ପାଣ୍ଡବବଖରା

ଲେଖା: ରବୀନ୍ଦ୍ର କୁମାର ରଣା

ଡମପଡ଼ାର ତଳ ପାଥପୁର ଗ୍ରାମରେ ଦ୍ଵାପର ଯୁଗର ଅତି ପ୍ରାଚୀନ ପାଣ୍ଡବବଖରା ଓ ପାଣି ଗୁମ୍ଫା ଦେଖିବାକୁ ମିଳେ ।

ପାହାଡ଼ର ତୀଖରେ ଏକ ଛୋଟ ଜାଗାରେ ପାଞ୍ଚଟି ଛୋଟ ଛୋଟ ଗୁମ୍ଫା ଦେଖିବାକୁ ମିଳେ । ଏହି ଗୁମ୍ଫାରେ ପ୍ରାଚୀନ କାଳର ଚିତ୍ରକଳା ଚିତ୍ରିତ ହୋଇଥିବା ଦେଖାଯାଏ ଏବଂ ଏହି ପାଣ୍ଡବବଖରା ଠାରୁ ଟିକେ ତଳକୁ ଗୋଟେ ଗୁମ୍ଫାରୁ ପାଣି ବାହାରୁଥିବା ଦେଖାଯାଏ ।


ଲୋକକଥା ଅନୁସାରେ, ହରିବୋଲ ହୁଳହୁଳି ଦେଲେ ସେଇ ଗୁମ୍ଫାରୁ ଅଧିକ ଜୋର୍’ରେ ପାଣି ଆସିଥାଏ । ସେଇ ପାହାଡ଼ର ଉତ୍ତର ଦିଗରେ ଅନ୍ୟ ଏକ ସ୍ଥାନରେ ଏକ ବଡ ଗୁମ୍ଫାରୁ ପାଣି ବାହାରୁଥିବା ଦେଖାଯାଏ । କିମ୍ବଦନ୍ତୀ ଓ ଲୋକକଥା ଅନୁସାରେ ସେଇ ଗୁମ୍ଫାର ଅତି ଭିତରେ ଏକ ବିରାଟ ପଦ୍ମପୋଖରୀ ରହିଅଛି।



ଠାକୁରଙ୍କ ସ୍ଵପ୍ନାଦେଶରେ ସେଇ ଗ୍ରାମର କେହି ଜଣେ ବ୍ୟକ୍ତି ସେଇ ଗୁମ୍ଫା ଭିତରେ ଥିବା ପଦ୍ମପୋଖରୀକୁ ଯାଇଥିବା ଗ୍ରାମବାସୀ କୁହନ୍ତି । ପାଣ୍ଡବବଖରା ସ୍ଥାନଟିକୁ ଯିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ନେବାକୁ ହେବ କାରଣ ସେଠାକୁ ରାସ୍ତା ନାହିଁ, କେବଳ ଚଲାବାଟ । 

Leave a Comment

Your email address will not be published. Required fields are marked *

Scroll to Top