ମା’ କଣ୍ଟା ବାଉଁଶୁଣୀ

ଲେଖା: ଅମ୍ବିକା ପଟ୍ଟନାୟକ

କୋରାପୁଟଠାରୁ ରେଳରେ ରାୟଗଡ଼ା ଅଭିମୁଖେ ଯାତ୍ରାକଲେ ପ୍ରାୟ ୨୦ କି.ମି. ପରେ ଦାମନଯୋଡ଼ି l ଏସିଆର ବୃହତ୍ତମ ଆଲୁମିନା କାରଖାନା l ଦାମନଯୋଡି ଷ୍ଟେସନ ପାଖରେ ଏକର ଏକର ବ୍ୟାପୀ ଏକ କଣ୍ଟାବାଉଁଶ ବଣ l



ଲୋକ ବିଶ୍ୱାସରେ ମା’ କଣ୍ଟା ବାଉଁଶୁଣୀ ଠାକୁରାଣୀଙ୍କ ଆସ୍ଥାନ l ସଚରାଚର ଯେମିତି “ଯା ଦେବୀ ଶିଳାରୁପେଣ ଗ୍ରାମମଧ୍ୟେତୁ ସଂସ୍ଥିତା” ସେମିତି ନୁହେଁ l ମା’ ଏଠି ଶୂନ୍ୟରୂପିଣୀ l  ପ୍ରାୟତଃ ପରିଷ୍କାର ପରିଚ୍ଛନ୍ନ ଏଇ କଣ୍ଟା ବାଉଁଶ ତୋଟା ମଧ୍ୟରେ ଏକ ନିର୍ଦିଷ୍ଟ ଜାଗାରେ ଦୁଇ ତିନୋଟି ବାଉଁଶଝାଡ଼ ମା’ଙ୍କ ବିଜେପୀଠ ରୂପେ ନାଲିକନା, ଫୁଲ, ଧୁପ, ଦୀପ ଶୋଭିତ l କେଉଁ କାଳୁ ମା’ କଣ୍ଟା ବାଉଁଶୁଣୀ ଆରାଧିତା l

ଚିତ୍ର ସୌଜନ୍ୟ: ଅବିଭକ୍ତ କୋରାପୁଟ ସମାଚାର (AKS) 

Leave a Comment

Your email address will not be published. Required fields are marked *

Scroll to Top