ରସରାଜ ନାରାୟଣପ୍ରସାଦ ସିଂହ

ଲେଖା: ରୋହିତ କୁମାର
ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ #ଗୀତିକାର ତଥା କବି ରସରାଜ ନାରାୟଣପ୍ରସାଦ ସିଂହ l
୧୯୬୦ରେ ରସରାଜ ନାରାୟଣପ୍ରସାଦ ସିଂହ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗୀତିକାର ରୂପେ ପରିଚୟ ପାଇଥିଲେ l ଏହାପରେ ୧୯୬୨ରେ ସେ #ନୂଆବୋଉ ଚଳଚ୍ଚିତ୍ରର “ରଥ ଯା’ ଚାଲିଯା’, ଚକ ଗଡ଼ି ଯା ରେ” ଗୀତରୁ ଆରମ୍ଭ କରି #ଅମଡ଼ାବାଟ, #ଅଭିନେତ୍ରୀ, #କିଏକାହାର, #ସ୍ତ୍ରୀ, #ଅଦିନମେଘ, #ଘରସଂସାର, #ମନଆକାଶ, #ପୁନର୍ମିଳନ, #ରକ୍ତଗୋଲାପ, #ଜୟ_ମା_ମଙ୍ଗଳା, #କାବେରୀ, #ଶଙ୍ଖାସିନ୍ଦୂର, #ଗାରେସିନ୍ଦୂର_ଧାରେଲୁହ ଆଦି ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ l
ତାଙ୍କର କିଛି ଲୋକପ୍ରିୟ ଗୀତ ହେଉଛି
– ସାଗରେ ଅଧୀର ନୀଳ ତରଙ୍ଗ
– ଜୀବନ ଯମୁନାରେ ଜୁଆର ଉଠେରେ
– ଏତ କଲିକାଳ ରୀତି ବିପରୀତ ଭାଇରେ
– ଉଡ଼ି ଉଡ଼ି ଉଡ଼ି ଯା’ରେ ଉଡ଼ି ଏ ମୋର ଗୁଡ଼ି
– ସଞ୍ଜ ସକାଳେ ତୁମ ଛବି ଖୋଜେ
– ଝୁମି ଝୁମି ଆସେ ଆଖି
– ଜୋଛନା ଲୁଚନା
– ଅଳପ ହସରେ ଅନେକ ଆଶାର
– ପୀରତି ଚୋରି ଚୋରି ଖେଳ
– ମୁଁ ପାଉ ନ ଥିଲି ସାହା ଇତ୍ୟାଦି..!!
୧୯୯୨ରେ ବାଳକୃଷ୍ଣ ଫାଉଣ୍ଡେସନ ତରଫରୁ ତାଙ୍କୁ “ରସରାଜ ସମ୍ମାନ” ପ୍ରଦାନ କରାଯାଇଥିଲା l ୨୦୦୦ ମସିହାରେ “ଗାରେ ସିନ୍ଦୂର ଧାରେ ଲୁହ” ପାଇଁ ସେ ଶ୍ରେଷ୍ଠ ଗୀତିକାର ଭାବେ #ରାଜ୍ୟ_ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ l ସେହି ବର୍ଷ ସେ ଓଡିଶା #ସଙ୍ଗୀତନାଟକ_ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ l
୨୦୦୩ ମସିହାରେ “ରସରାଜ ଗୀତିବିଚିତ୍ରା” ପାଇଁ ତାଙ୍କୁ ଓଡ଼ିଶା #ସାହିତ୍ୟଏକାଡେ଼ମୀ ପୁରସ୍କାର ପ୍ରଦାନ କରାଯାଇଥିଲା l

Leave a Comment

Your email address will not be published. Required fields are marked *

Scroll to Top