ଯୋଗିନ୍ଦ୍ର ରାଜପ୍ରାସାଦ – ବଉଦ 

ଲେଖା: ଶିବାଶିଷ ମହାପାତ୍ର
ବଉଦ ରାଜ୍ୟର ପୁରାତନ ଇତିହାସ ପୃଷ୍ଠାକୁ ଦେଖିଲେ ଜଣାଯାଏ ଢ଼େଙ୍କାନାଳ ରାଜ୍ୟରୁ ଆସି ଏଠାରେ ଖିଂଜଳି ରାଜବଂଶ ସ୍ଥାପନ କରିଥିଲେ । ଓଡ୍ର ଦେଶର ରାଜା ଯଯାତି ନିଜ ରାଜ୍ୟର ରାଜଧାନୀ ଯଯାତି ନଗର ବର୍ତମାନ ବୋୖଦ୍ଧ ଜିଲ୍ଲାର ଯଗତି ଗ୍ରାମରେ ଥିବାର ପ୍ରମାଣ ରହିଛି । 
୧୪ଶ ଶତାବ୍ଦୀରେ କେଉଁଝର ରାଜ୍ୟରୁ ଅନଙ୍ଗଦେବ ଆସି  ଏଠାରେ ଭଂଜ ରାଜବଂଶର ପ୍ରତିଷ୍ଠା କରିଥିଲେ । ୧୮୭୪ ମସିହାରେ କନ୍ଧମାଳ ଅଞ୍ଚଳକୁ ଛାଡି ଆଠମଲ୍ଲିକ ଅଞ୍ଚଳକୁ ନେଇ ବର୍ତ୍ତମାନର ବଉଦ ରାଜ୍ୟ ପ୍ରତିଷ୍ଠା କରାଯାଇଥିଲା । ରାଜା ଶ୍ରୀ ପିତାମ୍ବର ଦେବ ଏହାର ପ୍ରଥମ ରାଜା ଥିଲେ । ତାଙ୍କ ଅନ୍ତେ ତାଙ୍କ ପୁତ୍ର ରାଜା ଶ୍ରୀ ଯୋଗିନ୍ଦ୍ର ଦେବ ୧୮୭୯ ମସିହାରେ ଦ୍ବିତୀୟ ରାଜା ଭାବରେ ଶାସନ ଭାର ଗ୍ରହଣ କରିଥିଲେ । ତାଙ୍କ ସମୟରେ ମହାନଦୀ କୂଳରେ ନିର୍ମାଣ କରାଯାଇଥିଲା ଏହି ଭବ୍ୟ ରାଜପ୍ରାସାଦ । ରାଜା ଯୋଗିନ୍ଦ୍ରଙ୍କ ନାମାନୁସାରେ ଏହି ରାଜପ୍ରାସାଦର ନାମ ଯୋଗିନ୍ଦ୍ର ରାଜମହଲ ବୋଲି ନାମିତ ହୋଇଥିଲା । 
ପରେ ଏହା ଏକ ସିନେମା ପ୍ରେକ୍ଷାଳୟ ଭାବରେ କିଛି ଦିନ ଚାଲିଥିଲା । ବର୍ତ୍ତମାନ ଏହା ଅବହେଳିତ ହୋଇ ପଡ଼ି ରହିଛି । ଆଗରୁ ଏହି ପ୍ରାସାଦରୁ ମହାନଦୀର ସୁନ୍ଦରତା ଉପଭୋଗ ହେଉଥିବା ବେଳେ ଏବେ ଏଠାରୁ ମହାନଦୀ ଦେଖିବା କଷ୍ଟକର ସୋଇପଡିଛି ।

Leave a Comment

Your email address will not be published. Required fields are marked *

Scroll to Top