଟି

✓ଖେଇ/କ୍ଷେଇ- ସେଵାର ପ୍ରାପ୍ୟ ଭାଵରେ ମିଳୁଥିଵା ଭୋଗର ଅଂଶ

✓ଗଦିଫେଟା—ଚଉଡ଼ା ନୂଆ କନା

✓ଘଣ୍ଟଛତା ଭୋଗ—ଘଣ୍ଟ, ଛତି, କାହାଳୀ ସହିତ ଆଗରେ ତଳିଚ୍ଛ ଓ ପ୍ରଧାନୀ ସେଵକଙ୍କ ହାତପଇଠରେ ନିଅାଯାଉଥିଵା ନୈଵେଦ୍ୟ

✓ଚଉପଟ—ଦାରୁ ନିମନ୍ତେ ଵୃକ୍ଷ କଟାଯାଇ ଗଡ଼ ଗଡ଼ କରାଯିଵା ପରେ ଅଵଶିଷ୍ଟ ମଞ୍ଜ ଅଂଶ

✓ଚଉସରା—ଚାରିସରିଆ ମାଳ

✓ପ୍ରସାଦଲାଗି—କେତେକ ନୀତିରେ ପୂଜା ବସିଵା ପୂର୍ଵରୁ ଠାକୁରଙ୍କ ଵକ୍ଷ ଦେଶରେ ଟିକିଏ ଚନ୍ଦନ ଲାଗି କରାଯାଏ । ତା’ପରେ ଧୂପ ଵନ୍ଦାପନା ଶେଷ ହୋଇ ସେହି ଚନ୍ଦନ ମଇଲମ କରାଯାଏ ।

✓ସର୍ଵାଙ୍ଗ—କେତେକ ଵିଶେଷ ନୀତିରେ ଚନ୍ଦନରେ କର୍ପୂର, କେଶର, ଚୁଅା, କସ୍ତୁରୀ ପଡ଼ି ଦିଅଁଙ୍କ ସର୍ବାଙ୍ଗରେ ଲେପନ କରାଯାଉିବାରୁ ତାହାକୁ ସର୍ବାଙ୍ଗ କୁହାଯାଏ

✓ଘଣ୍ଟ ଛତା ସର୍ବାଙ୍ଗ—ଘଣ୍ଟ, ଛତା, କାହାଳୀ ସହ ଚନ୍ଦନ ଘରୁ ପିଙ୍ଗଣରେ ଚନ୍ଦନ ବିଜେ କରାଗଲେ ତାହାକୁ “ଘଣ୍ଟ ଛତା ସର୍ବାଙ୍ଗ”
କୁହାଯାଏ ।

✓ଚନ୍ଦନ ଅର୍ଗଳି—ଭିତର କାଠ

✓ଚାର/ଚାରମାଳ—ତାଳଗଡ଼ରେ ତିଅାରି ଘୋଷରା ପାହାଚ । ଘୋଷରା ତଳେ ବନ୍ଧାଯାଇଥିଵା କାଠଗଡ଼କୁ ମାଲ (ମାଳ) କୁହାଯାଏ ।


