Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ବଙ୍ଗଳା ଓଡ଼ିଆର ଉପଜାତି

  • adminadmin
  • November 14, 2020
  • ଇତିହାସ

ଉପସ୍ଥାପନା: ଶିଶିର ସାହୁ ମନୋଜ

ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ? ବଙ୍ଗଳା ଓଡ଼ିଆର ଉପଜାତି ଥିଲା ନା ଓଡ଼ିଆ ବଙ୍ଗଳାର ଉପଜାତି ଥିଲା ?

―ଭାଷା―
୧. ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା ।

୨. ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ଯ ରହିଥିଲା । ଓଡ଼ିଆ ଭାଷାର ଶବ୍ଦସମ୍ଭାର ଓ ଶୈଳୀ ଵିଵିଧତା ମଧ୍ୟ ବଙ୍ଗାଳି ଅପେକ୍ଷା ଶ୍ରେଷ୍ଠଥିଲା ।

୩. ଓଡ଼ିଶାରେ ସାରଳାଦାସ, ଜଗନ୍ନାଥ ଦାସ, ଅଚ୍ଯୁତାନନ୍ଦ,ଅର୍ଜୁନ ଦାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କଵିସୂର୍ଯ୍ୟ ବଳଦେଵ ରଥଙ୍କ ଭଳି ଶ୍ରେଷ୍ଠ ସାହିତ୍ଯିକ ଜନ୍ମ ଲଭିସାରିଥିଲାଵେଳେ ବଙ୍ଗାଳିମାନଙ୍କ କ୍ଷେତ୍ରରେ ସେମନ୍ତ କିଛି ନଥିଲା ।

୪. ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଲୋକଙ୍କ ପାଖରେ ବଙ୍ଗାଳିମାନଙ୍କ ଅପେକ୍ଷା ଓଡ଼ିଆ ଭାଷାରେ ଅନେକ ପ୍ରାଚୀନ ପାଣ୍ଡୁଲିପି ପୋଥି ରହିଥିଲା । ଏ କ୍ଷେତ୍ରରେ ସଂସ୍କୃତ ପରେ ଓଡ଼ିଆ ଆଜି ବି ଦ୍ଵିତୀୟ ସ୍ଥାନରେ ରହିଛି ।

୫. ଓଡ଼ିଶାରେ ଶହ ଶହ ଶିଳାଲେଖ ମିଳିଥିଲା ଯେଉଁଥିରେ ଓଡ଼ିଆ ଭାଷା ଓ ଲିପି ରହିଥିଲା କେଉଁଠି ବି ବଙ୍ଗାଳି ଭାଷା କି ଲିପିର ଶିଳାଲେଖ ମିଳିନଥିଲା ।

୬. ଓଡ଼ିଆଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଓ ବଙ୍ଗାଳି ଉଭୟ ଭାଷାର ଭିନ୍ନ ଭିନ୍ନ ଲିପି ମଧ୍ୟ ଥିଲା ।

୭. ଓଡ଼ିଆ ଓ ବଙ୍ଗାଳି ଭାଷା ମଧ୍ୟରେ ଵାକ୍ଯଗଠନ, ଧ୍ଵନିଗତ ପାର୍ଥକ୍ୟ, କ୍ରିୟା, କ୍ରିୟାପଦ, ଅଵ୍ଯୟ, ସର୍ଵନାମ ଓ ପ୍ରତ୍ଯୟାଦି ଅନେକାଂଶରେ ଭିନ୍ନ  ଓ ପ୍ରାୟ କେତେକ ପରସ୍ପର ଅସମଦ୍ଧୃତ ଥିଲା ।

―ରାଜନୈତିକ―
୧. ଉଡ୍ର―କଳିଙ୍ଗ―ଉତ୍କଳ ଦେଶ ଅନ୍ତତଃ ୨୦୦୦ ଵର୍ଷ ଧରି ଗୋଟିଏ ସ୍ଵତନ୍ତ୍ର ଦେଶ ରହିଥିଵାର ଐତିହାସିକ ପ୍ରମାଣ ରହିଥିଲା ।

