ପଞ୍ଚୁପାଣ୍ଡବ ମନ୍ଦିର

ଲେଖା: ଅଶୋକା ନାୟକ
~ ଧର୍ମରାଜ ଯୁଧିଷ୍ଠିର ପଞ୍ଚୁପାଣ୍ଡବ ମନ୍ଦିର ~
ଲୋକକଥା ଅନୁଯାୟୀ ମହାଭାରତର ପଞ୍ଚୁପାଣ୍ଡବ ଏହି ପଞ୍ଚୁପାଣ୍ଡବ ମନ୍ଦିର ଠାରେ ପଞ୍ଚ ମହାଦେବ ରୂପରେ ପୂଜା ପାଉଛନ୍ତି। 
ଧର୍ମରାଜ ଯୁଧିଷ୍ଠିର – ଜୈଷ୍ଠ ପାଣ୍ଡବଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ସୁନାମୁହିଁ ପରେ ଗଉଡକେରା ଛକରୁ ବାମ ପଟେ ମାତ୍ର ୫ କିଲୋମିଟର ଯିବାକୁ ହେବ। ଏହି ମନ୍ଦିରଟି ହିଁ ସବୁଠାରୁ ସହଜରେ ପହଞ୍ଚି ହେବ। ବିଭିନ୍ନ ପ୍ରକାରର ଆମ୍ବଗଛରେ ବେଷ୍ଟିତ ଏହି ମନ୍ଦିରଟିରେ ସବୁବେଳେ ଗହଳ ଚହଳ ଲାଗି ରହିଥାଏ। ମନ୍ଦିର ଅତ୍ୟନ୍ତ ଶାନ୍ତ ପରିବେଶରେ ଅବସ୍ଥିତ। ମୁଖ୍ୟ ମନ୍ଦିରର କାନ୍ଥରେ ପାର୍ଶ୍ୱ ଦେବଦେବୀ ଅଛନ୍ତି। ଏଠାରେ ଅନ୍ୟ ଶୈବ ମନ୍ଦିର ପରି ମନ୍ଦିରଚୂଳରେ ତ୍ରିଶୂଳ ଶୋଭା ପାଉଛି।
The temple of Dharmaraj Judhistira is hardly 500 metre in the left from the main road after crossing Suna munhi square. The temple of elder Pandaba is the easiest to reach. The temple is surrounded Mango trees and we were bit diverted by the amount of mangoes in each tree.
The temple is having Trishula on it’s top like other Shiba temples. Puja and prasad was continuing in this temple till mid day. Priests were there for offering puja.
~ ଭୀମେଶ୍ୱର ପଞ୍ଚୁପାଣ୍ଡବ ମନ୍ଦିର ~
ଶ୍ରୀ ଶ୍ରୀ ଭୀମେଶ୍ୱର (ଭୀମ) – ଦ୍ଵିତୀୟ ପାଣ୍ଡବଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ବ୍ରହ୍ମଗିରି ବଜାରରୁ ବାମପଟେ ହାଇସ୍କୁଲ ସାମ୍ନା ରାସ୍ତାରେ ପ୍ରାୟ ୪କି.ମି. ଯିବାକୁ ହେବ। ଏଠାରେ ମଧ୍ୟ ମନ୍ଦିର ଚୂଳରେ ତ୍ରିଶୂଳ ସ୍ଥାନରେ ଚକ୍ର ଦେଖିବାକୁ ମିଳିବ।
ଏହା ଅପେକ୍ଷାକୃତ ବଡ଼ ଆଉ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ରଙ୍ଗୀନ ମନ୍ଦିର। ଏଠାକୁ ବର୍ଷସାରା ବହୁ ଭକ୍ତଙ୍କ ଯିବାଆସିବା ଲାଗି ରହିଥାଏ। ଭଲ ପିଚୁରାସ୍ତା ଓ ପ୍ରାକୃତିକ ପରିବେଶ ଦେଇ ମନ୍ଦିର ପାଖରେ ପହଞ୍ଚିବା ସମୟରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଲୋକମାନେ କେମିତି ଚାଲି ଚାଲି ଜଙ୍ଗଲ ଭିତରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସୁଥିଲେ।
The temple of Shree Shree Bhimeswara (Bhima) can be reached from Brahmagiri bazar and Brahmagiri high school road. The temple is also having Chakra instead of Trishula. Comparing to other temples this is a popular temple and many people visit this throughout the year.
