ରାଉରକେଲା

ଲେଖା: ଶିଶିର ସାହୁ ମନୋଜ

‘ରାଉରକେଲା’ ନଗରର ନାମକରଣକୁ ନେଇ ଅନେକ ମତ ରହିଛି ।
● କିଛି ଉତ୍ତର ଭାରତୀୟ ଲୋକ ହିନ୍ଦୀଭାଷାର ‛କେଲା’ ଶବ୍ଦ ସହିତ ‛ରାଉର’ ଶବ୍ଦ ଯୋଡ଼ି ହୋଇ ‛ରାଉରକେଲା’ ନାମକରଣ ହୋଇଥିଵା ମତ ଦିଅନ୍ତି ।

● କିଛି ଲୋକ କୁହନ୍ତି ବୋଧହୁଏ ଏହା ରାହୁର କିଲ୍ଳା ଵା ଗଡ଼ ହୋଇଥିଵା ହେତୁରୁ ‛ରାହୁର୍ କିଲ୍ଲା’ ରୁ ପରେ ‛ରାଉରକେଲା’ ହୋଇଛି ।


● କେତେଙ୍କ ମତରେ ଯେହେତୁ ରାଉରକେଲାଠାରେ ଜର୍ମାନୀ ସହବନ୍ଧନରେ ପ୍ରଥମେ ଇସ୍ପାତ କାରଖାନା ତିଆରି କରାଯାଇଥିଲା ତେଣୁ ସମ୍ଭଵତଃ ଏହି ନାମଟି ଜର୍ମାନ ଶବ୍ଦ ରୁର (Ruhr) ଶବ୍ଦରୁ ଆସିଥାଇପାରେ । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା ଅଟେ ।

ତେବେ ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତିର କଥିତ ସାଦ୍ରି ଭାଷାରେ ‛ରାଉର’ ଶବ୍ଦର ଅର୍ଥ ‛ଆମର’ ଏଵଂ ‛କଲା’ ଵା ‛କେଲା’ର ଅର୍ଥ ଗାଁ ଅଟେ । ପରିବୃତ୍ତି ଦ୍ଵାରା ‛ଆମ୍ଭର’ ଶବ୍ଦଟି ‛ରାଉର’ରେ ପରିଣତ ହେବା ଅସମ୍ଭଵ ନୁହେଁ କାରଣ ଇଂରାଜୀରେ ଆମର ଅର୍ଥରେ ‛Our’ ଶବ୍ଦ ଚଳୁଅଛି ପୁଣି ଓଡ଼ିଆ ଭାଷାରେ ଅଵର୍ଗ୍ୟ ଵର୍ଣ୍ଣ ଓ ସ୍ଵରଵର୍ଣ୍ଣ ପରସ୍ପର ପରିବୃତ୍ତ ହେଉଥିଵାର ଅନେକ ଉଦାହରଣ ରହିଛି ଯଥା:- ଦେଵୀ=ଦେଈ, ଦେଵ=ଦେଉ(ଓ) ଓ ରକ୍କା=ଅକ୍କା ଇତ୍ୟାଦି ।


© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top