ଧାନରୁଆ ଗୀତ (DhanaRua Gita)

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ

ଦକ୍ଷିଣ ଓଡ଼ିଶାର ସଂସ୍କୃତି ସର୍ବଦା ଲୋକ ନୃତ୍ୟ, ଗୀତ ଓ ଏହାର ଉନ୍ନତ ପରମ୍ପରାକୁ ନେଇ ଜୀବିତ। ବିଶେଷ କରି ଉଭୟ ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ କୋରାପୁଟରେ ପ୍ରତ୍ୟେକ ଲୋକର ଜୀବନ ଜୀବିକା ସହ ଗୀତ ଟିଏ ଯେପରି ବନ୍ଧା ହୋଇ ଯାଇଥାଏ। ସେ ଠାକୁର ଘରେ ହେଉ ଅବା ବିଲ ହୁଡାରେ . .

“ଚଟୁରେ ଭାଜିଲି ଲିଆ
ଆମ ସାଉକାର ଲୋ କଁଅଳକୁଆ
କଅଁଳ କୁଆ, ଏବେ ସରୁ ନାଇଁ ଧାନରୁଆ ।।”

While transplanting seedlings of Paddy,the set of women engaged in the work recite the folk songs. known as DhanaRuaGita Middle of the songs they practice the holy Ulunation called Hulahuli in Odia . .

“ଝଟା ଫୁଲ କାନ୍ଧି କାନ୍ଧି
ବଜାର ଦାଣ୍ଡରେଲୋ କଦଳୀଖାନ୍ଦି
କଦଳୀଖାନ୍ଦି,ତମ ପାନଖିଆ କଲା ବନ୍ଦୀ ।।”

~ ଗଞ୍ଜାମ ଧାନରୁଆ ~
ପଡିଶା ଘରର ଭେଣ୍ଡା
ଦରବୁଢାଟାକୁ କରିଲା ଦିଣ୍ଡା
କରିଲା ଦିଣ୍ଡା,
ଏବେ କୂଳରେ ହୋଇଛି ଲଣ୍ଡା।

* ପକାଲୋ ହୁଳହୁଳି *

ଆଠଗଡ଼ ବୋଇରାଣୀ
ପାଚିଲା ନଡ଼ିଆ ଲୋ ପଇଡ଼ ପାଣି
ପଇଡ଼ ପାଣି,
ଏବେ ବୁଢ଼ୀ କାଳେ ଭୁଆସୁଣୀ।

~ କୋରାପୁଟିଆ ଧାନରୁଆ ~
ଶିତିଲି ପବନ ବଏ ଘନଘନ
କଦଲୀମୁଣ୍ଡିଆ ଜନ
ଆଜି ଭିଡିଦେଲି ତୋର ସଙ୍ଗେ ନିନି
ଡୁମୁରି ଫୁଲ ସମାନ।

* ହୁଳହୁଲି ମାରଲ *
ଆମ ବେଟିଗଲି ଜଲା ଦିଗକେ
ତମକେ ବେଟବାର କେନ୍ଦୁ
ଗଡିମରା ଜନ ଉଆଁସ ରାତି ରେ
ତମକେ ମିଲେଇଲେ ମୁଇଁ ବନ୍ଦୁ।

Leave a Comment

Your email address will not be published. Required fields are marked *

Scroll to Top