ନାଗାଵଳୀ

ଲେଖା: ଶିଶିର ସାହୁ ମନୋଜ

ପୁରାଣରେ ଗୋଟାଏ ଲାଙ୍ଗଳୀ ନଦୀ ଵିଷୟରେ ଉଲ୍ଲେଖ ରହିଛି । କୁହାଯାଏ ଥରେ ଭଗବାନ ଵଳରାମ ସୈନ୍ୟସାମନ୍ତ ଘେନି କଳିଙ୍ଗଦେଶ ମଧ୍ୟ ଦେଇ ଯାଉଥିଲା ବେଳେ ଏଠାକାର ପାର୍ଵତ୍ୟାଞ୍ଚଳରେ ତୁଷାର୍ତ୍ତ ହେଲାରୁ ତାଙ୍କ ଲଙ୍ଗଳ ମୁନରେ ଏକ ଜଳଧାର ସୃଷ୍ଟି କରେଇଥିଲେ । ସେ ଜଳଧାର ପରଵର୍ତ୍ତୀ କାଳରେ ନଦୀରେ ପରିଣତ ହେଲା ଓ ଲାଙ୍ଗଳୀ ନଦୀ ନାମରେ ଖ୍ୟାତ ହେଲା । ପୁରାଣ ଵର୍ଣ୍ଣିତ ସେ ନଦୀକୁ ଆଧୁନିକ ନାଗାଵଳୀ ନଦୀ ସହିତ ଚିହ୍ନଟ କରାଯାଇଛି ।

ନାଗାଵଳୀ ନଦୀର ଅନ୍ୟତମ ନାମ ଲାଙ୍ଗୁଲ୍ୟ ଅଟେ । 

କଳାହାଣ୍ଡିର “ଲାଖବାହାଲ” ସନ୍ନିକଟଏକ ପର୍ଵତରୁ ଉତ୍ପତ୍ତି ଲାଭକରି ନାଗାଵଳୀ ନଦୀ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏଇ ନାଗାଵଳୀ ନଦୀ ରାୟଗଡ଼ାରେ ଦୁଇଟି ଜଳପ୍ରପାତ ସୃଷ୍ଟି କରିଛି । 
୧. କୁମ୍ଭୀକୋଟାଗେଡା଼ ଜଳପ୍ରପାତ ― ୩୦ ମିଟର ଉଚ୍ଚ
୨. ହାତୀପଥର ଜଳପ୍ରପାତ ― ୨୦ ମିଟର ଉଚ୍ଚ

ହାତୀପଥର ଜଳପ୍ରପାତରେ ଦୁଇଟି ଵିଶାଳ ଶିଳାଖଣ୍ଡ ମଧ୍ୟରେ ନାଗାଵଳୀ ନଦୀର ଜଳ ଲମ୍ଫ ପ୍ରଦାନ କରେ ଓ ତାହା ହାତୀର ଭ୍ରମ ସୃଷ୍ଟି କରେ ବୋଲି ଏହାର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ । ଵର୍ତ୍ତମାନ ହାତୀପଥରକୁ ପର୍ଯ୍ୟଟନସ୍ଥଳ  କରିବା ପାଇଁ କଟକଣା ଲାଗୁ ହୋଇଛି । ୨୦୦୬ରେ ଅତି ଭୀଷଣ ଵର୍ଷା ଯୋଗୁଁ ନାଗାବଳୀ ନଦୀ ହାତୀପଥର ନିକଟରେ ତାହାର ଗତିପଥ ପରିବର୍ତ୍ତନ କରିଥିଲା । ଏଥିଯୋଗୁଁ ହାତୀପଥର ନିକଟରେ ନିର୍ମାଣାଧୀନ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ନଷ୍ଟ ହୋଇଯିବା ସହ ବର୍ତ୍ତମାନ ଏହି ଜଳପ୍ରପାତଟିର ଆକର୍ଷଣ ବହୁପରିମାଣରେ ହ୍ରାସ ପାଇଅଛି । 

ନାଗାଵଳୀ, ଲାଙ୍ଗଳୀ ଵା ଲାଙ୍ଗୁଲ୍ୟ ନଦୀ ପ୍ରାୟ ୧୩୦୦ କି.ମି. ଉଚ୍ଚତାରୁ ବାହାରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ପ୍ରାୟ ୨୫୬ କି.ମି. ପଥ ପର୍ଯ୍ୟନ୍ତ ପ୍ରଵାହିତ ହୋଇ ମହୋଦଧୀରେ ମିଶିଛି । ଓଡ଼ିଶାର ଏହି ନଦୀର ୧୬୧ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ ବାକି ୯୫ କି.ମି ଆନ୍ଧ୍ରପ୍ରଦେଶରେ ରହିଛି ।

Leave a Comment

Your email address will not be published. Required fields are marked *

Scroll to Top