ପ୍ରହେଳିକା

ଉପସ୍ଥାପନା: ଶିଶିର ସାହୁ ମନୋଜ

କଟକ ନଗରକୁ ନେଇ ଆମ ଓଡ଼ିଆ ଚଳଣିରେ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା । ପ୍ରହେଳିକା ଗୁଡ଼ିକର ଉତ୍ତର ବନ୍ଧନୀ ମଧ୍ୟରେ ଦର୍ଶାଯାଇଛି ।

୧. କଟକରୁ ଅଇଲା ଟୋକାଟାଏ
ତା ମୁଣ୍ଡରେ ଟୋପାଟାଏ ।। (ତାଳ)

୨. କଟକରୁ ଅଇଲା ବାବୁ
ତା ମୁଣ୍ଡରେ ଗୋଟାଏ ଆବୁ ।। (ତାଳ)

୩. କଟକରୁ ଅଇଲା ଡେଙ୍ଗା ମହାନ୍ତି
ତା ଅଇଁଠା ସମସ୍ତେ ଖାଆନ୍ତି ।। (ଡଙ୍କି)

୪. କଟକରୁ ଅଇଲା ଧାଇଁ 
ତା ବେକ ସଳଖୁ ନାହିଁ ।।(ଗଞ୍ଜି)

୫. କଟକରୁ ଅଇଲା ବ୍ରାହ୍ମଣ ଜଣେ
ତା ଦେହଯାକ ଯାଦୁ ଭରଣେ ।। (କଲରା/ପଣସ)

୬. କଟକରୁ ଅଇଲା ବ୍ରାହ୍ମଣ ଜଣେ
ଦେହଯାକ ଛନ୍ଦା ପଇତା ପଣେ ।। (ହେଁସ/ମୁନ୍ଦୁରା)

୭. କଟକରୁ ଅଇଲା ମାନସିଂହ
ତା ମୁଣ୍ଡରେ ତିନି ସିଙ୍ଘ ।। (ଚୁଲି)

୮. କଟକରୁ ଅଇଲା କଟେଇତି,
ହଳଦୀ ଖଣ୍ଡେ ବଟେଇତି । 
ଖାଏ ନାହିଁ ସେ ପିଏ ତ,
ହସେ ନାହିଁ ସେ ଶୁଏ ତ ।। (ଛୋଟପିଲା)

୯. କଟକରୁ ଆଇଲା ଧୋବଲୀ ଘୋଡୀ଼
ଏକା ଵିୟାଣକେ ହୋଇଲା ବୁଢ଼ୀ ।। (କଦଳୀ ଗଛ)

୧୦. କଟକରେ ଲାଗିଲା ନିଆଁ
ନଡି଼ଆ ଗଦାରେ ଉଠିଲା ଧୂଆଁ ।। (ହୁକା)

Image: Deba Prasad Swain

Leave a Comment

Your email address will not be published. Required fields are marked *

Scroll to Top