✓ଜଉଡାବ—ଜଉରେ ତିଆରି ବେଲୁନ୍‍ ଭଳି ପଦାର୍ଥ । ଏଥିରେ ଫଗୁ ରଖାଯାଇ ଫଗୁଖେଳ ହୁଏ ।

✓ଜନକପୁରୀ—ଗୁଣ୍ଡିଚା ଘର

✓ଟେରା—ଆଢୁଆଳ ପାଇଁ କନାର ପରଦା

✓ଠା’ ସଜ—ଭୋଜନ ନିମନ୍ତେ ଆଵଶ୍ୟକ ପାତ୍ରସମୂହ

✓ଡମ୍ୱରୁ—ଡମ୍ୱରୁ ଆକୃତିର ଆସନ

✓ଡାଳିମ୍ୱା ଅନ୍ନ—ବଗଡ଼ା ଅନ୍ନ

✓ତଡ଼କୀ—କର୍ଣ୍ଣ ଅଳଙ୍କାର ବିଶେଷ

✓ତଡ଼ପ—ବସ୍ତ୍ର ଵିଶେଷ

✓ତାଟ—ବାଉଁଶ ଵା ତାଳପତ୍ରରେ ନିର୍ମିତ ବଡ଼ ଡାଲା, ଯେଉଁଥିରେ ବିଭିନ୍ନ ସାମଗ୍ରୀ ପଠାଯାଏ ।

✓ତାଡ଼—ଏକ ବଡ଼ ମାଟିପାତ୍ର

✓ତ୍ରିମୁଣ୍ଡି—ଦିଅଁଙ୍କ ମସ୍ତକ ଉପରି ଭାଗ; ଏକ ପୁୁଷ୍ପ ଭୂଷା

✓ଦଣ୍ଡଛତ୍ର—ଲମ୍ୱ ଦଣ୍ଡି ଵା ଛତ୍ର

✓ଦରଶୁଆ କରାଇଵା—ଦର୍ଶାଇଵା

✓ଦରଶୁଆ ଝିଲି—ପହିଲି ଭୋଗରେ ଲାଗୁଥିବା ବଡ଼ଝିଲି

✓ଧଣ୍ଡା ମାଳ—ଲମ୍ୱମାଳ, ବାରହାତିଆ ମାଳ

✓ଧୁକୁଡ଼ି ଦ୍ୱାର—ଶ୍ରୀମନ୍ଦିର ଭିତର କାଠ କଡ଼ରେ ଭିତରକୁ ଯିଵାପାଇଁ ଏକ କଡ଼ ରାସ୍ତା

✓ଧୋପଖାଳ—ଧୁଆଧୋଇ, ସଫାସଫି

✓ନାକୁଆସି—ଶ୍ରୀମୁଖରେ ଚିତାତଳରୁ ନାସାଗ୍ର ପର୍ଯ୍ୟନ୍ତ ସ୍ଥାନରେ ଲାଗୁଥିଵା ଏକ ଅଳଙ୍କାର ଵିଶେଷ

✓ନାଟପା ମଣ୍ଡପ—ନାଟମଣ୍ଡପ

✓ନିଉଛାଳି—ସାଷ୍ଟାଙ୍ଗ ପ୍ରଣାମ

✓ପଛ ଭଅଣ୍ଡ—ଆଵଶ୍ୟକତା ଅନୁଯାୟୀ ଭୋଗମଣ୍ଡପରେ ଅତିରିକ୍ତ ଭୋଗ

✓ପଟୁଆର—ଶୋଭାଯାତ୍ରା, ସମାବେଶ

✓ପଟୋଇ—ଓଳି

✓ପାଗପଟି—ପଗଡ଼ି

✓ପୋଛା—ସିଂହାସନରେ ପଡ଼ିିଵା ଟଙ୍କା ପଇସା, ସଂପୃକ୍ତ ସେଵକ ତଳେ ଠିଆହୋଇ ହାତପାଇଵା ପର୍ଯ୍ୟନ୍ତ ପୋଛି ଆଣିଵା (ଅର୍ଥ)

