ବୃତ୍ତି ଏ ମୋର ପୋଷେ କୁଟୁମ୍ବ

ଲେଖା: ଅରବିନ୍ଦ ମହାନ୍ତି

ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା ସାଧାରଣ ବେଉସା।


ପରିବାରର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥାନ୍ତି। ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରିବା ହେଲା ପ୍ରାରମ୍ଭିକ କାର୍ଯ୍ୟ। ଏହାପରେ ଏହାକୁ ବୁଣି ଖରାରେ ଶୁଖାଯାଏ। ଶୁଖାଯିବା ପରେ ଏହାର ପ୍ରସ୍ତୁତିକ୍ରମ ପୂର୍ଣ୍ଣ ହୋଇଥାଏ। ବେପାରୀମାନଙ୍କ ଦରରେ ମୂଲଚାଲ ହେଲା ଏମାନଙ୍କ ପାଇଁ କାଳ। ଠିକ୍ ଦରରେ ତ ବିକା ହୋଇ ପାରେନାହିଁ ହେଲେ କିଛି ପରିମାଣରେ ଗୁଜୁରାଣ ମେଣ୍ଟିଯାଏ।

ସହରୀ ଲୋକମାନଙ୍କ ପାଈଁ ଏହା ନୂଆ ହୋଇପାରେ ହେଲେ ଏହି ଲୋକମାନେ ଏଇଥିରୁ ନିଜ ଗୁଜୁରାଣ ମେଣ୍ଟାଇ ସୁଖରେ ରହୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ନୂଆଣିଆଁ ଖପର ଘରେ ଯେଉଁ ସୁଖ ଅଛି ମାର୍ବଲ ପକା ଘରେ ସେ ସୁଖ ନାହିଁ

Leave a Comment

Your email address will not be published. Required fields are marked *

Scroll to Top