ଜାୟାଜୀଵ

ଲେଖା: ଶିଶିର ସାହୁ ମନୋଜ

ଗୋଟାଏ ଶବ୍ଦ ଅଛି ‘ଜାୟାଜୀଵ’ ଏହାର ପର୍ଯ୍ୟାୟଵାଚକ ‘ଜାୟାନୁଜୀଵୀ’ ଓ ‘ଜାୟାଜୀଵୀ’ ଅଟେ । ବହୁଵ୍ରୀହି ସମାସ ଦ୍ଵାରା ‘ଜାୟା’ ଓ ‘ଆଜୀଵ’ ଶବ୍ଦକୁ ଯୋଡ଼ି ଶବ୍ଦଟି ସୃଷ୍ଟି ହୋଇଛି । ଜାୟା ଶବ୍ଦର ଅର୍ଥ ସ୍ତ୍ରୀ ଵା ପତ୍ନୀ ଅଟେ । 

ଏହି ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି,
୧. ଯେଉଁ ଲୋକ ସ୍ତ୍ରୀ ଦ୍ବାରା ଜୀବିକାନିର୍ଵାହ କରେ (A house-husband)
୨. ଭଡ଼ୁଆ (भडवा; a cock-old)
୩. ନଟ ଵା ନାୟକ (An Actor)

ଦୀନକୃଷ୍ଣ ତାଙ୍କ ରସକଲ୍ଲୋଳରେ ଏହି ଅର୍ଥରେ ଜାୟାଜୀଵର ଵ୍ଯଵହାର କରି ଲେଖିଛନ୍ତି:
“କି ତୋ ସାହସ ଜାୟାଜୀଵ ପ୍ରାୟେ,
କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ ।।”

୪. ଵକପକ୍ଷୀ (The heron)
ଵକ ଵା ଵଗକୁ ‘ଜାୟାଜୀଵ’ ଏହାର ଏକ ଵିଶିଷ୍ଟ କାର୍ଯ୍ୟ ଯୋଗୁଁ କୁହାଯାଏ । ଦେଖାଯାଇଛି ଯେ ଵଗୁଲୀ ଡିମ୍ବ ପ୍ରସଵ କଲାପରେ ବଗ ଉକ୍ତ ଡିମ୍ବକୁ ଉଷୁମାଏ । ଵଗୁଲୀ ପଦାକୁ ଚରିଵାକୁ ଯାଏ ଓ ଵଗକୁ ଆଣି ଅଧାର ଯୋଗାଏ। ଏଥିପାଇଁ ଵଗର ଏଭଳି ନାମ ରହିଛି ।

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top