୨. ଓଡ଼ିଆ ରାଜା ଓ ସମ୍ରାଟ ବଙ୍ଗଦେଶକୁ ଅନେକବାର ନିଜର ଶାସନାଧୀନ କରିଥିଲାଵେଳେ ବଙ୍ଗାଳିମାନେ କେଵେବି ସଂମ୍ପୂର୍ଣ୍ଣ ଓଡ଼ିଶାରେ ଶାସନ କରିନଥିଲେ କି ତାଙ୍କର କୌଣସି ରାଜା କେଵେ କଳିଙ୍ଗ ସମ୍ରାଟ ମହେନ୍ଦ୍ର ଦେଵ(କରକଣ୍ଡୁ),ଶତ୍ରୁଭଞ୍ଜ କି  ଖାରଵେଳଙ୍କ ଭଳି ଵୀରତ୍ଵ ପ୍ରଦର୍ଶନ କରିନଥିଲେ ।

୩. ବଙ୍ଗାଳିମାନଙ୍କ ଅପେକ୍ଷା ଭାରତଵର୍ଷରେ କଳିଙ୍ଗୀମାନେ ଅଧିକ ଵୀର ବୋଲି କଳିଙ୍ଗ ଯୁଦ୍ଧଠାରୁ ଆରମ୍ଭ କରି ଫରାସୀ ଓ ଇଂରେଜମାନଙ୍କ ଵିପକ୍ଷରେ ୧୭୫୩ ଘୁମୁସର ଵିଦ୍ରୋହ ଓ ୧୮୬୦ ସମ୍ବଲପୁର ଵିପ୍ଳଵ ଯାଏଁ ଐତିହାସିକ ପ୍ରମାଣ ରହିଥିଲା । ପୁରାଣ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାଵ ଉଲ୍ଲେଖଯୋଗ୍ୟ ।  ମହାଭାରତରେ କୌରଵ ପକ୍ଷରୁ ଯୁଦ୍ଧ କରି କେମିତି କଳିଙ୍ଗ ଦେଶର ରାଜା ଅଦ୍ଭୁତ ଯୁଦ୍ଧ କୌଶଳ ପ୍ରୟୋଗ କରିଥିଲେ ତାହା ଉଲ୍ଲେଖ ରହିଛି କିନ୍ତୁ ବଙ୍ଗାଳି ଜାତିର ରାଜାଙ୍କର ସେଥିରେ ନାଆଁ ବି ନାହିଁ ।

୪. ଓଡ଼ିଆ ଲୋକେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଶ୍ରୀଵିଜୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ, ବଙ୍ଗାଳି ଭାରତ ମଧ୍ୟରେ ସେତେଵେଳେ ଥିଲେ କି ନାହିଁ ତାହା ଗଵେଷଣା ସାପେକ୍ଷ 

୫. ଓଡ଼ିଆ ପୁଅ ଲଙ୍କା ଓ ମାଲଡିଵ ଦ୍ଵୀପପୁଞ୍ଜରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ କିନ୍ତୁ ବଙ୍ଗାଳି ସେମିତି କିଛି କରିନଥିଲେ ।

―ସାମାଜିକ―
୧. ଓଡ଼ିଆମାନଙ୍କ ଵିଵାହ ଶ୍ରାଦ୍ଧ, ଜୀଵନଶୈଳୀ ଅନେକାଂଶରେ ବଙ୍ଗାଳିମାନଙ୍କଠାରୁ ଭିନ୍ନ ସ୍ଵତନ୍ତ୍ର ନିଆରା ଓ ଶ୍ରେଷ୍ଠ ଥିଲା । ଯେଉଁ କେତେକ ପର୍ଵପର୍ଵାଣୀ ଓ ସାମାଜିକ ରୀତିନୀତି ଉଭୟ ଅଞ୍ଚଳରେ ସମାନ ଥିଲା ତାହା ମହାଭାରତୀୟ ପର୍ଵପର୍ଵାଣୀ ଥିଲା । ଉଦାହରଣ ସ୍ଵରୂପ ମହାଵିଷୁଵ ପଣାସଂକ୍ରାନ୍ତିକୁ ଉଭୟ ନୂଆଵର୍ଷ ଭାଵେ ପାଳୁଥିଲେ କିନ୍ତୁ ମୈଥିଳୀ, କେରଳୀ, କନ୍ନଡଭାଷୀ, ଅହମିୟା, ପଞ୍ଜାବୀ ମଧ୍ୟ ଏଇଦିନକୁ ପାରମ୍ପରିକ ନଵଵର୍ଷ ଭାଵେ ପାଳୁଥିଲେ । ଓଡ଼ିଆମାନେ ରଜ, ବୁଧିବାମନ ଓଷା, ଦୋଳ, ଝାମୁ ଇତ୍ୟାଦି ସ୍ଵତନ୍ତ୍ର ପର୍ଵ ପାଳୁଥିଲେ କିନ୍ତୁ ଏସବୁ ବଙ୍ଗଦେଶରେ ନଥିଲା କି ନାହିଁ ।