~ ଅର୍ଜୁନେଶ୍ୱର ପଞ୍ଚୁପାଣ୍ଡବ ମନ୍ଦିର ~
ଶ୍ରୀ ଶ୍ରୀ ଅର୍ଜୁନେଶ୍ୱର (ଅର୍ଜୁନ) – ମଧ୍ୟମ ପାଣ୍ଡବଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ବ୍ରହ୍ମଗିରି ପରେ ବାମ ପଟେ କାଳିକା ବାଡି ଗାଁ ଭିତର ଦେଇ ପ୍ରାୟ ୨.୫ କିଲୋମିଟର ଯିବାକୁ ହେବ। ରାସ୍ତାର ଅବସ୍ଥା ଅତି ଶୋଚନୀୟ। ରାସ୍ତା ନାହିଁ କହିଲେ ଠିକ ହେବ। ଜଙ୍ଗଲ ଭିତରେ ମାଟି ରାସ୍ତା ରେ ଯାଇ ମନ୍ଦିର ସାମ୍ନା ରେ ପହଞ୍ଚିଲେ ଲାଗିବ ଯେ ଧନୁର୍ଦ୍ଧର ଅର୍ଜୁନଙ୍କ ମନ୍ଦିର ଏକ ନିର୍ଜନ ସ୍ଥାନରେ ଅବସ୍ଥିତ। ଏଠାକୁ ଦଳ ହେଇ ଯିବାକୁ ଅନୁରୋଧ। ଅବଶ୍ୟ ଭଲମନ୍ଦ ଦିନରେ ଏଠାରେ ଭିଡ଼ ହେଉଥିବ।
ମନ୍ଦିର ଅତ୍ୟନ୍ତ ଶାନ୍ତ ପରିବେଶରେ ଅବସ୍ଥିତ। ମୁଖ୍ୟ ମନ୍ଦିର ଛଡ଼ା ଏଠାରେ ମା ପାର୍ବତୀଙ୍କର ଛୋଟିଆ ମନ୍ଦିରଟିଏ ମଧ୍ୟ ଅଛି। ମନ୍ଦିର ପଛ ରାସ୍ତା ରେ ଏକ ଛୋଟ ଗେଟ ପାର ହେଇ ଏକ ବଡ଼ ପୋଖରୀ ପାଖରେ ପହଞ୍ଚିହେବ। ଲୋକକଥା ଅନୁଯାୟୀ ଏହି ପୋଖରୀ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ଶର ଦ୍ଵାରା ନିର୍ମିତ ହେଇଥିଲା। ଏହାକୁ “ଅର୍ଜୁନଙ୍କ ଶର” ବୋଲି କୁହାଯାଏ। ଏଠାରେ ମଧ୍ୟ ମନ୍ଦିର ଚୂଳରେ ତ୍ରିଶୂଳ ସ୍ଥାନରେ ଚକ୍ର ଦେଖିବାକୁ ମିଳିବ।
The temple of Shree Shree Arjuneswara (Arjuna) is hardly 2 .5 kilometre from the main road and can be reached through Kalikabadi village. The condition of road is worse. Rather I can say there’s is no road to reach the temple of Arjuneswara. The mighty Arjuna have choosed his abode inside a forest area. The temple is surrounded by casuarina, Cashew nut trees and Mango trees. The surroundings of this temple is soothing. If you have some food and drinking water, then this is the right place to spend a day with nature.
The temple is also having Chakra instead of Trishula. There’s also a small and beautiful temple of Maa Parbati in the complex. We went through the small gate behind the temple to reach a huge pond , believed to be created by Arjuna’s arrow . Though the temple is deserted, local people visit regularly in important days.
