ପଞ୍ଚଧାର ପର୍ବତ (Panchadhara Hills)

ଲେଖା: ସଞ୍ଜୀବ ନନ୍ଦ

ପଞ୍ଚଧାର,  ପ୍ରକୃତିର ଲୀଳାୟିତ ବୈଚିତ୍ରମୟୀ ଅନନ୍ତ ସୃଷ୍ଟି ମଧ୍ୟରେ ପର୍ବତମାଳା ଅନ୍ୟତମ ଆକର୍ଷଣ । ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କଳ ଜନନୀର ମଧ୍ୟଭାଗରେ ଶୋଭା ପାଉଥିବା ଗିରିବର ପଞ୍ଚଧାର ପର୍ବତ,  ଆଠମଲ୍ଲିକ ନିକଟସ୍ଥ ଚିରସ୍ରୋତା ପୁଣ୍ୟତୋୟା ମହାନଦୀର ଟିକରପଡା ସାତକୋଶିଆଠାରେ ମା’ ବିନିକେୟି ପୀଠଠାରେ ନଦୀ ଉପରେ ମୁଁଣ୍ଡଟେକି ଆବହମାନ କାଳରୁ ଦଣ୍ଡାୟମାନ ।


ଲମ୍ବାରେ ପ୍ରାୟ ୫୫ କି.ମି. ଉଚ୍ଚତା ପ୍ରାୟ ୩୦୦୦ ଫୁଟର ବିଶାଳକାୟ ଏହି ଗିରିବର କେତେ ଯେ ଅଗଣିତ ଋଷି, କବି ତଥା ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି । ଏଠିକାର ପରିବେଶ, ସୌରଭଶ୍ରୀ, ସୌନ୍ଦର୍ଯ୍ୟ ବିମଣ୍ଡିତା ସବୁଜିମା, ଝରଣାର କୁଳୁକୁଳୁ ନାଦ, କୋକିଳର କାକଳୀ ଏବଂ ଜଙ୍ଗଲ ଜୀବନୀ ସଂପର୍କରେ ଅନୁଧ୍ୟାନ କଲେ ସତରେ ଖୁବ୍ ଆନନ୍ଦ ଅନୁଭବ ହୁଏ ।

Leave a Comment

Your email address will not be published. Required fields are marked *

Scroll to Top