ଗ୍ରାମେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା

ନିମାପଡ଼ାରେ ତେରୁଣ୍ଡିଆ ଗ୍ରାମରେ ଦେଖିବାକୁ ମିଳେ ଦଶମ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଗ୍ରାମେଶ୍ୱର ମନ୍ଦିର । 

(ଗ୍ରାମେଶ୍ୱର ମହାଦେବ)

ନାଲି ଇଟାରେ ନିର୍ମିତ ଏଇ ସୁନ୍ଦର ପ୍ରାଚୀନ ମନ୍ଦିର ନିମାପଡ଼ା-ଗୋପ ରାସ୍ତାରେ ଧୀରପୁର ଛକରୁ ୫କି.ମି. ଦୂରରେ ଅବସ୍ଥିତ ।ସେହିପରି ନିମାପଡ଼ା-ବଳଙ୍ଗା ରାସ୍ତାରେ ଅଲଣ୍ଡା ଗ୍ରାମରେ ଦଶମ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ବୁଦ୍ଧନାଥ ମନ୍ଦିର ଓ ଏବଂ ନିମାପଡା-ବାଲିପାଟଣା ରାସ୍ତାରେ ହଂସପଡା ଗ୍ରାମରେ ସପ୍ତଦଶ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ନୀଳକଣ୍ଠେଶ୍ଵର ମନ୍ଦିର ପରି ପ୍ରାଚୀନ ମନ୍ଦିରମାନ ମଧ୍ୟ ଦୃଶ୍ୟମାନ ।

(ବୁଦ୍ଧନାଥ ମନ୍ଦିର)

ତେବେ ହଂସପଡାରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ଗ୍ରାମ ଠାରୁ ଦୂରରେ ନିକାଞ୍ଚନ ଜାଗାରେ ଅବସ୍ଥିତ, ଯେଉଁଠିକୁ ବର୍ଷାଦିନେ ଦୁଇ ଚକିଆ ଯାନରେ ଯିବା କଷ୍ଟକର । 

(ନୀଳକଣ୍ଠେଶ୍ଵର ମନ୍ଦିର)

Leave a Comment

Your email address will not be published. Required fields are marked *

Scroll to Top