ଫୁଲୁରି—ବାସ୍ନାତେଲ, ପୁଷ୍ପଵାସିତ ତେଲ


✓ଵଲ୍ଲଭ ବଡ଼ସିଂହାର—କେତେକ ଦିନରେ ବଡ଼ସିଂହାର ଧୂପ ପରେ ଅତିରିକ୍ତ ଭୋଗ

✓ବାଇହାଣ୍ଡି—ଶ୍ରୀମନ୍ଦିରରେ ଵ୍ଯଵହୃତ ସବୁଠାରୁ ବଡ଼ ହାଣ୍ଡି

✓ବାଘମୁହାଁ—ତୁଣ୍ଡି

✓ଵାହୁଟ—ଵାହୁର ରକ୍ଷାକବଚ

✓ଵିଜେ ପ୍ରତିମା — ଉତ୍ସବ ମୂର୍ତ୍ତିି

✓ଵିଭୀଷଣ ବନ୍ଦାପନା — ଦକ୍ଷିଣାଭିମୁଖ ବନ୍ଦାପନା

✓ଭୋଗ ଡାକିଯିଵା—ପନ୍ତିରେ ଭୋଗ ବାଢ଼ିଵାକୁ ଡାକିଵାକୁ ଯିଵା

✓ମଇଲମ—ବେଶ, ଅଳଙ୍କାର ଇତ୍ୟାଦି କଢ଼ାଯିଵା ଵା ଉଲାଗି ହେଵା

✓ମଝାଲ—ମଧ୍ୟମ ଧରଣର; ମଝି ମଝିଆ

✓ମଙ୍ଗଳାରୋପଣ—ମଙ୍ଗଳ କାମନା କରି କରାଯାଉଥିଵା ଵିଧି

✓ଅମୃତମଣୋହି- ଦେଵାଦେଵୀଙ୍କ ନିମନ୍ତେ ଉତ୍ସର୍ଗିତ ଭୂସମ୍ପତ୍ତି

✓ଚକ୍ରମଣୋହି- ନୀଳଚକ୍ର ଆଡ଼କୁ ଟେକି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପିତ ନୈଵେଦ୍ୟ

✓ସର୍ପାମଣୋହି—ଦିଅଁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି କରାଯାଉଥିଵା ଭୋଗ

✓ମହାଖଳା—ବଡ଼ଦାଣ୍ଡରେ ରଥନିର୍ମାଣ କରାଯାଉଥିଵା ଅଞ୍ଚଳ

✓ମହାସ୍ନାନ—ବିଶେଷ ସ୍ନାନ ଵିଧି

✓ଯାତ୍ରାଙ୍ଗୀ ମହାସ୍ନାନ—ଯାତ୍ରା ଦିନମାନଙ୍କରେ ହେଉଥିଵା ଅତିିରିକ୍ତ ଶୁଦ୍ଧି ଵା ସ୍ନାନନୀତି

✓ମାଲ ବାହାରିଵା— ଧୂପ ଶେଷ ପରେ ଭିତରୁ କିଂଵା ଭୋଗମଣ୍ଡପରୁ ଭୋଗଦ୍ରବ୍ୟ ବାହାରିଵା

✓ମୁଦଲ—ରାଜାଦେଶ

✓ମୁର୍ତ୍ତୁମୂଳ— ନୈଵେଦ୍ୟକୁ ଅର୍ପଣଯୋଗ୍ୟ କରିଵା, ଅଦା, ହେଙ୍ଗୁ ଓ ଘିଅର ଫୁଟଣା ଦେଵା

✓ମେଣ୍ଢାପୋଡ଼ି—ଦୋଳ ପୂର୍ଣ୍ଣିିମା ପୂର୍ବଦିନ ଦୋଳବେଦୀ ପରିସରରେ ଅନୁଷ୍ଠିତ ଅଗ୍ନି ଉତ୍ସବ

✓ମେଣ୍ଢାମୁଣ୍ଡିଆ ଖେଚୁଡ଼ି—ଏକପ୍ରକାରର ଖେଚୁଡ଼ି ଭୋଗ

✓ରାଜପ୍ରସାଦ—ରାଜାଙ୍କ ନିକଟକୁ ଯାଉଥିଵା ଦେବ ଵିସର୍ଜିତ ପଦାର୍ଥ, ଯଥା: ଶ୍ରୀଅଙ୍ଗର ଚନ୍ଦନ ଓ ପାଟଡେ଼ାର ଇତ୍ୟାଦି

✓ଶିରକପଡ଼ା—ଠାକୁରଙ୍କ ମସ୍ତକରେ ଲାଗି ହେଉଥିଵା ଵସ୍ତ୍ର ଵିଶେଷ

✓ସଦାଵର୍ତ୍ତ— ଗରିବ, ସାଧୁ, ସନ୍ନ୍ୟାସୀ, ଅତିିଥିଙ୍କୁ ନିୟମିତ ଅନ୍ନ ଦାନ

✓ସୋମନା ମଣ୍ଡପ— ମାଜଣା ମଣ୍ଡପ

✓ହଣା— ଭୋଗ, ଵିଶେଷତଃ ପିଠାଭୋଗର ଏକ ଅଂଶ ଵା ଭାଗ

✓ହଳଦୀପାଣି—ବାହାର ଚନ୍ଦନ ଯାତ୍ରାର ଶେଷ ଦିନ

✓ହାତୁଆଣି— ହାତଧୋଇଵା ପାଇଁ ପାଣି

Leave a Comment

Your email address will not be published. Required fields are marked *

Scroll to Top