୨. ଓଡ଼ିଆ ଲୋକଙ୍କ ନୌଵାଣିଜ୍ଯ ପରମ୍ପରା ଏତେ ଉନ୍ନତ ଥିଲା ଯେ ତାଙ୍କର ଭାଷାରେ ନୌଵାଣିଜ୍ଯ ସମ୍ବନ୍ଧୀୟ ସ୍ଵତନ୍ତ୍ର ଶବ୍ଦ ରହିଥିଲା ଏମନ୍ତକି ଓଡ଼ିଆ ଭାଷାର ସ୍ଵତନ୍ତ୍ର ଜାହଜିଆ ଦିଗ ସମ୍ବନ୍ଧୀୟ ଶବ୍ଦ ବି ରହିଥିଲା କିନ୍ତୁ ବଙ୍ଗାଳି ଭାଷାରେ ସେମନ୍ତ କିଛି ଦୃଶ୍ୟ ହେଉନଥିଲା ! ଓଡ଼ିଆ ଲୋକେ ନୌଵାଣିଜ୍ୟ କରୁଥିଵାର ପ୍ରମାଣ କୋଣାର୍କ ମନ୍ଦିରରେ ଆଫ୍ରିକାର ଜିରାଫ, ବାଲିଦ୍ଵୀପରେ ସମ୍ବଲପୁରୀ ସମସାଦୃଶ୍ଯ ପାଟୋଲା ଵସ୍ତ୍ର ଓ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ଗ୍ରୀକ୍ ଦେଶୀୟ anchor ସହିତ ସାମ୍ଯ ଥିଵା ଆଙ୍କୁଡି଼ଯନ୍ତ୍ର ମଧ୍ୟ ଉଲ୍ଲେଖଯୋଗ୍ୟ ।  ତେଵେ ବଙ୍ଗାଳିମାନଙ୍କର ସେଭଳି କିଛି ସାଂସ୍କୃତିକ ସିଦ୍ଧି ନଥିଲା ।

୩. ଓଡ଼ିଶାରେ ଶ୍ରୀଜଗନ୍ନାଥ ପୂଜା ପାଉଥିଲାଵେଳେ ବଙ୍ଗାଳିମାନେ ମଧ୍ୟ ତାଙ୍କୁ ନିଜର ଈଶ୍ୱର ଭଳି ପୂଜା କରୁଥିଲେ ଵରଂ ସେମାନେ ତ ଓଡ଼ିଆ ଲୋକଙ୍କ ଅପେକ୍ଷା ଶ୍ରୀଜଗନ୍ନାଥଙ୍କର ବଡ଼ ଭକ୍ତ ଥିଵାର ପ୍ରମାଣ ମିଳେ । ତେଵେ ଶ୍ରୀଜଗନ୍ନାଥଙ୍କ ମୂଳଦେଶ କଳିଙ୍ଗ ଥିଵାରୁ ଵରଂ ବଙ୍ଗାଳି ଏଇ ଓଡ଼ିଆ ଜାତିର ଗୋଟିଏ ଉପଜାତି ଭଳି ପ୍ରତିଭାତ ହେଉଥିଲା ।

୪. ବଙ୍ଗାଳିମାନେ ଯେଉଁ ଖାଦ୍ୟ ଖାଉଥିଲେ ତାହାର ମୂଳ ଓଡ଼ିଶାରେ ହୋଇଥିଵାର ପ୍ରମାଣ ରହିଥିଲା । ତେଵେ ଓଡ଼ିଶାରେ ପ୍ରତ୍ଯେକ ଖାଦ୍ଯଵିଶେଷରେ ମିଳୁଥିଵା ଵିଵିଧତା ବଙ୍ଗଳା ଦେଶରେ ଦେଖାଯାଉନଥିଲା । ଉଦାହରଣ ସ୍ଵରୂପ ବଙ୍ଗରେ ଗୋଟିଏ ପ୍ରକାରର ରସଗୋଲା ମିଳୁଥିଵାଵେଳେ ଓଡ଼ିଶାରେ ହଜାର ହଜାର ପ୍ରକାରର ମିଳିଥାଏ ।

