ତୁଳସୀ ଚଉଁରା

ଲେଖା: ଡ. ଜୟଶ୍ରୀ ନନ୍ଦ

~ ତୁଳସୀ ଚଉଁରା ~
ଶ୍ରୀତୁଳସୀ ପ୍ରତିଘରେ ପୂଜା ପାଆନ୍ତି। ସୁଖ ଶାନ୍ତି ପ୍ରଦାୟିନୀ । ଓଡିଆ ଘରରେ ପ୍ରତିଦିନ ପ୍ରଥମ ପୂଜା ଆରମ୍ଭ ମାଆ ବୃନ୍ଦାବତୀଙ୍କ ପାଖରେ ହୁଏ । ଶ୍ରୀଜଗନ୍ନାଥଙ୍କର ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ/ଶ୍ରୀହରି/ଶ୍ରୀବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କୁ ଅନେକ ନାମରେ ପୂଜା କରାଯାଏ । ହରିପ୍ରିୟା, ବିଷ୍ଣୁ ବଲ୍ଲଭା, ବୈଷ୍ଣବୀ ଇତ୍ୟାଦି । ମାଆ ବୃନ୍ଦାବତୀ ବା ତୁଳସୀ ମାତାଙ୍କୁ ଶ୍ରୀତୁଳସୀ ବା ଶ୍ରୀବୃନ୍ଦାବତୀ ନାମରେ ପୂଜା କରାଯାଏ । ଶ୍ରୀ ଅର୍ଥ ସୁଖ ସୌଭାଗ୍ୟ ବା ଐଶ୍ବର୍ଯ୍ୟ । ତୁଳସୀଙ୍କୁ ସୌଭାଗ୍ୟର ପ୍ରତୀକ ରୂପେ ପୂଜା କରାଯାଏ ।
(ତୁଳସୀ ପ୍ରାର୍ଥନା)
ତୁଳସୀ ବୃକ୍ଷ ମୂଳରେ ଗଙ୍ଗା, ଡେମ୍ଫ, ଡାଳ ଓ ପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ଏ ଲୋକୋକ୍ତି ରହିଛି । କୁମାର ପୂର୍ଣ୍ଣିମା ବା ଶରତ ପୂର୍ଣ୍ଣିମାର ମାସେ ଆଗରୁ ପ୍ରତିଦିନ ସଂଧ୍ୟାରେ କୁମାରୀ ଝିଅମାନେ ଦଳଗତ ଭାବରେ ତୁଳସୀ ଚଉଁରା ମୂଳେ ଜହ୍ନିଓଷା କରନ୍ତି । କୁମାର ପୂର୍ଣ୍ଣିମାରେ ତୁଳସୀ ଚଉଁରା ମୂଳେ ଚାନ୍ଦପୂଜା ହୁଏ କୁମାରୀମାନେ ଭୋଗରାଗ ଆଦି ଏହି ମାଆ ବୃନ୍ଦାବତୀଙ୍କ ପାଖରେ ପୂଜାକରି ମାସ ଯାକର ଜହ୍ନିଓଷା ଶେଷ କରନ୍ତି ।
(କୁମାର ପୂର୍ଣ୍ଣିମା, ଚାନ୍ଦପୂଜା, ବୃନ୍ଦାବତୀଙ୍କ ପାଖରେ ଭୋଗଲାଗି)
ଅନ୍ୟମାସ ଅପେକ୍ଷା #କାର୍ତ୍ତିକ ମାସରେ ମାଆ ତୁଳସୀଙ୍କର ପୂଜା ସମସ୍ତେ କରନ୍ତି । କାର୍ତ୍ତିକ ମାସର ପ୍ରବୋଧିନୀ ଏକାଦଶୀକାର୍ତ୍ତିକ ପୂର୍ଣ୍ଣିମା ଭିତରେ ତୁଳସୀ ବିବାହ ଅନୁଷ୍ଠିତ ହୁଏ । ଏହିଦିନ ଭଗବାନ ବିଷ୍ଣୁଙ୍କ ସହ ବୃନ୍ଦାବତୀଙ୍କର ବିବାହ ସମ୍ପର୍ଣ୍ଣ ହୁଏ । ମାଆ ବୃନ୍ଦାବତୀଙ୍କୁ ବଧୂରୂପରେ ସଜାହୁଏ।
© Dr. Jayashree Nanda
Image: Bandhan Dalai

1 thought on “ତୁଳସୀ ଚଉଁରା”

Leave a Comment

Your email address will not be published. Required fields are marked *

Scroll to Top