ମଧୁ-ବାଣୀ

ସୌରଭିତ ସୃଷ୍ଟି: ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନ ଦାସ

କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତିଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏ ଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ !

ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର ବ୍ୟାସଙ୍କ ଭାଷାରେ ସେ ନରଦେହେ ନାରାୟଣ ! ଆଉ ଗୋଟେ କଥାରେ କହିଲେ ତୁମ୍ଭର ଉପମା ତୁମ୍ଭେ ହିଁ ଏକା ।

ଏହି ଭଳି ଜଣେ ପୁରୁଷସିଂହ ହିଁ ମଧୁସୂଦନ ଦାସ ! ବ୍ୟାସକବିଙ୍କ ଦୃଷ୍ଟିରେ ଜାତୀୟଗୌରବ ମଧୁସୂଦନ, ସେଇ କ୍ରମରେ ତାଙ୍କର ଅମରବାଣୀ ଏଇ ମଧୁ-ବାଣୀ . . 

~ ମଧୁ-ବାଣୀ ~
  • ଆମ୍ଭେମାନେ ସମସ୍ତେ କାର୍ଯ୍ୟ କଲାବେଳେ ଥରେ ଆମ୍ଭମାନଙ୍କର ଭାବିଵା ଉଚିତ ଯେ, ମୋ କାର୍ଯ୍ୟଦ୍ବାରା ମୋ ଜାତିର ମାନ ବଢ଼ୁଛି କି ନାହିଁ ।
  • ଭଗଵାନଙ୍କଠାରେ ଵିଶ୍ଵାସ ରଖି ସତ୍ୟପଥରେ ଏକନିଷ୍ଠ ଭାବରେ ନାନା କାର୍ଯ୍ୟରେ ଲାଗିପଡ଼ । ପଡ଼ୋଶୀ ଜାତିଙ୍କ ଚିତ୍ତକୁ ତୁମେ ନିଶ୍ଚୟ ଆକର୍ଷଣ କରିପାରିଵ ।
  • ମୋ ଜାତିର ପୀଠରେ ତୁମର ଜୀଵନକୁ ଵଳିଦାନ କର । ପୂର୍ଵେ ଏ ଜାତି ଯେଉଁ ଗୌରଵର ଅଧିକାରୀ ହୋଇଥିଲା, ସେ ଗୌରଵ ଲାଭ କର

  • ଅନ୍ୟକୁ ସାହାଯ୍ୟ କରିଵାପାଇଁ ସର୍ଵଦା ପ୍ରସ୍ତୁତ ରୁହ। ଶେଷ ସମୟରେ ଭଗଵାନଙ୍କ ଦ୍ଵାରରେ ତୁମ କାର୍ଯ୍ୟର ମୂଲ୍ୟାୟନ ହେଵ: ତୁମେ ଯଦି ଭଲ କରିଥିଵ, ତେବେ ତୁମ ଆଗକୁ ଭଗଵାନ ଆସି କହିଵେ—ଆସ, ମୋର ପ୍ରିୟ ଶିଶୁ ! ତୁମକୁ ମୁଁ ଜୀଵନର ମୁକୁଟ ଦେବି ।
  • ନିଜ ସକାଶେ ଜୀଵନ ଧାରଣ କରିଵା ମନୁଷ୍ୟ ଜୀଵନର କଦାପି ଉଦ୍ଦେଶ୍ୟ ନୁହେଁ । ଈଶ୍ବର ଏ ଉଦ୍ଦେଶ୍ୟରେ କାହାକୁ ସୃଷ୍ଟି କରିନାହାନ୍ତି ।
  • ମୁଁ ଵିଶ୍ବାସ କରେ ନାହିଁ ସେ ଈଶ୍ବରଙ୍କ ଜଗତର କେହି ମନୁଷ୍ୟ ସ୍ୱାର୍ଥପର ହୋଇପାରେ । ଯେ ସ୍ବାର୍ଥପର, ସେ ଈଶ୍ବରଙ୍କ ଆଜ୍ଞା ଲଙ୍ଘନ କରିଅଛି । ଈଶ୍ବର କାହାରିକୁ ସ୍ଵାର୍ଥପର ହେଵାକୁ ଦିଅନ୍ତି ନାହିଁ ।

  • ଆଜି ତୁମ୍ଭେ ଓ ଆମ୍ଭେ ଅଛୁ, କାଲି ତୁମ୍ଭେ ଓ ଆମ୍ଭେ ଚାଲଯିଵା । ତଥାପି ମନୁଷ୍ୟ ଶରୀର ପରି ଆମ୍ଭର ଜାତି ଦିନକୁ ଦିନ ବଢୁ଼ ଥିଵ । ଜନନୀ ସେଵାରେ ଆତ୍ମଗର୍ଵ, ସ୍ବାର୍ଥପରତା ତ୍ୟାଗ କରିଵାକୁ ହେଵ । ମୁଁ ଵା ତୁମ୍ଭେମାନେ କାଲି ଏହି ସଂସାରରୁ ଚାଲିଯିଵା, କିନ୍ତୁ ଜାତି ଅମର ଓ ଚିରଜୀବୀ
  • ଯଦି ଉନ୍ନତି ଲଭିଵାକୁ ଇଚ୍ଛାକର, ଵୀଜ ଯେପରି ନୀଚକୁ ଯାଇ ଵୃକ୍ଷକୁ ଉଚ୍ଚକୁ ଉଠାଏ, ସେହିପରି ନିଜେ ନୀଚକୁ ଯାଅ ଓ ଜାତିରୁ ଉଚ୍ଚକୁ ଉଠାଅ
  • ଦୋଷଗୁଣ ଦେଖିଵା ସମ୍ବନ୍ଧରେ ମୋର ଵକ୍ତଵ୍ୟ ଏହି ଯେ ଯୋଡ଼ିଏ ଆଖିରୁ ଗୋଟିଏ ଆଖି ବନ୍ଦ କର ଓ ଗୋଟିଏ ଆଖି ଖୋଲି ରଖ । ବନ୍ଦ ଆଖିରେ ଜାତିର ଦୋଷଗୁଡ଼ିକ ଦେଖ । ଖୋଲା ଆଖିରେ ସେମାନଙ୍କର ଗୁଣଗୁଡ଼ିକ ନିରୀକ୍ଷଣ କର ।

ଉପସ୍ଥାପନା: ଶିଶିର ସାହୁ ମନୋଜ

#ପୂଜ୍ୟପୂଜା

Leave a Comment

Your email address will not be published. Required fields are marked *

Scroll to Top