~ ନକୁଳେଶ୍ୱର ପଞ୍ଚୁପାଣ୍ଡବ ମନ୍ଦିର ~
ଶ୍ରୀ ଶ୍ରୀ ନକୁଳେଶ୍ୱର (ନକୁଳ) – ବ୍ରହ୍ମଗିରି ପୂର୍ବରୁ ବାମ ପଟ ରାସ୍ତା ରେ ପ୍ରାୟ ୨ କି.ମି.ଗଲେ ପଡିବ। ମନ୍ଦିର ଚୂଳରେ ତ୍ରିଶୂଳ ସ୍ଥାନରେ ଚକ୍ର ଦେଖିବାକୁ ମିଳିବ। ପହଞ୍ଚିବା ପାଇଁ ଲୋକଙ୍କୁ ପଚାରି ପଚାରି ଯିବାକୁ ହେବ। ଗୁଗଲ ମାନଚିତ୍ର ଠାରୁ ଲୋକମାନେ ସଠିକ୍ ରାସ୍ତା ବତେଇବେ।
The temple of Shree Shree Nakuleswara (Nakula) can be reached in the left side just before Brahmagiri. You have to ask people to reach the temple. The temple is having Chakra instead of Trishula.
~ ହରିସହଦେବ ପଞ୍ଚୁପାଣ୍ଡବ ମନ୍ଦିର ~
ଶ୍ରୀ ଶ୍ରୀ ହରିସହଦେବ (ସହଦେବ) – ଯୁଧିଷ୍ଠିରଙ୍କ ଦର୍ଶନ ସାରି ମୁଖ୍ୟରାସ୍ତାରୁ ଶୀତଳପଦା ଛକରୁ ୪ କି.ମି. ଭିତରକୁ ଗଲେ ପଡିବ ହରିସହଦେବଙ୍କ ମନ୍ଦିର। ଦୁଇପଟେ ବାଲିକୁଦ ଓ କାଜୁବଗିଚା ଦେଇ ଗଲାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ଯିବାକୁ ଭୁଲିବେ ନାହିଁ। ମନ୍ଦିର ପୂର୍ବରୁ ଏକ ବଡ଼ ପୋଖରୀ ପଡ଼ିବ।
ଏହା ବହୁତ ପୁରୁଣା ମନ୍ଦିର। ଏହି ମନ୍ଦିରର ଚୂଳ ଓ ଦଧିନଉତି କେଉଁ କାରଣରୁ ଭାଙ୍ଗିଯାଇଛି, ଶୁଣିବାକୁ ମିଳିଲା ଯେ, ଏହି ମନ୍ଦିର ବର୍ଷାଦିନେ ପାଣି ଓ ବାଲି ରେ ବୁଡି ଯାଉଥିଲା ଓ ପରେ ଲୋକମାନେ ତାକୁ ବାଲି ଖୋଳି ଖୋଳି ଉଦ୍ଧାର କରୁଥିଲେ। ଏଠାରେ ହର ଓ ହରି ଉଭୟ ପୂଜା ପାଆନ୍ତି। ଲୋକମାନେ ଗାଈଗୋରୁ ଙ୍କ ପାଇଁ ମାନସିକ କରି ତାହା ପୂରଣ ହେଲେ ଆସି ଚୂଡାଘସା, କଦଳୀ ଭୋଗ କରି ଯାଆନ୍ତି। ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଏହା ଏକମାତ୍ର ମନ୍ଦିର ଯେଉଁଠାରେ ଆମେ ୨/୩ଟି ଛୋଟ ଦୋକାନ ଓ ବହୁଦୂରରୁ ମାନସିକ ପୂଜା ପାଇଁ ଆସିଥିବା ଲୋକଙ୍କୁ ଦେଖିଲୁ।
ମନ୍ଦିରଟିର ପୁନଃ ଉଦ୍ଧାର କାର୍ଯ୍ୟ ଯୋରରେ ଚାଲିଛି ଓ ଆଶା କରୁଛି ଯେ ଖୁବ୍ ଶୀଘ୍ର ସଂପୂର୍ଣ୍ଣ ମନ୍ଦିର ଦେଖିବାକୁ ମିଳିବ।
To reach the temple of Shree Shree Harishahadeba, one has to take left from main road at Shitalapasa square. After crossing nearly 4 km amidst huge sand dunes and Cashew nut trees a big clean pond will indicate the existence of this age-old temple. This is the first temple where we find 2,3 small shops and some people who visited the shrine to pay off the puja they have wished for their cattle.
Both Vishnu and Shiba are worshipped together here.
As mentioned by the local people, this temple is submerged in sand and water during monsoon. After that people again clear the temple and enter for worship.
This temple has broken from it’s top part in time and season. And now it’s under restoration.

Leave a Comment

Your email address will not be published. Required fields are marked *

Scroll to Top