ତ୍ରିବେଣୀଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ

 

~ ତ୍ରିବେଣୀଶ୍ୱର ମହାଦେବ ମନ୍ଦିର ~ 
ସମୟର ଆବର୍ତ୍ତରେ ଅନେକ ଇତିହାସ ଅଜଣା, ଅଶୁଣା ଓ ଅଚିହ୍ନା ହୋଇ ରହିଯାଇଥାଏ; ସାଧାରଣ ଲୋକଙ୍କ ଅଗୋଚରରେ ଏକାନ୍ତ ଭାବେ ଅପରିଚିତ ହୋଇ ପଡ଼ିରହିଥାଏ l ସେହିପରି ଏକ ଅଜଣା, ଅପରିଚିତ ଅବା ସ୍ୱଳ୍ପ ପରିଚିତ ପ୍ରାଚୀନ ଇତିହାସ ହେଉଛି ତ୍ରିବେଣୀଶ୍ୱର ମହାଦେବ ମନ୍ଦିର l ଯାହାକି କୋଣାର୍କର ବିଶ୍ଵପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ନିକଟରେ ଥିବା ମାଧିପୁର ଗ୍ରାମରେ ଅବସ୍ଥିତ l
ମନ୍ଦିରର ପାର୍ଶ୍ଵଦେବତା ରୂପେ ଶ୍ରୀଗଣେଶ ଓ କାର୍ତ୍ତିକେୟ ବିରାଜିତ l ପ୍ରତିମାଦ୍ବୟ ବହୁ ପ୍ରାଚୀନ ହେଲେ ମଧ୍ୟ ଖୁବ୍ ସୁନ୍ଦର ଓ କମନୀୟ l ପ୍ରାଚୀନ ମନ୍ଦିରଟି ଅନେକାଂଶରେ ଭାଙ୍ଗିରୁଜି ଯାଇଥିବାରୁ, ଦେଉଳର ଅନେକ ସ୍ଥାନରେ ନୂତନ ନିର୍ମାଣ ଦେଖିବାକୁ ମିଳେ l
କୁହାଯାଏ ମନ୍ଦିରଟି ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା ଆଉ କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିବା ଶିଳ୍ପୀ ଓ କାରିଗରମାନେ ଏହି ମନ୍ଦିରକୁ ମଧ୍ୟ ନିର୍ମାଣ କରିଥିଲେ l ମାତ୍ର ମୋର ଯାହା ମନେହୁଏ, ହୁଏତ ଲଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ସେ ସମୟରେ ପୁରାତନ ମନ୍ଦିରଟିର ଜୀର୍ଣ୍ଣ ଉଦ୍ଧାର ହୋଇ ଥାଇପାରେ l ଗର୍ଭଗୃହରେ ଥିବା ଶିବଲିଙ୍ଗଟି ହୁଏତ କୋଣାର୍କର ସୂର୍ଯ୍ୟମନ୍ଦିର ଠାରୁ ପ୍ରାଚୀନ ଓ ପୁରାତନ l ମନ୍ଦିରର ଯେଉଁ କେତେକ ପ୍ରାଚୀନ ଅଂଶବିଶେଷ ରହିଛି ତାହା ଖୁବ୍ ସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ ଏଥିରେ ଦ୍ବିମତ ନାହିଁ l

Leave a Comment

Your email address will not be published. Required fields are marked *

Scroll to Top