ଲୁହା କି ହୋଇବ ସୁନା

ସୌରଭିତ ସୃଷ୍ଟି: କବିସୂର୍ଯ୍ୟ ଵଳଦେଵ ରଥ

~ ଲୁହା କି ହୋଇବ ସୁନା ~
ବସି କୁସୁମକୁ ପ୍ରଶଂସିଲେ ହେଲେ
ବାସିବ କି ମନୋହର
ଘାସିଟାକୁ ସମୁଚିତ କି ଭୂଦେଵ
ଆଶିର୍ବାଦ ଆଡ଼ମ୍ଵର
ସରସେ, କୁହାଯାଉଥାଏ ସିନା
ତୁହାଇ ତୁହାଇ ପୁଟ ଦେଲେ ହେଲେ
ଲୁହା କି ହୋଇବ ସୁନା ? ।୧।

ପାମର-ପାଣିଶିମ୍ଭୂଳୀ କି ହେବ
ତାସରସ ଫୁଲ-ଵଲ୍ଲୀ
ଗ୍ରାମ ଶୂକରୀକି ବଢା଼ଉ ଯେ ଥିଲି
କାମଧେନୁ ହୁଅ ବୋଲି
ସରସେ, କୁହାଯାଉଥାଏ ସିନା
ତୁହାଇ ତୁହାଇ ପୁଟ ଦେଲେ ହେଲେ
ଲୁହା କି ହୋଇବ ସୁନା ? ।୨।

କୁଆ ପଞ୍ଜୁରୀରେ ପଡି଼ଲେ କି ଧରେ
ଶୁଆ ପରି ହରିନାମ
ଭୁଆଟା ଗୁହାରେ ପଶିଲେ କି କରେ
ଛୁଆ ସିଂହ ପରାକ୍ରମ
ସରସେ, କୁହାଯାଉଥାଏ ସିନା
ତୁହାଇ ତୁହାଇ ପୁଟ ଦେଲେ ହେଲେ
ଲୁହା କି ହୋଇବ ସୁନା ? ।୩।

ଉପସ୍ଥାପନା: ଶିଶିର ସାହୁ ମନୋଜ  

Leave a Comment

Your email address will not be published. Required fields are marked *

Scroll to Top