୫. ଓଡ଼ିଶାରେ ଛଉନୃତ୍ଯଠାରୁ ବାଘନାଚ ଯାଏଁ ଗୋଟିପୁଅଠାରୁ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟନ୍ତ ଶହ ଶହ ପ୍ରକାରର ନୃତ୍ୟ ଶୈଳୀ ରହିଥିଵାଵେଳେ ବଙ୍ଗାଳିମାନଙ୍କ ପାଖରେ ଗୋଟିଏ ପ୍ରକାରର ସ୍ଵତନ୍ତ୍ର ଶାସ୍ତ୍ରୀୟ ନୃତ୍ୟ ଶୈଳୀ ବି ନଥିଲା ।

୬ . ଓଡ଼ିଶାରେ ତିରିଶରୁ ଅଧିକ ଭିନ୍ନ ଭିନ୍ନ ଵସ୍ତ୍ର ତିଆରି କଳା ରହିଥିଲା । ତନ୍ମଧ୍ୟରୁ ସମ୍ବଲପୁରୀ ଵସ୍ତ୍ର ଥିଲା ଓଡ଼ିଆ ଜାତିର ମାନକ ରାଜସିକ ଵସ୍ତ୍ର । ସେଇଥିପାଇଁ ଏହା ମାଲେସିଆ ଯାଏଁ ଯାଇ ଚଳୁଅଛି ।

୭. ଓଡ଼ିଶାର କଳାଭାସ୍କର୍ଯ୍ୟ ବଙ୍ଗାଳିଠାରୁ ଅନେକାଂଶରେ ଭିନ୍ନ ଓ ନିଆରା ଥିଲା ଏଵଂ ଏଠାରେ ବଙ୍ଗଳାଦେଶ ଅପେକ୍ଷା ସହସ୍ରାଧିକ ଗୁଣ ଅଧିକ ପ୍ରାଚୀନ ମନ୍ଦିର ରହିଥିଲା । ଓଡ଼ିଆ ଓ ବଙ୍ଗାଳି ମନ୍ଦିର ନିର୍ମାଣ ପଦ୍ଧତି ମଧ୍ୟ ଭିନ୍ନ ଭିନ୍ନ ଥିଲା ।

୮. ଓଡ଼ିଶାରେ ଭାରତର ସବୁଠାରୁ ଉତ୍କୃଷ୍ଟ ପଟ୍ଟଚିତ୍ର ତିଆରି ହେଉଥିଵାଵେଳେ ବଙ୍ଗଳାରେ ସେମନ୍ତ କୌଣସି ପରମ୍ପରା ହିଁ ନଥିଲା ।

ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କଠାରୁ ଅନେକ କ୍ଷେତ୍ରରେ ପଛୁଆ ଥିଲେ କିନ୍ତୁ ନିଜକୁ ଶ୍ରେଷ୍ଠ ବୋଲି ହେଣ୍ଡି ମାରୁଥିଲେ । ବଙ୍ଗଳା ଓଡ଼ିଆର ଉପଜାତି, ଏ କଥା ସେମାନେ ଭୁଲି ଯାଇ ବଙ୍ଗାଳିମାନଙ୍କ ଏହି ଅଯଥା ଅହଂକାର ହିଁ ଭଵିଷ୍ଯତରେ ଭାଷାଯୁଦ୍ଧର କାରଣ ହୋଇଥିଲା ।

ତେବେ ବଙ୍ଗଳା ଓଡ଼ିଆର ଉପଜାତି, ଏ କଥା ଆମେ ଓଡ଼ିଆଏ ହୃଦୟଙ୍ଗମ କଲେ ହେଲା !
© ଶିଶିର ସାହୁ ମନୋଜ
Spread the love
Previous Post ମାନଵଵାଦୀ ଉତ୍କଳମଣି
Next Post ଵର୍ଷାଋତୁ ପ୍ରତି

Related Posts

ଜାତୀୟ ଭାଷା ଓଡ଼ିଆ

  • April 2, 2021

ପିଣ୍ଡିକୀ ବାହୁବଳେନ୍ଦ୍ର

  • July 29, 2020

ଭକ୍ତଚରଣ ଦାସ

  • July 29, 2020

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ରାଣୀ ଶୁକଦେଇ 
ଏ ଜାତି ଗାଲମାଧବ (Part 1)

Popular Posts

ଆମ ଚଳଣି

May 23, 2026

ଓଗାଳ

March 2, 2026

ଜଳଖିଆ

February 19, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer